ଝାରସୁଗୁଡ଼ା ଦ୍ୱିତୀୟ କରୋନା ପଜିଟିଭ୍‌ ଲଖନ୍‌ପୁର ଅଞ୍ଚଳର, ୪୦ ବର୍ଷୀୟ ମହିଳା

ଝାରସୁଗୁଡା ଅଫିସ,୩।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମ ଅଞ୍ଚଳକୁ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ୧୮ ବର୍ଷିଆ ଯୁବତୀଙ୍କ ଗତ ବୁଧବାର କରୋନା ପଜିଟିଭ୍‌ ଆସିଥିବା ଜଣାପଡିଥିଲା। ଏହାର ୪ ଦିନ ପରେ ଜିଲାର ଲଖନପୁର ବ୍ଲକ ଅଂଚଳରେ ଜଣେ ୪୦ ବର୍ଷୀୟ ମହିଳା କରୋନା ପଜିଟିଭ୍‌ ଥିବା ଜଣାପଡିଛି। ଏହି ମହିଳାଙ୍କ ଘର ଉକ୍ତ ବ୍ଲକ କୋଡାଲୋଇ ଗାଁ ଅଧୀନ ଦହଲଡେରା ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ଜିଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଗତ ୨୧ ତାରିଖ ଦିନ ଏହି ମହିଳା ସୁନ୍ଦରଗଡ଼ ଜିଲା ବନ୍ଦବାହାଲସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏବଂ ୨୬ ତାରିଖ ଦିନ ଘରକୁ ଫେରିଥିଲେ। ତାଙ୍କର ଜଣେ ସମ୍ପର୍କୀୟ ମହିଳା ସେହି ସମୟରେ ଗର୍ଭବତୀ ଥିବାରୁ ସେ ସୁନ୍ଦରଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ଦେଖିବାକୁ ଏହି ମହିଳା ଜଣକ ଯାଇଥିଲେ। ଅନ୍ୟପକ୍ଷରେ ଏହି ମହିଳା ହସ୍ପିଟାଲ ଯାଇଥିଲେ ନା ନାହିଁ ସେ ନେଇ ତଦନ୍ତ କରାଯାଉଥିବା ଜିଲାପାଳ ସାମଲ କହିଛନ୍ତି। ଏନେଇ ସୁନ୍ଦରଗଡ ଜିଲାପାଳଙ୍କ ସହ ଆଲୋଚନା କରି ମହିଳା କାହା କାହା ସହ ସଂସ୍ପର୍ଶରେ ଆସିଛନ୍ତି ତାହା ତଦନ୍ତ କରାଯାଉଛି ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରହା ଫାଶରେ ମଣିଷ

ଝାରସୁଗୁଡା ଅଫିସ,୫।୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଲୁହାବଗା ଗ୍ରାମରେ ଗତ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ...

ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ...

ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କୁ ବୋମାମାଡ଼, ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଯାଜପୁର ଅଫିସ୍‌, ୨୮ା୩: ଯାଜପୁର ଜିଲାର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି), ହାଇକୋର୍ଟ, ଲୋକାୟୁକ୍ତ ଓ ବିଭିନ୍ନ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ...

ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା

ଛତ୍ରପୁର, ୨।୭ (ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ପରିଷଦ ଅଧ୍ୟକ୍ଷା ପଦବୀ ପୁଣି ବିଜେଡି ହାତେଇବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ତଥା ଖଲ୍ଲିକୋଟ ବ୍ଲକ ଅଧୀନ ୧୧...

ମାତିଛି ନରହନ୍ତା ହାତୀ: ଦିନକରେ ନେଲା ୩ ଜୀବନ

ବରଗଡ଼ ଅଫିସ,୨୧।୪: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ନରହନ୍ତା ହାତୀ ମାତି ଉଠିଛି। ବୁଧବାର ସକାଳୁ ଏହି ହାତୀ ୩ ଜଣଙ୍କ ଜୀବନ ନେଇଛି।...

ତିତ୍‌ଲି ପୁନରୁଦ୍ଧାର, ରୁରାଲ ହାଉସିଂ ଅଧାପନ୍ତରିଆ

ଛତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ...

କଣ୍ଟାବାଞ୍ଜିରେ ସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ଏସ୍‌ପି

କଣ୍ଟାବାଞ୍ଜି, ୨୦।୪(ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍‌ ଡାଉନ ରଖା ଯାଇଛି। ହେଲେ ଏହା ଠିକ୍‌ ଠାକ୍‌ ଭାବେ ପାଳନ ହେଉଛି...

ରେଳ ଧାରଣାରୁ ମହିଳା, ପୁରୁଷଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୧୯।୫ – ଅନୁଗୋଳ କୁମଣ୍ଡ ନିକଟ ରେଳ ଧାରଣାରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଛି। ସେମାନେ...

Advertisement
Archives

Model This Week