ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ ଯୋଗୁ ସବ୍‌ଜେଲ ପରିସରରେ ବର୍ଷତମାମ ଭିନ୍ନ ଭିନ୍ନ ପନିପରିବା ଚାଷ ସମ୍ଭବ ହୋଇପାରିଛି। ଏଠାରେ ବାଇଗଣ, ସୂର୍ଯ୍ୟମୁଖୀ, ଟମାଟୋ, ଭେଣ୍ଡି, କଖାରୁ, ଝୁଲଣ, କଲରା, ଜହ୍ନି, ବିଟ୍‌, ପିଆଜ, ଅମୃତଭଣ୍ଡା ଆଦି ଚାଷ କରାଯାଉଛି। ଗୋଟିଏ ଫସଲ ଉଠିବା ପରେ ଆଉ ଏକ ଫସଲ କରାଯାଉଛି। ଗୋଟିଏ ଜମିରେ ଭିନ୍ନ ଭିନ୍ନ ଫସଲ କରିବା ଦ୍ୱାରା ଜମିର ଉର୍ବରତା ବଢ଼ୁଛି। ଏହା ଦ୍ୱାରା ସରକାର ରାଜସ୍ବ ପାଉଥିବାବେଳେ କଏଦୀମାନେ ଦୈନିକ ତଟକା ପନିପରିବା ପାଇପାରୁଛନ୍ତି। ଏହା କଏଦୀମାନଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି କାମରେ ନିୟାଜିତ ରହୁଥିବାରୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଘଟୁଛି।


ଅଦରକାରୀ ପାଣିରେ ଜୈବିକ ଚାଷ
ଆନ୍ଧ୍ରର ପୁରୁଲୁ ରାମାରାଓ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡରେ ଗିରଫ ହୋଇ ନୟାଗଡ଼ ସବଜେଲରେ ଅଛନ୍ତି। ସେ ୮ବର୍ଷ ଧରି ଜେଲଦଣ୍ଡ ଭୋଗିସାରିଲେଣି। ନୟାଗଡ ସବ୍‌ଜେଲରେ ପୁରୁଲୁ ପନିପରିବା ବଗିଚାର ଦାୟିତ୍ୱ ନେଇଛନ୍ତି। ପୁରୁଲୁଙ୍କ ସୂଚନା ଅନୁସାରେ ଜେଲ ପରିସରରେ କଏଦୀମାନଙ୍କ ସ୍ନାନ ଓ ପରିତ୍ୟକ୍ତ ଜଳକୁ ନଷ୍ଟ କରିବାକୁ ଦିଆଯାଉନି। ଏହାକୁ ବ୍ୟବହାର କରି ପନିପରିବା ଚାଷ କରାଯାଉଛି। ପୁଣି ଗୋବର ଖତକୁ ବ୍ୟବହାର କରି ଜୈବିକ କୃଷି ମାଧ୍ୟମରେ ଚାଷ କରାଯାଉଛି। ସକାଳ ୭ରୁ ୧୦ ଓ ଅପରାହ୍ନ ୨ଟାରୁ ୫ଟା ବଗିଚା କାମରେ ନିୟୋଜିତ ହେଉଛି। ବଗିଚା କାମ ମୋ ମାନସିକତାରେ ପରିବର୍ତ୍ତନ ଆଣୁଛି।


ଶୁଆ, କିରାଙ୍କ ଖାଦ୍ୟ
ଦଶପଲ୍ଲା ବ୍ଲକ କଇଁଆଡିହ ଗଁାର ଆରତ ନାୟକ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ପୁରୁଲୁ ରାମାରାଓଙ୍କୁ ବଗିଚା କାମରେ ସହଯୋଗ କରୁଛନ୍ତି। ଆରତଙ୍କ ସୂଚନା ଅନୁସାରେ ବଗିଚା କାମରେ ଦିନକୁ ୪୦ ଟଙ୍କା ରୋଜଗାର ହେଉଛି। ସୁବିଧା ଅସୁବିଧାରେ କିଛି ଅର୍ଥ ମୁଁ ଖର୍ଚ୍ଚ କରେ। ଅବଶିଷ୍ଟ ଅର୍ଥ ଘରକୁ ପଠାଏ। ମୋ ଭୁଲ ପାଇଁ ଅନୁତପ୍ତ। ତେବେ ପନିପରିବା ଚାଷରେ ଅମେ ତଟକା ପନିପରିବା ଖାାଇଥାଉ। ଏହା କିଛି ପକ୍ଷୀଙ୍କ ଉପକାରରରେ ବି ଲାଗିଥାଏ । ଫସଲକୁ ରୋଗପୋକ ଦାଉରୁ ରକ୍ଷା ପାଇଁ ସୂର୍ଯ୍ୟମୁଖୀ ଓ ସୋରିଷ ଚାଷ ହୁଏ। ସୂର୍ଯ୍ୟମୁଖୀ ଫୁଲ ଶୁଆ, କିରାଙ୍କ ଖାଦ୍ୟ ପାଲଟିଛି।
ମୁକ୍ତ ପରି ସମୟ ବିତାଏ
ରାୟଗଡା ଚନ୍ଦ୍ରପୁରର ପ୍ରତାପ କିମ୍ବିକା ଜଣେ ବିଚାରାଧିନ କଏଦୀ ଭାବେ ଜେଲରେ ଅଛନ୍ତି। ନିଜକୁ ବଗିଚା କାମରେ ନିୟୋଜିତ କରି ଖୁସି ଅନୁଭବ କରୁଥିବା କୁହନ୍ତି ପ୍ରତାପ। ତାଙ୍କ ସୂଚନା ଅନୁସାରେ ଫୁରସତ ଦେଲେ ମନରେ ବିଭିନ୍ନ ଚିନ୍ତା ଆସେ। ତେଣୁ ମୁଁ ନିଜକୁ ସବୁବେଳେ କାମରେ ନିୟୋଜିତ କରିଥାଏ। ଜେଲରେ ଥାଇ ବି ମୁଁ ନିଜକୁ ମୁକ୍ତ ବୋଲି ଭାବେ। ଅଧିକାଂଶ ସମୟ ଭାବେ ମୁଁ ଜେଲରେ ନାହିଁ । ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନୂଆ ଚିନ୍ତାଧାରା ଯୋଗୁ ଅବ୍ୟବହୃତ ଜମିରେ ଫସଲ ଫଳୁଛି। ପନିପରିବା ଫସଲ ସହ ଜେଲରେ ଏବେ ୧୨୦ ଲେମ୍ବୁ ଓ ୫୦ ଆମ୍ବ ଗଛ ଲଗାଯାଇଛି। ଜେଲ ପରିସରରେ ଏଭଳି ଚାଷବାସ କରାଗଲେ କଏଦୀମାନେ ପରିବର୍ତ୍ତନ ହୋଇ ପୁଣି ମୁଖ୍ୟସ୍ରୋତକୁ ଫେରିପାରିବେ।
ବଦଳିଗଲା ପରିବେଶ
ଜେଲ ସୁପରିଣ୍ଟେଣ୍ଡେଣ୍ଟ ଉମେଶ ପ୍ରସାଦ ବଳବନ୍ତ ରାୟ କୁହନ୍ତି, ମୁଁ ପ୍ରାୟ ୧ବର୍ଷ ହେଲା ନୟାଗଡ଼ ସବଜେଲରେ ଅଛି। ଆସିବା ପରେ ଟାଙ୍ଗରା ଭୂଇଁରେ ପନିପରିବା ଚାଷ କରିବାକୁ ମନ ବଳାଇଲି। ରଣପୁର ସବ୍‌ଜେଲରେ ଥିବାବେଳେ ସେଠାରେ ପନିପରିବା ଚାଷ କରାଉଥିଲି। ଏଠାରେ ଜୈବିକ ପଦ୍ଧତିରେ ଚାଷକୁ ଆପଣେଇଛି। ସୂର୍ଯ୍ୟମୁଖୀ ଓ ସୋରିଷ ଚାଷ ପୋକ ଉପଦ୍ରବ ହ୍ରାସ କରାଉଛି। ପରିବେଶ ସନ୍ତଳିତ ହୋଇ ରହୁଛି। ପୁଣି ଏକ ଫୁଲ ବଗିଚା କରାଇଛି। ଗତ ଜାନୁୟାରୀ ଓ ଫେବୃୟାରୀ ମାସରେ ୭୪ ହଜାର ୪୧ ଟଙ୍କା ପନିପରିବା ବିକ୍ରି ହୋଇଛି । ଏଠାରେ ୮ ଜଣ କଏଦୀ ବଗିଚା କାମ କରୁଛନ୍ତି। ରୋଜଗାର ଟଙ୍କା ପୋଷ୍ଟ ଅଫିସରେ ଆକାଉଣ୍ଟ କରି ରଖାଯାଉଛି। କୌଣସି କଏଦୀଙ୍କ ପରିବାର ଲୋକ ଆସିଲେ ଫର୍ମରେ ଦସ୍ତଖତ କରି ଆକାଉଣ୍ଟ ବହି ନେଇ ଟଙ୍କା ଉଠାଇ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜାମରୁଡ଼ି ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୨ା୭:ଆକାଶରେ ବାଦଲ ଅଛି, ବର୍ଷା ନାହିଁ। ମୌସୁମୀ ବର୍ଷା ଓଡ଼ିଶାକୁ ଛୁଇଁଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଥିଲେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ବର୍ଷା...

ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ବିକ୍ରି ବଢ଼ିଛି

କଟକ ଅଫିସ,୮।୬: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଓଡ଼ିଶାରେ ଯାନବାହନ ବିକ୍ରି ବଢ଼ିଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଏହି ସୂଚନା ଦେଇଛି। ମାର୍ଚ୍ଚ...

ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ମାମଲା: ୨୨ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୧ା୪: ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍‌ରେ ଥିବା ୨୨ ଜଣ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି।...

ନାକ୍‌ ମାନ୍ୟତା ପାଇଁ ପ୍ରସ୍ତୁତି ଜୋର୍‌ଦାର

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ଦାମୋଦରପୁରଠାରେ ଗଞ୍ଜାମ ମହାବିଦ୍ୟାଳୟ ଅବସ୍ଥିତ। ବର୍ତ୍ତମାନ ଏହି କଲେଜ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ପରିଲକ୍ଷିତ ହୋଇଛି। ଏହି ମହାବିଦ୍ୟାଳୟ...

ତାମିଲନାଡୁରେ ଅଟକି ରହିଛନ୍ତି ଶ୍ରମିକ

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସାମାଜିକ ଜୀବନଯାତ୍ରାରେ ମଧ୍ୟ ପ୍ରତିବନ୍ଧକ ସାଜିଛି। ତେଣୁ କରୋନା କଟକଣାରେ ଜିଲା, ରାଜ୍ୟ ବାହାରେ ଶ୍ରମିକମାନେ ଅଟକି ରହିଛନ୍ତି...

ସାମ୍ନାକୁ ଆସିଲା ବରୀର ଆଉ ୩ ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ

ରତ୍ନଗିରି, ୫।୫(ଡି.ଏନ୍‌.ଏ): ଯାଜପୁର ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଗ୍ରସ୍ତ ବିବରଣୀ ଗତ ୩ ତାରିଖରେ ରାଜ୍ୟ ସୂଚନା...

ଝରିଗାଁ ବ୍ଲକର ୩ ଜୋନ୍‌ ବିଜେଡି ଦଖଲରେ

ଝରିଗାଁ, ୧।୩(ସ୍ବ.ପ୍ର.) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ୩ ଜିଲା ପରିଷଦ ଜୋନ୍‌ ବିଜେଡି ଦଖଲ କରିଛି। ଜୋନ୍‌-୧ରେ...

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟୋପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ...

Advertisement
Archives

Model This Week