ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ ନେଇ ସରପଞ୍ଚଙ୍କ ବିରୋଧରେ ବିଡିଓଙ୍କୁ ଫେରାଦ ହୋଇଛନ୍ତି ହିତାଧିକାରୀ। ଅଭିଯୋଗକାରୀ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ସ୍ବର ଉଠାଇଛନ୍ତି। ଅନ୍ୟପଟେ ଏପରି ଅଭିଯୋଗ ରାଜନୈତିକ ଅଭିସନ୍ଧିମୂଳକ ବୋଲି ସରପଞ୍ଚ ସ୍ପଷ୍ଟୀକରଣ ରଖିଛନ୍ତି, ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି।
ଅଭିଯୋଗ ଅନୁଯାୟୀ, ରବି ବେହେରାଙ୍କ ସ୍ତ୍ରୀ ଲବଙ୍ଗଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ମଞ୍ଜୁର ହୋଇଛି। ଏଥିଲାଗି ସରପଞ୍ଚ ୭ ହଜାର ଟଙ୍କା ନେଇଥିଲେ। ଏବେ ପୁଣି ଅଧିକ ଟଙ୍କା ଦାବି କରୁଛନ୍ତି। ଦାବି ମୁତାବକ ଟଙ୍କା ନ ଦେଲେ ବିଲ୍‌ କରାଇ ଦେବେନାହିଁ ବୋଲି କହୁଛନ୍ତି। ଏ ନେଇ ସେ ପଞ୍ଚାୟତିରାଜ ସଚିବ ଏବଂ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ସୁଶାନ୍ତ ବିଶ୍ୱାଳ ଏବଂ ଟିଟୁ ଦେହୁରୀଙ୍କ ସ୍ତ୍ରୀ ଅଞ୍ଜଳି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।
ଏ ନେଇ ସରପଞ୍ଚ ଦୁଃଶାସନ ବିଶ୍ୱାଳ ସ୍ପଷ୍ଟୀକରଣରେ କୁହନ୍ତି, ଟିଟୁଙ୍କ ସ୍ତ୍ରୀ ଏବଂ ବାପାଙ୍କ ନାମରେ ପୃଥକ୍‌ ଭାବେ ଦୁଇଟି ଆବାସ ଗୃହ ମଞ୍ଜୁର କରାଯାଇଛି। ପ୍ରଥମ କିସ୍ତି ବାବଦକୁ ଉଭୟେ ୨୦ ହଜାର ଲେଖାଏ ଟଙ୍କା ଉଠାଇଛନ୍ତି। ହେଲେ ଏଯାଏ ଘର କାମ ଆରମ୍ଭ କରିନାହାନ୍ତି। ଏହାର କାରଣ ପଚାରିବାରୁ ସେମାନେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଗତ ଅଗଷ୍ଟ ୩୦ରେ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ଉପସ୍ଥିତିରେ କାର୍ଯ୍ୟାଦେଶ ବଣ୍ଟା ଯାଇଥିଲା। ସରପଞ୍ଚ ନିର୍ବାଚନରେ ହାରିଯାଇଥିବା ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରରୋଚନାରେ ପଡ଼ି ହିତାଧିକାରୀମାନେ ଏପରି ଅଭିଯୋଗ ଆଣିଛନ୍ତି। ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏ ନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ବିଡିଓ ନିଜ ମତାମତରେ କହିଛନ୍ତି, ଅଭିଯୋଗର ପ୍ରମାଣ ଦାଖଲ କରାଯାଇନାହିଁ। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶଟ୍‌ ସର୍କିଟରୁ ଜଳିଗଲା ଘର

ଲାଞ୍ଜିଗଡ଼,୬।୩(ଡି.ଏନ.ଏ): ବିଦ୍ୟୁତ୍‌ ଶଟ୍‌ ସର୍କିଟରୁ ନିଆଁ ଲାଗି ଜଣେ ମହିଳାଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ମହିଳାଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି।...

ପିଟିପିଟି ହତ୍ୟା କରି କେନାଲରେ ଫିଙ୍ଗିଦେଲେ

ହିଞ୍ଜିଳିକାଟୁ, ୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଗୋଦରାପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ପିଟି ହତ୍ୟା କରାଯାଇଛି। ପରେ ମୃତଦେହ କେନାଲକୁ ଫିଙ୍ଗି ଦିଆଯାଇଛି। ମୃତକ...

ପାଟଣାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ

ପାଟଣା,୧୮।୧୧(ସ୍ବ. ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଲାଣଘାଟି ପଞ୍ଚାୟତ ପରିସରରେ ଗୁରୁବାର ଏକ ସ୍ବତନ୍ତ୍ର ଉତ୍ସବରେ...

ଉତ୍ପାତ କରୁଛି ଝାଡ଼ଖଣ୍ଡୀ ଦନ୍ତା

ମୋରଡା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। କେତେବେଳେ ଝାଡ଼ଖଣ୍ଡୀ ହାତୀପଲ ତ ପୁଣି କେତେବେଳେ ଶିମିଳିପାଳ ହାତୀ...

ଟୋକେନ ସମସ୍ୟା ନେଇ ମଣ୍ଡି ଅଚଳକଲେ ଚାଷୀ

ଭବାନୀପାଟଣା,୧୦।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଖଇରପଦର ପାକ୍ସ ଅନ୍ତଗର୍ତ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍‌ଘାଟନ ହେବାର ଥିଲା। ହେଲେ ପାକ୍ସ କର୍ମଚାରୀଙ୍କ ଦାୟିତ୍ୱ...

ସ୍ତନ କର୍କଟ ସଚେତନତା: ସ୍ତନ ଯନ୍ତ୍ରଣାକୁ ହେୟଜ୍ଞାନ କରନ୍ତୁ ନାହିଁ

କଟକ ଅଫିସ,୧୧ା୧୦: ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ୍‌ କଟକ ଗୋଲ୍ଡେନ ଷ୍ଟାର୍‌,...

ଅବହେଳିତ ମା’ ତାରାଶୁଣୀଙ୍କ ପୀଠ

ପଦ୍ମପୁର, ୧୧।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ସାବରଙ୍ଗ ପଞ୍ଚାୟତ ଅଧୀନ ଆଟୋ ରାଜସ୍ବ ଗ୍ରାମର ଧନନ୍ତ୍ୱରୀ ନଦୀକୂଳରେ ଅବସ୍ଥିତ ମା’ ତାରାଶୁଣୀଙ୍କ ପୀଠ। ଜିଲାର ଏହି ପୁରାତନ...

ପେଟର ଲାଗି ନାଟ:୪୪ ଡିଗ୍ରୀ ଖରାରେ ସିଝୁଛେ ମୁନୁଷ୍‌

ଅତାବିରା, ୨୧ା୫ (ଡି.ଏନ୍‌.ଏ): ଦିନୁଦନ୍‌କେ ଖରା ତାତି ବଢ଼ତେଲ ଯାଉଛେ। ଲୋକ୍‌ ଖରା ଝାଉର ଲାଗି ଅଥାଥାଲି ହେଇଯାଉଛନ୍‌। ସଭେ ଛାଇତଲ ଖୁଜୁଛନ୍‌। ସକାଲର ୯...

Advertisement
Archives

Model This Week