ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଆଇପିଏଲ୍‌ ଖେଳିବି: ଓ୍ବାର୍ନର

ନୂଆଦିଲ୍ଲୀ,୨୧।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବୁ ବୋଲି ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ୍‌ ଓ୍ବାର୍ନର କହିଛନ୍ତି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ୧୬ଟି ଦେଶକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‌ ଆୟୋଜନ ନେଇ କ୍ରିକେଟ ଅଷ୍ଟ୍ରେଲିଆ ଅଧ୍ୟକ୍ଷ ଅର୍ଲ ଏଡିଙ୍ଗ୍ସ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ଏହାକୁ ଅବାସ୍ତବ ବୋଲି କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ମଧ୍ୟ ଏପର୍ଯ୍ୟନ୍ତ ବିଶ୍ୱକପ୍‌ ଆୟୋଜନ ନେଇ ଅନ୍ତିମ ନିଷ୍ପତ୍ତି ନେଇନାହିଁ। ଆସନ୍ତା ମାସରେ ଆଇସିସି ବିଶ୍ୱକପ୍‌ର ଭାଗ୍ୟ ନେଇ ବିଚାର କରିବ। କିନ୍ତୁ ଏପରି ସ୍ଥିତିରେ ଓ୍ବାର୍ନର ଆଇପିଏଲ୍‌ ଖେଳିବା ନେଇ ବେଶ୍‌ ଆଶାବାଦୀ ଅଛନ୍ତି।
ଯଦି ବିଶ୍ୱକପ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଖେଳା ନ ଯାଏ ତା’ହେଲେ ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସମେତ ଆଇପିଏଲ୍‌ ଖେଳିବି ବୋଲି ‘ଇଣ୍ଡିଆ ଟୁଡେ’କୁ ସାକ୍ଷାତ୍‌କାର ଦେବା ଅବସରରେ ଓ୍ବାର୍ନର କହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଅନୁମତି ଦିଆଗଲେ ଆମେ ଆଇପିଏଲ୍‌ ଖେଳିବାକୁ ପ୍ରସ୍ତୁତ ହେବୁ। ଏବେ ସମସ୍ତେ ଆଇସିସିର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଟି୨୦ ବିଶ୍ୱକପ୍‌ ସ୍ଥଗିତ ହେବା ନେଇ ଏବେ ଆଲୋଚନା ଚାଲିଛି। ଅଷ୍ଟ୍ରେଲିଆରେ ସବୁ ଦେଶ ପାଇଁ ଚ୍ୟାଲେଞ୍ଜ ରହିଛି। କାରଣ ଏଠାରେ ୧୪ ଦିନ କ୍ୱାରାଣ୍ଟାଇନ୍‌ର ବ୍ୟବସ୍ଥା ରହିଛି। ଟି୨୦ ବିଶ୍ୱକପ୍‌ ସ୍ଥଗିତ ରହିଲେ ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳି ସେପ୍ଟେମ୍ବର- ଅକ୍ଟୋବରରେ ଆଇପିଏଲ୍‌ ଖେଳିବାକୁ ଚାହାନ୍ତି ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ସରକାର ଓ କ୍ରିକେଟ ଅଷ୍ଟ୍ରେଲିଆର ଅନୁମତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ପ୍ରୋତ୍ସାହନ : କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି

ପୁରୀ ଅଫିସ,୫ା୮ : ପୁରୀ ଜିଲାରେ ବହୁ ପ୍ରତିଭାବାନ ଖେଳାଳି ଉପେକ୍ଷିତ ହେଉଛନ୍ତି। ସେହିପରି କ୍ରୀଡ଼ାରୁ ମୁହଁ ଫେରାଇ ନେଉଛନ୍ତି ଯୁବ କ୍ରୀଡ଼ାବିତ୍‌। ଏକଦା ଜାତୀୟ,...

ନିକ୍‌ କିର୍ଗିଓସ୍‌ ୧୬ ସପ୍ତାହ ବାସନ୍ଦ

ପ୍ୟାରିସ, ୨୬।୯ (ଏଏଫ୍‌ପି)- ଦି ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ (ଏଟିପି) ଅଷ୍ଟ୍ରେଲୀୟ ଷ୍ଟାର୍‌ ଖେଳାଳି ନିକ୍‌ କିର୍ଗିଓସ୍‌ଙ୍କୁ ୧୬ ସପ୍ତାହ ଲାଗି ବାସନ୍ଦ କରିଛି।...

ବୁମ୍‌ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..

ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍‌ବେନ୍‌ରେ ଖେଳାଯିବାକୁ ଥିବା...

‘ଏବେଠୁ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜ,ନଚେତ…’ ଭାରତୀୟ ଟିମକୁ ଗମ୍ଭୀରଙ୍କ ଚେତାବନୀ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌। ଏହାକୁ ନେଇ ଭାରତୀୟ ଟିମ୍‌କୁ ଚେତାଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଦଳକୁ ହାର୍ଦ୍ଦିକ...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ...

ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ, ୨୨।୯: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଖେଳାଯାଉଛି। ଭାରତୀୟ ଅଧିନାୟକ ବିରାଟ କୋହଲି...

ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍‌

ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍‌ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର...

Advertisement
Archives

Model This Week