ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତଙ୍କୁ ଜାତୀୟସ୍ତରୀୟ କୋଚ୍‌ ମାନ୍ୟତା

ଢେଙ୍କାନାଳ ଅଫିସ, ୨।୭ ଜାତୀୟସ୍ତରରେ କୋଚ୍‌ ମାନ୍ୟତା ପାଇଛନ୍ତି ଢେଙ୍କାନାଳର ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତ ସାହୁ। କେରଳ ଥିରୁଭାନନ୍ତପୁରମ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଗତ ମେ ୨୩ରୁ ଜୁନ ୨୫ ଯାଏ ଆୟୋଜିତ ସାର୍ଟିଫିକେଟ କୋର୍ସରେ ରାଜ୍ୟର ଏକମାତ୍ର ଟାଇକୋଣ୍ଡ କୋଚ୍‌ ଭାବେ ମନୋନୀତ ହୋଇ ପ୍ରଶିକ୍ଷଣ ନେଇଥିଲେ ସୌମ୍ୟବ୍ରତ। ସେଠାରେ ୪୫ଦିନ ତାଲିମ ନେବାପରେ ସେ ଜାତୀୟସ୍ତରର ଏନ୍‌ଏସ୍‌ଏନ୍‌ଆଇଏ ସାର୍ଟିଫିକେଟ କୋର୍ସରେ ୭୪% ନମ୍ବର ରଖି ‘ଏ’ ଗ୍ରେସ୍‌ ହାସଲ କରିଛନ୍ତି।
ଥିରୁଭାନନ୍ତପୁରମ ସାଇ ଏଲ୍‌ଏନ୍‌ସିପି କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିଫ୍‌ କମିଶନର ଅଫ୍‌ ଇନ୍‌କମ ଟାକ୍ସ ରବୀନ୍ଦ୍ର କୁମାର, ରିଶିରାଜ ସିଂ, ଅନୁଷ୍ଠାନର ପ୍ରିନ୍ସିପାଲ ଡ. ଜି କିଶୋର ପ୍ରମୁଖ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।
ସୌମ୍ୟବ୍ରତଙ୍କ ଉଦ୍ୟମରେ ଢେଙ୍କାନାଳରେ ପ୍ରତିଷ୍ଠିତ ଆମେଚର ଟାଏକୋଣ୍ଡୋ ଆସୋସିଏଶନରେ ବହୁ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନର ଛାତ୍ରୀଛାତ୍ର, ଅଭିଭାବକ, କର୍ମକର୍ତ୍ତା, ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ଭାଗିରଥୀ ବିହାର ନିବାସୀ କବି ଅଥୟ ସାହୁ ଏବଂ ସଞ୍ଜୁବାଳା ସାହୁଙ୍କ ଜ୍ୟେଷ୍ଠପୁତ୍ର ହେଉଛନ୍ତି ସୌମ୍ୟବ୍ରତ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri