Posted inଖେଳ

ଟେଷ୍ଟ ଫର୍ମାଟ ସବୁଠାରୁ ସ୍ବତନ୍ତ୍ର: ପୂଜାରା

ରାଜକୋଟ,୧୨।୧(ପି.ଟି.)- କ୍ରିକେଟର ପାରମ୍ଭରିକ ତଥା ସବୁଠାରୁ ଲମ୍ବା ଫର୍ମାଟ ରୂପ ପରିଗଣିତ ହେଉଥିବା ଟେଷ୍ଟ ହେଉଛି ସବୁଠାରୁ ସ୍ବତନ୍ତ୍ର। ଏହି ଫର୍ମାଟ ତା’ର ସ୍ଥିତି ବଜାୟ ରଖିବାରେ ସଫଳ ହେବ ବୋଲି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା କହିଛନ୍ତି। ସମୟର ପରବର୍ତ୍ତନ ହୋଇଛି ଓ ଧଳା ବଲ୍‌ କ୍ରିକେଟ ଏବେ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଛି। ତେବେ ଟେଷ୍ଟ ଫର୍ମାଟ ହେଉଛି ସ୍ବତନ୍ତ୍ର ଓ ଶ୍ରେଷ୍ଠ ବୋଲି ପୂଜାରା କହିଛନ୍ତି। ସବୁଦିନେ ମଧ୍ୟ ଟେଷ୍ଟ ଏହା ହୋଇ ରହିବ ବୋଲି ପୂଜାର କହିଛନ୍ତି। ଟେଷ୍ଟ ହିଁ ଜଣେ କ୍ରିକେଟ ପାଇଁ ପ୍ରକୃତ ପରୀକ୍ଷା ସୃଷ୍ଟି କରିଥାଏ ଓ ଟେଷ୍ଟ ଖେଳିବାରେ ପ୍ରକୃତ ଚ୍ୟାଲେଞ୍ଜ୍‌ ଥାଏ ବୋଲି ପୂଜାରା କହିଛନ୍ତି।
ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କିଛିଦିନ ତଳେ ଟେଷ୍ଟକୁ ୪ ଦିନ ବିଶିଷ୍ଟ କରିବାକୁ ବିଚାର କରୁଛି। ତେବେ ଆଇସିସିର ଏହି ଆଭିମୁଖ୍ୟକୁ ସଚିନ ତେନ୍ଦୁଲକର, ରିକି ପଣ୍ଟିଂଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ସମେତ କେତେକ ପୂର୍ବତନ ଖେଳାଳି ଦୃଢ ବିରୋଧ କରିଥିଲେ। ପୂଜାରା ଇତିମଧ୍ୟରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦ତମ ଶତକ ହାସଲ କରି ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଏହି ଶତକ ତାଙ୍କ ପାଇଁ ବିଶେଷଭାବେ ଗୁରୁତ୍ୱ ବହନ କରୁଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜ ଜିତିଲେ ଭାରତ ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରାରମ୍ଭିକ ସଂସ୍କରଣ ୨୦୨୧ ଫାଇନାଲର ନିକଟତର ହେବ। ୩୧ ବର୍ଷୀୟ ପୂଜାର ଏପର୍ଯ୍ୟନ୍ତ ୧୮ଟି ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥ୍‌ ନୁହେଁ, କୋହଲି ଇଆନଙ୍କ ଫେଭରାଇଟ୍‌

ନୂଆଦିଲ୍ଲୀ,୧।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏ ନେଇ ଚର୍ଚ୍ଚା ଓ ବିତର୍କ...

ବ୍ରାଥଓ୍ବେଟଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୧।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର କ୍ରେଗ୍‌ ବ୍ରାଥଓ୍ବେଟ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)...

ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…

ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି।...

ମାଗଣା ମ୍ୟାକ୍‌ଡୋନାଲ୍ଡ ବର୍ଗର ଦେଇଥିବା ଝିଅକୁ ଖୋଜୁଛନ୍ତି ରୋନାଲ୍ଡୋ

ମାଡ୍ରିଡ୍‌,୨୧।୯: ପୂର୍ବତନ ରିଅଲ ମାଡ୍ରିଡ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ବିଶ୍ୱର ଅନ୍ୟତମ ବିତ୍ତଶାଳୀ ଆଥ୍‌ଲେଟ। କିନ୍ତୁ ଧନ ଯୋଗୁ ନିଜର ସଂଘର୍ଷବେଳର କାହାଣୀ ଭୁଲି...

‘ମୌକା ମୌକା’ ବିଜ୍ଞାପନରେ ପୂର୍ଣ୍ଣଛେଦ

ଦୁବାଇ,୨୫।୧୦: ୧୦ ଉଇକେଟରେ ବିଜୟ ସହ ବିଶ୍ୱକପ୍‌ ଇତିହାସରେ ଭାରତର ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ପାକିସ୍ତାନ। ମ୍ୟାଚ୍‌ର ଏଭଳି ଫଳାଫଳ ସହ ‘ମୌକା ମୌକା’...

ପୁଣି ଥରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ

ନୂଆଦିଲ୍ଲୀ,୫।୧୨: ଭାରତର ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସରେ। ବିଶ୍ୱ...

୩୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜ ଅଧିନାୟକ କିରେନ ପୋଲାର୍ଡଙ୍କ ଅର୍ଦ୍ଧଶତକ ଏବଂ ଡୱେନ ବ୍ରାଭୋଙ୍କ ସୁପର ବୋଲିଂ ୱେଷ୍ଟଇଣ୍ଡିଜ ଦଳ ଚତୁର୍ଥ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ରେ...

ପଡ଼ିଆରେ ତ୍ୱରିତ ନିଷ୍ପତ୍ତି ଉପରେ ଡେନର୍ବିଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ପ୍ରଥମଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତୀୟ ଦଳ ସୋମବାର ଏହାର ଶେଷ...

Advertisement
Archives

Model This Week