Posted inଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ୨୦୨୧ଅନ୍ତିମ ବିକଳ୍ପ

ଟୋକିଓ, ୨୨।୫-କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ମାତ୍ର ଆସନ୍ତାବର୍ଷ ଯଦି ଏହା ସମ୍ଭବ ନ ହୁଏ ତେବେ ବାତିଲ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବ୍ୟାକ୍‌ ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାପାନ ସରକାର ଓ ଆଇଓସି ୨୦୨୦ ଅଲିମ୍ପିକ୍ସକୁ ଏକ ବର୍ଷ ଅର୍ଥାତ୍‌ ୨୦୨୧କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ କରୋନା ଭାଇରସ ସଂକ୍ରମଣଜନିତ ସ୍ଥିତି ନିୟନ୍ତ୍ରଣାଧୀନ ନ ହେଲେ ୨୦୨୧ରେ ଅଲିମ୍ପିକ୍ସ ସମ୍ଭବ ନୁହେଁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଶିନ୍‌ଜୋ ଆବେ କିଛିଦିନତଳେ ପ୍ରକାଶ କରିଥିଲେ। ଏହି ଭାଇରସ୍‌ରେ ଜାପାନରେ ୧୭,୧୦୦ ସଂକ୍ରମିତ ହୋଇଥିବା ବେଳେ ୭୯୭ ଜଣ ମୃତ୍ୟୁବରଣ କରିଛନ୍ତି। ବ୍ୟାକ୍‌ କହିଛନ୍ତି ଯେ, ଆମେ ପରିସ୍ଥିତିକୁ ବୁଝୁଛୁ। କାରଣ ଏପରି ସ୍ଥିତିରେ କେବେହେଲେ ଆୟୋଜକ କମିଟିରେ ୩,୦୦୦ କିମ୍ବା ୫,୦୦୦ ଲୋକଙ୍କୁ ରଖା ଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ଆମେ କେବେହେଲେ ପ୍ରତିବର୍ଷ ବିଶ୍ୱବ୍ୟାପୀ ସମସ୍ତ ପ୍ରମୁଖ ଫେଡେରେଶନଗୁଡ଼ିିକର ସମଗ୍ର କ୍ରୀଡ଼ା କ୍ୟାଲେଣ୍ଡରକୁ ପରିବର୍ତ୍ତନ କରାଯାଇ ପାରିବନାହିଁ। ଆଥଲେଟ୍‌ଙ୍କ କ୍ବାରାଣ୍ଟାଇନ୍‌ ସମେତ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରରେ ରଖି ଆଇଓସି ଆସନ୍ତାବର୍ଷ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏ ସବୁ କାର୍ଯ୍ୟ ଅଲିମ୍ପିକ୍ସ ଭିଲେଜରେ ହିଁ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ଦୃଶ୍ୟପଟକୁ ବିଚାରରେ ରଖି ବିଭିନ୍ନ ବିକଳ୍ପକଥା ଚିନ୍ତା କରାଯାଉଛି। ଏହାକୁ ବର୍ତ୍ତମାନ ପ୍ରକାଶ କରାଯିବା ସମ୍ଭବ ନୁହେଁ ବୋଲି ବ୍ୟାକ୍‌ କହିଛନ୍ତି। ୨୦୨୧ ଜୁଲାଇ ୨୩ ବେଳକୁ ସମ୍ପୂର୍ଣ୍ଣ ବିଶ୍ୱର ସ୍ଥିତି କିପରିଥିବ ଏହାକୁ ଦୃଷ୍ଟିରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri