Posted inଜାତୀୟ

ଟୁଇଟର ପ୍ରୋଫାଇଲରୁ ଭାଜପା ହଟାଇଲେ ଜ୍ୟୋତିରାଦିତ୍ୟ !

ଭୋପାଳ,୬।୬: କିଛି ମାସ ତଳେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ। ଏବେ ସେ ତାଙ୍କ ଟୁଇଟର ଆକାଉଣ୍ଟରୁ ‘ଭାଜପା’ ହଟାଇ ଦେଇଥିବା କଥା ଆଲୋଚନା ହେଉଛି। ଆଉ ସେହି ସ୍ଥାନରେ ଜନତାଙ୍କ ସେବକ ଓ କ୍ରିକେଟ ପ୍ରେମୀ ଲେଖିଥିବା ଦେଖାଯାଇଛି। ତେବେ ଏହାକୁ ନେଇ କିଛି ଲୋକ କହୁଛନ୍ତି ସିନ୍ଧିଆ ପ୍ରଥମରୁ ତାଙ୍କ ପ୍ରୋଫାଇଲରେ ଭାଜପା ରଖି ନ ଥିଲେ। ହେଲେ ଆଉ କିଛି ଲୋକ କହୁଛନ୍ତି ପୁଣିଥରେ ଦଳ ବଦଳ କରିପାରନ୍ତି କି ସିନ୍ଧିଆ। ସୂଚନାଯୋଗ୍ୟ, ୧୮ ବର୍ଷ କଂଗ୍ରେସରେ ରହିବା ପରେ ସିନ୍ଧିଆ ହୋଲି ସମୟରେ ଭାଜପାରେ ଯୋଗ ଦେଇଥିଲେ। ତେଣୁ ଏବେ ଯାହା ଆଲୋଚନା ହେଉଛି ତାହା ସତ ହୋଇପାରେ ବୋଲି କେହି କେହି ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ ଏହି ମହିଳା: ବାନ୍ଧିଲା ୟୁପି ପୋଲିସ

ପ୍ରୟାଗରାଜ,୨୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରୁ ହିନ୍ଦୁ ଦେବତାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ଅଭିଯୋଗ କରାଯିବା...

ନଳିନୀଙ୍କୁୁ ମିଳିଲା ୩୦ ଦିନ ପାରୋଲ

ନୂଆଦିଲ୍ଲୀ,୨୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ଗୁରୁବାର...

କରୋନା ଯୋଗୁ ଗଲା ଚାକିରି, ୪ ମାସର ଶିଶୁକୁ ଏତିକି ଟଙ୍କାରେ ବିକି ଦେଲେ ପିତା

ଗୁଆହାଟୀ,୨୩।୭: କରୋନା ଅନେକ ଲୋକ ଚାକିରି ହରାଇଛନ୍ତି। ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସାମ୍ନାକ କରୁଛନ୍ତି। ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା...

ଲକ୍ଷ୍ନୌରେ କରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଛି

ଲକ୍ଷ୍ନୌ, ୧୪ା୪- ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ରାଜଧାନୀ ଲକ୍ଷ୍ନୌର କରୋନା ସ୍ଥିତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଲକ୍ଷ୍ନୌରେ କୋଭିଡ୍‌ ୧୯ କାରଣରୁ ସରକାରୀ ସ୍ତରରେ...

ମମତାଙ୍କୁ ଭୁଲିଗଲେ ମୋଦି!

ନୂଆଦିଲ୍ଲୀ,୭ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଯେମିତି ଭୁଲିି ଯାଇଛନ୍ତି । କିଏ କିଏ କହୁଛନ୍ତି...

ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ

ନୂଆଦିଲ୍ଲୀ,୬।୧୨: ମୋଦି ସରକାରଙ୍କ ସମୟରେ ବିବାଦରେ ଥିବା ଆତ୍ମ ଘୋଷିତ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର...

ଡି.କେ. ଶିବକୁମାର ଡାକ୍ତରଖାନାରେ ଭର୍ତ୍ତି

ବେଙ୍ଗାଲୁରୁ,୧୨।୧୧: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମନ୍ତ୍ରୀ ଡି.କେ. ଶିବକୁମାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଚ୍ଚ ରକ୍ତଚାପ ବଢିଯିବାରୁ ମଙ୍ଗଳବାର ଭୋରରୁ ତାଙ୍କୁ...

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ...

Advertisement


Archives

Model This Week

Why Dharitri