Posted inଖେଳ

ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡକୁ ନିରପେକ୍ଷ ଭେନ୍ୟୁ କରାଯାଇପାରିବ

ଓ୍ବେଲିଂଟନ, ୧୦ା୬ (ପି.ଟି.):ନ୍ୟୁଜିଲାଣ୍ଡ ନିଜକୁ କରୋନାଭାଇରସ୍‌ ମୁକ୍ତ ଦେଶ ଭାବେ ଘୋଷଣା କରିଛି। ଟେଷ୍ଟ ମ୍ୟାଚଗୁଡ଼ିକ ଲାଗି ଏହାକୁ ନିରପେକ୍ଷ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ଦେଶର ଖେଳାଳି ଆସୋସିଏଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ହିଥ୍‌ ମିଲ୍ସ ପ୍ରକାଶ କରିଛନ୍ତି। ସମଗ୍ର ଦେଶରେ କରୋନା ଭାଇରସ୍‌ ବ୍ୟାପିବା ପରେ ମାର୍ଚ୍ଚ ମାସରୁ ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ ରହିଛି। ଭାରତ ଏହାର ଶେଷ ସିରିଜ ଆୟୋଜକ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଛି। ଏହି ଗ୍ରୀଷ୍ମଋତୁରେ ମଧ୍ୟ ମ୍ୟାଚ ଆୟୋଜନ କରି ହେବ। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ଡବ୍ଲ୍ୟୁ) ଏହି ପ୍ରସଙ୍ଗରେ ଇଂଲଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଅନ୍ୟ କେତେକ କ୍ରିକେଟ ବୋର୍ଡ ସହିତ ଆଲୋଚନା କରିଥିବା ମିଲ୍ସ କହିଛନ୍ତି। ଦେଶରେ ବର୍ତ୍ତମାନ କୌଣସି କରୋନା ପଜିଟିଭ୍‌ ନ ଥିବାରୁ ନ୍ୟୁଜିଲାଣ୍ଡ ସରକାର ରବିବାର ଅଧିକାଂଶ କଟକଣା ହଟାଇ ଦେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ନିରପେକ୍ଷ ଭେନ୍ୟୁ ନୂଆ କଥା ନୁହେଁ। ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଟିମ୍‌ ବସ୍‌ ଉପରେ ଆକ୍ରମଣ ଘଟଣା ପରଠାରୁ ପାକିସ୍ତାନ ଏହାର ଅଧିକାଂଶ ଘରୋଇ ସିରିଜ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳି ଆସୁଛି। ତେବେ ପାକିସ୍ତାନ କ୍ରମେ ଦେଶକୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ଲାଗି ଉଦ୍ୟମ ଚଳାଇଛି। କୋଭିଡ୍‌-୧୯ ଯୋଗୁ କାଉଣ୍ଟ କ୍ରିକେଟ ପ୍ରଭାବିତ ହୋଇଛି। ଏହାକୁ ଆୟୋଜନ କରିବା ଲାଗି ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଅଫର ଦେଇଥିବା ଇଂଲଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍‌ ହାରିସନ ଏପ୍ରିଲରେ ସୂଚନା ଦେଇଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଇଂଲଣ୍ଡର ୩ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ସହ ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଜୈବ-ସୁରକ୍ଷା ପରିବେଶ ମଧ୍ୟରେ ହେବ। ତେବେ ଏହି ପରିବେଶରେ ସବୁବେଳେ ଖେଳିବା ଗ୍ରହଣୀୟ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଡେଜା ଶ୍ରେଷ୍ଠ ଭାରତୀୟ ଫିଲ୍ଡର: ହଗ୍‌

ସିଡ୍‌ନୀ,୧୩।୪: କରୋନା ଭାଇରସର ଆତଙ୍କ ଚାଲୁ ରହିଥିବା ବେଳେ ସାରା ବିଶ୍ୱ ଏବେ ସ୍ଥିର ହୋଇଯାଇଛି। ତେବେ ଅଷ୍ଟ୍ରେଲିଆ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ ସୋସିଆଲ...

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ...

ଏହି କ୍ରିକେଟର୍‌ଙ୍କ କାର୍‌ ଓଲଟିଲା

ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା...

ଜାତୀୟ ଦଳରୁ ଆସିଲା ଡାକରା

ଚେନ୍ନାଇ,୩୦।୧: ଆସନ୍ତା ୭ ତାରିଖରୁ ଅହମ୍ମଦାବାଦଠାରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଭାରତୀୟ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ...

କୋଭିଡ- ୧୯: ଗୋଟିଏ ମାସର ଦରମା ଦାନ କଲେ ମେରୀକମ୍‌

ନୂଆଦିଲ୍ଲୀ,୩୦।୩(ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ତଥା ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ କୋଭିଡ-୧୯ ମୁକାବିଲା ପାଇଁ ଗୋଟିଏ...

ଇତିହାସ ରଚିଲା ଭାରତ

ସେଞ୍ଚୁରିୟନ୍‌,୩୦।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ଓପନର୍‌ କେ.ଏଲ...

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳୀ ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ପରଲୋକ

କାନବେରା,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଶନିବାର ରାତିରେ ଟାଉନସଭିଲେରେ ଏହି...

ସରିତାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

କଟକ ଅଫିସ୍‌, ୪ା୨- କେରଳର କୋଲାମଠାରେ ୧୦ମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ (ଡିଭିଜନ ଏ)ର ସୋମବାର ମ୍ୟାଚ୍‌ରେ ହକି ଓଡ଼ିଶା ବୃହତ ବିଜୟ...

Advertisement
Archives

Model This Week