ଟିପ ମାରି ଉଠାଇନେଲେ ଟଙ୍କା

ପରଜଙ୍ଗ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତରେ ଥିବା ଗ୍ରାହକ ସେବା କେନ୍ଦ୍ର (କିଓସ୍କ)ରେ ବ୍ୟାପକ ଅର୍ଥ ହେରଫେର ହୋଇଛି। ନକଲି ଟିପଚିହ୍ନରେ ଶାଖା ପରିଚାଳକ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଣେ ହିତାଧିକାରୀ ଥାନାରେ ଏତଲା ଦେଇଛନ୍ତି। କିଓସ୍କରେ ଏପରି ଠକେଇ ବ୍ଲକରେ ପ୍ରଥମ ବୋଲି କୁହାଯାଉଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ସରାଙ୍ଗସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଶାଖା ପକ୍ଷରୁ ପିତିରି ପଞ୍ଚାୟତରେ ଖୋଲାଯାଇଛି କିଓସ୍କ ବ୍ରାଞ୍ଚ। ଉକ୍ତ ଶାଖାରେ କୁଲେଇ ଗ୍ରାମର ସତ୍ୟଭାମା ଜେଠୀ ବ୍ୟାଙ୍କ ଆକାଉଣ୍ଟ (ନଂ. ୩୭୦୭୮୩୮୫୫୫୫) ଖୋଲିଥିଲେ। ମଣ୍ଡିରେ ବିକ୍ରି କରିଥିବା ଧାନ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ତାଙ୍କ ପୁଅ ସୋମବାର ଖାତା ଅପ୍‌ଡେଟ୍‌ କରିଥିଲେ। ଖାତାକୁ ୯୦ ହଜାର ଟଙ୍କା ଆସିଥିବା ଜଣାପଡ଼ିଥିଲା। ହେଲେ ୨୦୨୦ ଫେବୃୟାରୀ ୨୮ରେ ଉକ୍ତ ଜମାଖାତାରୁ ୧୦ ହଜାର ଟଙ୍କା ଉଠାଯାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଉକ୍ତ ଦିନ ମା’ ସତ୍ୟଭାମା ଟଙ୍କା ଉଠାଇ ନ ଥିଲେ। ଏ ନେଇ ସେ ଶାଖା ପରିଚାଳକ ଗଙ୍ଗାଧର ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ ଶାଖା ପରିଚାଳକ ନକଲି ଟିପ ଚିହ୍ନ ମାରି ଟଙ୍କା ଉଠାଇଥିବା ସ୍ବୀକାର କରିଥିଲେ ଏବଂ ଉଠାଇଥିବା ୧୦ ହଜାର ଟଙ୍କା ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ ଅନୁରୋଧ କରିଥିଲେ। କେବଳ ସତ୍ୟାଭାମା ନୁହନ୍ତି, ଏପରି ୨୦ ଊର୍ଦ୍ଧ୍ୱ ଜମାକାରୀ ସମାନ ଅଭିଯୋଗ ଆଣିଛନ୍ତି। ଫଳରେ ଶାଖା ପରିଚାଳକଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।
ଏ ନେଇ ସତ୍ୟଭାମା କୁହନ୍ତି, ଶାଖା ପରିଚାଳକ ଚତୁରତାର ସହ ନିଜର ଟିପଚିହ୍ନ ଦେଇ ଆକାଉଣ୍ଟ ଖୋଲି ଦେଇଛନ୍ତି। ସେ ତାଙ୍କ ଟିପ ଚିହ୍ନ ବ୍ୟବହାର କରି ଟଙ୍କା ହେର୍‌ଫେର କରୁଛନ୍ତି। ଅଭିଯୁକ୍ତଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ସତ୍ୟଭାମା ସୂଚନା ଦେଇଛନ୍ତି। ଶାଖା ପରିଚାଳକ ଗଙ୍ଗାଧର ଅଭିଯୋଗକୁ ସ୍ବୀକାର କରିଛନ୍ତି।

ଅସୁରକ୍ଷିତ ଜମାପୁଞ୍ଜି

ଗ୍ରାମାଞ୍ଚଳର ଲୋକଙ୍କୁ ହାତପାହାନ୍ତାରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗାଇଡ୍‌ ଲାଇନ ଅନୁଯାୟୀ ଖୋଲାଯାଇଛି ଗ୍ରାହକ ସେବା କେନ୍ଦ୍ର (କିଓସ୍କ)। ଜଣେ ଜମାକାରୀ ସୁବିଧାରେ ଏଠାରେ ଖାତା ଖୋଲିପାରିବ। ଆର୍ଥିକ ନେଣଦେଣ ମଧ୍ୟ କରିପାରିବ। ହେଲେ ପିତିରି କିଓସ୍କରେ ଆର୍ଥିକ ଅନିୟମିତତା ଘଟଣା ପଦାକୁ ଆସିବା ପରେ ଗ୍ରାହକ ସେବାକେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ନୁହେଁ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ କେତେଜଣ ଜମାକାରୀ କହିଛନ୍ତି, ବ୍ୟାଙ୍କରେ ସିଧାସଳଖ ଖାତା ଖୋଲିବାକୁ ଗଲେ ଗ୍ରାହକ ସେବାକେନ୍ଦ୍ରକୁ ପଠାଇ ଦିଆଯାଉଛି। ହେଲେ ଜମାକାରୀ ଟଙ୍କା କେତେ ସୁରକ୍ଷିତ ତାହା ମୁଖ୍ୟ ଶାଖା ପକ୍ଷରୁ ତଦାରଖ କରାଯାଉ ନାହିଁ। ଫଳରେ ଜମାକାରୀ ଠକେଇର ଶିକାର ହେଉଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ବିଲ ଥାନା ଅଞ୍ଚଳରୁ ଚୋରି ଘଟଣା: ଚୋରି ସାମଗ୍ରୀ ଜବତ, ୨ ଅଭିଯୁକ୍ତ ଗିରଫ

ବଡବିଲ,୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ସୁନ୍ଦରା ବସ୍ତି ଅଞ୍ଚଳର ଶିବ କୁମାର ଗିରିଙ୍କ ଘରୁ ଗତ ଏପ୍ରିଲ ୧୬ ତାରିଖରେ ଚୋରି ହୋଇଥିଲା। ଏ...

ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ପଜିଟିଭ୍‌

ଠାକୁରମୁଣ୍ଡା,୨୭।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମକପୁର ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ଉକ୍ତ ବିଦ୍ୟାଳୟକୁ...

ସିଂହପୁର ଉତ୍ସବ ମୁଖର

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ଆରମ୍ଭ ହୋଇଛି।ସିଂହପୁର, ଓଳେଇ ଚନ୍ଦନପୁର, ମଲିଆ, ବଂଶୀପୁରରେ ମା’ଙ୍କ ପୂଜା ଚାଲିଛି।...

ବିବାହ ଚତୃର୍ଥୀ ଭୋଜିରେ ବଜ୍ରପାତ : ବର ମୃତ, ମହିଳାଙ୍କ ସମେତ ୪ ଗୁରୁତର

ଆନନ୍ଦପୁର,୧୬।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି ା ବିବାହ ଚତୁର୍ଥୀ ଭୋଜି ଚାଲି ଥିବାବେଳେ ବଜ୍ରପାତ ଘଟି ବରର...

ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି

ହିିଞ୍ଜିଳିକାଟୁ,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି।...

କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ...

କାଳବୈଶାଖୀର ତାଣ୍ଡବ: ଘର ଭାଙ୍ଗିଲା, ଧାନ, ପନିପରିବା ଫସଲ ନଷ୍ଟ

ତଳଗାଁ,୨୮ା୪(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ କାଳ ବୈଶାଖୀ ଯୋଗୁ ବହୁ ଘର ଛପର ଉଡିଯାଇଛି ା ଏଥିସହିତ ବ୍ୟାପକ ଫସଲ ସବୁ ନଷ୍ଟ...

ପୋଲିସ ଆଗରେ ବେକ କାଟିଲେ ମହିଳା

ସୋନପୁର, ୭।୧୨(ନି.ପ୍ର.): ସୋନପୁର ସହର କୁମ୍ଭାରପଡାରେ ସୋମବାର ରାତିରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ବେହେରା(୪୨) ନାମ୍ନୀ ଜଣେ ମହିଳା ସହରସ୍ଥିତ ନୂଆପଡା ଅଞ୍ଚଳର...

Advertisement
Archives

Model This Week