ଟାଙ୍ଗିରି ଗ୍ରାମରେ ଦନ୍ତା ଆତଙ୍କ: ଶୁଣ୍ଢରେ ଟେକି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗ୍ରାମରେ ଶନିବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ସୁଆଗି ଜୁଆଙ୍ଗ।
ସୂଚନାନୁଯାୟୀ, ସୁଆଗି ଓ ଫୁଲମଣୀ ଗ୍ରାମ ନିକଟରେ ଥିବା ନୌପଶି ଜଙ୍ଗଲକୁ ଦାନ୍ତକାଠି, ପତ୍ର ଏବଂ କାଠ ସଂଗ୍ରହ ପାଇଁ ସକାଳେ ଯାଇଥିଲେ। ତେବେ ଏକ କାଜୁ ବଗିଚା ଦେଇ ଉଭୟ ଯାଉଥିବା ବେଳେ ସୁଆଗି ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ସୁଆଗିଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ସାଙ୍ଗରେ ଥିବା ଫୁଲମଣୀ ସେଠାରୁ ଦୌଡ଼ି ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ଓ ସୁଆଗୀଙ୍କ ପୁଅ ଆସିବା ପରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ତେବେ କିଛି ଦିନ ଧରି ଗ୍ରାମ ନିକଟ ଜଙ୍ଗଲରେ ଏକ ହାତୀ ପଲ ରହି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ଏବେ ଏହି ଘଟଣା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ସେବା ସମବାୟ ସମିତି କାର୍ଯ୍ୟାଳୟ

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର.): ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏ ବାବଦରେ ଅନେକ କୋଟି ଟଙ୍କା ବ୍ୟୟ...

କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା

ପୁରୀ ଅଫିସ/ଖୋର୍ଦ୍ଧା ଅଫିସ/ ନିରାକାରପୁର/ ନିମାପଡ଼ା/ଗୋପ/ କୋଣାର୍କ/ଡେଲାଙ୍ଗ/ପିପିଲି, ୨୭।୧୧(ଡି.ଏନ୍‌.ଏ.)କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଗୁରୁବାର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଡାକରା ଦିଆଯାଇଥିବା...

ବୁଗୁଡ଼ାରେ ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ସିଲ୍‌ କଲା ପ୍ରଶାସନ

ବୁଗୁଡା, ୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡା ସହରରେ ଥିବା ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଠାରେ...

ଗୁହାଳରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ, ୭ ଗୁରୁତର

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ନାହିଆଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ଗୁହାଳ ଭସ୍ମୀଭୂତ ହୋଇଛି । ଗୁହାଳରେ ବନ୍ଧା ହୋଇଥିବା...

ଏସ୍‌ସିବିରେ ଖୋଲିବ କରୋନା ସୂଚନା, ତାଲିମ କେନ୍ଦ୍ର

କଟକ ଅଫିସ୍‌,୧୫ା୪: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ କରୋନା ସମ୍ପର୍କରେ ତାଲିମ୍‌ ଏବଂ ସୂଚନା ପ୍ରଦାନ କରିବା...

ପୋଖରୀରେ ବୁଡି ଦେଢ଼ବର୍ଷର ଶିଶୁ ମୃତ

ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।...

ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିଲା ଫାୟାର ଫାଇଟିଂ ଭ୍ୟାନ୍‌

ଭବାନୀପାଟଣା,୧୦।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍କେଲା ବିମାନ ବନ୍ଦରରେ ରବିବାର ଫାୟାର ଫାଇଟିଂ ଭ୍ୟାନ୍‌ ପହଞ୍ଚିଛି। ଏହି ଭ୍ୟାନ ବିମାନ ବନ୍ଦରରେ ରହିବା ସହ ବିମାନକୁ ନିଆଁ...

ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ

ନାକଟିଦେଉଳ,୩୦।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ...

Advertisement
Archives

Model This Week