ଟଙ୍କା ପାଇଁ ସାଢ଼େ ୬ଘଣ୍ଟା ଅପେକ୍ଷାକଲେ ହିତାଧିକାରୀ

ଗୋପ, ୨୦।୬(ଡିି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ରାସନକାର୍ଡ଼ଧାରୀଙ୍କୁ ମିଳିବାକୁ ଥିବା ଫନୀ ସହାୟତା ରାଶି ପାଇଁ ହିତାଧିକାରୀଙ୍କୁ ସାଢ଼େ ୬ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହିଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ଗୁରୁବାର ବ୍ଲକର ୩୧ପଞ୍ଚାୟତର ହିତାଧିକାରୀ ବାତ୍ୟା ସହାୟତା ରାଶି ୧୦୦୦ ଟଙ୍କା ପାଇବାକୁ ଆସି ନିରାଶ ହୋଇଥିଲେ। ଅପରାହ୍ନରେ ମାତ୍ର କେଇ ଜଣଙ୍କୁ ଏହି ସହାୟତା ରାଶି ମିଳିଥିବାବେଳେ ୮୦ଭାଗ ହିତାଧିକାରୀ ନିରାଶରେ ଫେରିବା ଭଳି ଅଭିଯୋଗ ହୋଇଛି।
ଗୋପ ବ୍ଲକର ୩୧ଗୋଟି ଗ୍ରାମ ପଞ୍ଚାୟତରେ ଥିବା ୩୬, ୩୨୩ ଜଣ ହିତାଧିକାରୀଙ୍କୁ ପୂର୍ବରୁ ଫନୀ ଲାଗି ୨୦୦୦ ଟଙ୍କା ସହ ୫୦ କିଲୋ ଚାଉଳ ମିଳିଥିଲା। ମାତ୍ର ପରେ ସରକାରଙ୍କ ପକ୍ଷରୁ ପୁରୀ ଜିଲା ପାଇଁ ଆଉ ଅଧିକ ଏକ ହଜାର ଟଙ୍କା ଦିଆଯିବା ଲାଗି ସୂଚନା ଦିଆଯାଇଥିଲା। କିନ୍ତୁ ହିତାଧିକାରୀମାନେ ଟଙ୍କା ପାଇଁ ଆସି ନିରାଶରେ ଫେରିଥିଲେ। ପୁନର୍ବାର ବ୍ଲକ ପକ୍ଷରୁ ଗୁରୁବାର ଏହି ଟଙ୍କା ବଣ୍ଟାଯିବା ଲାଗି ସୂଚନା ଦିଆଯାଇଥିଲା। ଗୁରୁବାର ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ହିତାଧିକାରୀମାନେ ଏହି ସହାୟତା ରାଶି ପାଇବା ଲାଗି ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଏ ସମ୍ପର୍କରେ ଗୋପ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ବ୍ୟାଙ୍କର ଅବହେଳା ଯୋଗୁ ଟଙ୍କା ଆସିବାରେ ବିଳମ୍ବ ହୋଇଥିଲା। ଫଳରେ ଅଧିକାଂଶ ହିତାଧିକାରୀ ଟଙ୍କା ପାଇପାରି ନ ଥିଲେ। ଶୁକ୍ରବାର ଏହି ଟଙ୍କା ବଣ୍ଟନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂଖ୍ୟାରେ ବିଜେଡି ଆଗରେ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)-ଆସନ୍ତା ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ୩ ଟି ଆସନ ଏବଂ ଗୋଟିଏ ଉପନିର୍ବାଚନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ୩ଟି ଆସନରେ...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବା ବେଳେ ଅନ୍ୟ ୨ ଜଣ...

‘ଅମ୍ଫନ୍‌’ ପାଇଁ ୨ ସଚିବଙ୍କ ବଦଳି ସ୍ଥଗିତ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ଆସନ୍ତା ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏନେଇ ଓଡ଼ିଶାର ୧୨ଟି ଜିଲାକୁ ସତର୍କ କରାଯାଇଛି।...

ରାଜଧାନୀରେ ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧।୨(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲି...

୨୨ରୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହୋଇଯାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ଆଶଙ୍କା ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ...

ପରିବାଦର ଆକାଶ ଛୁଆଁ

ଭୁବନେଶ୍ୱର,୮।୭: ପରିବାଦର ଆକାଶ ଛୁଆଁ ହୋଇଛି। କଞ୍ଚା ପରିବା ଦର ବର୍ତ୍ତମାନ ଲୋକଙ୍କୁ କନ୍ଦାଉଛି । ବିଶେଷ କରି ନିରାମିଷ ଲୋକଙ୍କ ପାଇଁ କଞ୍ଚା ପରିବା...

ରାଜପଥ ପାର୍ଶ୍ୱରେ ପୁଣି ଖୋଲିଲା ଆମିଷ ବଜାର

ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର...

ଟେଷ୍ଟ ନ କରି ନିଜ ଇଚ୍ଛାରେ ଖାଉଛନ୍ତି ଔଷଧ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନାର ‘ହିଡ଼େନ୍‌ କେସ୍‌’ ବା ‘ଲୁକ୍କାୟିତ ମାମଲା’। କରୋନା ଲକ୍ଷଣ ଥିଲେ ବି ଲୋକେ ଟେଷ୍ଟ କରିବାକୁ ଆସୁନାହାନ୍ତି।...

Advertisement
Archives

Model This Week