ଭଦ୍ରକ ଅଫିସ, ୨।୯ – ଟୁଇଟ୍ ପରେ ଚାଉଳ ମିଳିବା ଘଟଣାରେ ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ରିଟେଲର ଶ୍ରୀଧର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ପକ୍ଷରୁ ସମ୍ପୃକ୍ତ ରିଟେଲରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଆସନ୍ତା ୪ ତାରିଖ ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ କୁହାଯାଇଛି। ସମ୍ପୃକ୍ତ ରିଟେଲର ଏହି ପଞ୍ଚାୟତର ଅନହରପୁର ଗ୍ରାମର ପାଞ୍ଚାଳୀ ଜେନାଙ୍କୁ ଗତ ୯ ମାସ ଧରି ତାଙ୍କ ରାଶନ ଦେଉ ନ ଥିବା ନେଇ ପାଖ ଗଁାର ସନ୍ତୋଷ ମହାପାତ୍ର ଜିଲାପାଳ, ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣାଇଥିଲେ। ଟୁଇଟ୍ର ଦେଢ଼ଘଣ୍ଟା ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ ଓ ବିଡିଓ ଏ ନେଇ ତଦନ୍ତ କରିଥିଲେ। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ସମ୍ପୃକ୍ତ ରିଟେଲର ତରବରିଆ ଭାବେ ହିତାଧିକାରୀ ପାଞ୍ଚାଳୀଙ୍କୁ ଡାକି ୯ ମାସର ଚାଉଳ ଏକକାଳୀନ ଦେଇ ହରଡ଼ଘଣାରେ ପଡ଼ିଥିଲେ। ଏକକାଳୀନ ୯ ମାସର ଚାଉଳ କାହିଁକି ଓ କିପରି ଦେଲେ ତାହାର ତଦନ୍ତ ଆରମ୍ଭ କରିଛି ପ୍ରଶାସନ। ଏପରିକି ୫ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୫ ଯୋଗାଣ ଅଧିକାରୀ ଏହି ପଞ୍ଚାୟତର ବିଭିନ୍ନ ଗଁାକୁ ଯାଇ ହିତାଧିକାରୀଙ୍କ ରାଶନ କାର୍ଡ ଯାଞ୍ଚ କରିଥିଲେ। ଯାଞ୍ଚରେ ପାଞ୍ଚାଳୀଙ୍କ ଭଳି ଅନ୍ୟ ଜଣେ ହିତାଧିକାରୀ କାର୍ଡ ଥାଇ ମଧ୍ୟ ରାଶନ ପାଇବାରୁ ବଞ୍ଚତ୍ତ ହେଉଥିବା ଅଧିକାରୀଙ୍କ ନଜରକୁ ଆସିଥିଲା। ଏହି ରିପୋର୍ଟ ପରେ ଜିଲାପାଳ ଶନିବାର ସମ୍ପୃକ୍ତ ରିଟେଲରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତାଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ
ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍ ଆଲଏଜ୍ରେ...

କୋଭିଡ୍ ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ
ଦାରିଙ୍ଗବାଡି,୨୩।୫: ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କରୋନାକୁ ନେଇ ଆତଙ୍କ ଦେଖାଯାଇଛି। ଝାରମୁଣ୍ଡା ଗ୍ରାମରେ ଗତ ସପ୍ତାହରେ ଜ୍ୱରରେ...

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି କମଲ ଜିତ୍ ସିଂ
ଭୁବନେଶ୍ୱର,୯।୪(ବ୍ୟୁରୋ): ପ୍ରଫେସର କମଲ ଜିତ ସିଂଙ୍କୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍ଏଲ୍ୟୁ)ର କୁଳପତି ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ
କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା...

ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ
ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ...

ଶାଳକ, ଭିଣୋଇଙ୍କ ଠକେଇ ଗୁମର ଖୋଲୁଛି
ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରେଲ୍ଓ୍ବେ ଚାକିରି ଆଳରେ ୫ଜଣ ଯୁବକଙ୍କଠାରୁ ୨୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶାଳକ କଳିଙ୍ଗବିହାରର ସୌମ୍ୟ ରଞ୍ଜନ ରାଉତ ଓ ଭିଣୋଇ ସମରଜିତଙ୍କୁ ଚନ୍ଦ୍ରଶେଖରପୁର...

ଘୂର୍ଣ୍ଣିବଳୟ: ଆଉ ୨ ଦିନ ବର୍ଷା
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା...

ଜର୍ମାନୀର ଜିଆଇ୍ଜେଡ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ରାଜ୍ୟର ସହରାଞ୍ଚଳ ବିକାଶରେ ହେବ ସହାୟକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଜର୍ମାନୀର...