Posted inଖେଳ

ଟି୨୦ ସିରିଜ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ୍‌, ୨୫ା୧୦ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଆଗାମି ଟି୨୦ ସିରିଜରେ ଖେଳିବେ ନାହିଁ। ହିପ୍‌ ଇଞ୍ଜୁରୀ ଯୋଗୁ ସେ ଏହି ନିଷ୍ପତ୍ତି ନେଇଥିବା ଟିମ୍‌ ଅଫିସିଆଲ ଶୁକ୍ରବାର ପ୍ରକାଶ କରିଛନ୍ତି। ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଟିମ୍‌ ସୌଦି ଦଳର ଅଧିନାୟକତ୍ୱ କରିବେ। ହେଲେ ନଭେମ୍ବର ଶେଷ ଭାଗରେ ଭ୍ରମଣକାରୀ ଦଳ ବିପକ୍ଷରେ ଖେଳାଯିବାକୁଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଓ୍ବିଲିୟମସନ ଦଳକୁ ଫେରିବେ। ମାର୍ଚ୍ଚରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜବେଳେ କେନ୍‌ ଏହି ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ ବୋଲି କୋଚ୍‌ ଗ୍ୟାରି ଷ୍ଟେଡ୍‌ ସୂଚନା ଦେଇଛନ୍ତି। ସୌଭାଗ୍ୟ ବଶତଃ ଆମ ନିକଟରେ ସୌଦିଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି, ଯିଏକି ଅଧିନାୟକ ଦାୟିତ୍ୱ ସମ୍ଭାଳିପାରିବେ ବୋଲି ସେ କହିଛନ୍ତି। ଫାଷ୍ଟ ବୋଲର ଲୋକି ଫର୍ଗୁସନ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟିରେ ଖେଳିବେ। ତାଙ୍କ ସ୍ଥାନରେ ଅବଶିଷ୍ଟ ଦୁଇଟି ମ୍ୟାଚରେ ଟ୍ରେଣ୍ଟ ବୋଲ୍ଟ ଖେଳିବେ। ସିରିଜ ଶୁକ୍ରବାର ନଭେମ୍ବର ୧ରେ ଖ୍ରିଷ୍ଟଚର୍ଚ୍ଚରେ ଆରମ୍ଭ ହେବ। ଜୁଲାଇରେ ଲଡର୍‌ସରେ ବିଶ୍ୱକପ୍‌ ଫାଇନାଲ ପରେ ଦୁଇ ଦଳ ମଧ୍ୟରେ ଏହା ପ୍ରଥମ ଭେଟ ହେବ।
ନ୍ୟୁଜିଲାଣ୍ଡ ଦଳ: ଟିମ୍‌ ସୌଦି (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ (ଗେମ୍‌ ୪ ଓ ଗେମ୍‌ ୫), କଲିନ ଡି’ ଗ୍ରାଣ୍ଡହୋମ୍‌, ଲୋକି ଫର୍ଗୁସନ (୧ରୁ ୩ ଗେମ୍‌ ପର୍ଯ୍ୟନ୍ତ), ମାର୍ଟିନ ଗୁପ୍‌ଟିଲ, ସ୍କଟ କୁଜେଲଜିନ୍‌, ଡେରିଲ୍‌ ମିଚେଲ, କଲିନ୍‌ ମୁନ୍‌ରୋ, ଜିମି ନିଶାମ, ମିଚେଲ ସାଣ୍ଟନର, ଟିମ୍‌ ସିଫର୍ଟ, ଈଶ୍‌ ସୋଧି, ରସ୍‌ ଟେଲର, ବ୍ଲେୟର ଟିକ୍‌ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଣ୍ଡା ଖାଇ ଟ୍ରୋଲ୍‌ ହେଲେ ବିରାଟ କୋହଲି

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ...

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ନିକଟରେ ଇଂଲଣ୍ଡ ଗସ୍ତ...

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର କ୍ରିକେଟ ମ୍ୟାଚ ଯୋଜନା

ମେଲବୋର୍ନ, ୧୩ା୫ (ପି.ଟି.)- କରୋନା ଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ସ୍ଥିତିରେ ଇଣ୍ଟରନ୍ୟାଶନାଲ ଟୁର୍‌ ସମ୍ଭବନା ଦେଖା ଯାଉ ନ ଥିବାରୁ ଦୁଇ ପଡ଼ୋଶୀ ଦେଶ...

ଏହି ମହିଳା କ୍ରିକେଟର୍‌ଙ୍କୁ ଭେଟିବାକୁ ସକାଳ ୫ଟାରେ ଯାଉଥିଲେ କୋହଲି: ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା କଥା

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡିକୁ ସୁପରହିଟ୍‌ ଆଖ୍ୟା ଦିଆଯାଇଛି। ଉଭୟଙ୍କ ମଧ୍ୟରେ ଦୃଢ ବନ୍ଧନ ରହିଛି। ବିରାଟ ୨୦୧୭ରେ ଅନୁଷ୍କାଙ୍କ...

ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌: ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ବ୍ରିସବେନ,୧୮।୨- ସ୍ପିନର ପୁନମ ଯାଦବଙ୍କ ୩ ଉଇକେଟ ସଫଳତା ବଳରେ ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ ପୂର୍ବରୁ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ...

କ୍ଲୁଜନର ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ କୋଚ୍‌

ଜୋହାନ୍ସବର୍ଗ,୨୩।୮(ପିଟି): ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଲାନ୍ସ କ୍ଲୁଜନର ଶୁକ୍ରବାର ଜାତୀୟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ତେବେ ତାଙ୍କୁ କେବଳ ଭାରତ ବିପକ୍ଷରେ...

ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ବୁମରାଙ୍କ ରାଜ୍‌

ଦୁବାଇ,୧୨।୧୧- ଆଇସିସି ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ରାଜୁତି ଜାରି ରଖିଛନ୍ତି। କୋହଲି ସର୍ବାଧିକ ୮୯୫...

ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ କିଣିଲା ପୁଣେ ମ୍ୟୁଜିୟମ

କରାଚୀ, ୯ା୫ (ପି.ଟି.):ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ ଶେଷର ନିଲାମ ହୋଇଛି। କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ...

Advertisement
Archives

Model This Week