ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଝାରସୁଗୁଡାଠାରେ କୋଭିଡ୍‌ ହସ୍ପିଟାଲ ଥିଲେ ସୁଦ୍ଧା ତାଙ୍କୁ କେଉଁ କାରଣରୁ ରାଉରକେଲାସ୍ଥିତ ହସ୍ପିଟାଲକୁ ପଠାଗଲା ତାହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଳଟିଛି। ଜିଲା ପ୍ରଶାସନର ଏହି ପଦକ୍ଷେପକୁ ଜିଲାର ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଥିବା ବେଳେ ସୋସିଆଲ ମିଡିଆରେ ଲୋକମାନେ ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନକୁ ସମାଲୋଚନା କରୁଛନ୍ତି।

ଏହାର କାରଣ ସମ୍ପର୍କରେ ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସହିତ ଆଲୋଚନା କରିବାରୁ ହସ୍ପିଟାଲରେ ଏକ ମେଶିନ ଲଗାଯାଉଥିବା ସେ ସୂଚନା ଦେଇଥିଲେ। ଏହାଛଡ଼ା କିଛି ଦିନ ତଳେ ବୁର୍ଲାରୁ ଏକ ଟିମ୍‌ ଏହି ହସ୍ପିଟାଲକୁ ପରିଦର୍ଶନରେ ଆସିଥିଲେ। ସେମାନେ ଆଇସିୟୁରେ ଏକ ମେସିନ(ନେଗେଟିଭ ପ୍ରେସର) ଲଗାଇବାକୁ ପରାମର୍ଶ ଦେଇଥିଲେ। ଏଭଳି ପରିସ୍ଥିତିରେ ଏହି କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ହସ୍ପିଟାଲ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ। ଫଳରେ ମେଶିନ ସ୍ଥାପନ କାର୍ଯ୍ୟ ହୋଇପାରିବ ନାହିଁ। ତେବେ ଝାରସୁଗୁଡା କୋଭିଡ୍‌ ହସ୍ପିଟାଲକୁ ପରିଚାଳନା କରୁଥିବା ସଂସ୍ଥା ରାଉରକେଲା କୋଭିଡ୍‌ ହସ୍ପିଟାଲ ମଧ୍ୟ ପରିଚାଳନା କରୁଛି। ଏଣୁ ରାଉରକେଲା ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କୁ ପଠାଯାଇଛି ବୋଲି ସେ କହିଥିଲେ।

ପ୍ରକାଶ ଯେ, ଝାରସୁଗୁଡା ସହର ମଙ୍ଗଳ ବଜାର ସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଗତ ୨୨ ତାରିଖ ବୁଧବାର ଦିନ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମଖ୍ୟ ଅତିଥି ଭାବେ ଯୋଗ ଦେଇ କୋଭିଡ୍‌ ହସ୍ପିଟାଲକୁ ଉଦ୍‌ଘାଟନ କରିଥିଲେ। ଏହି ହସ୍ପିଟାଲରେ ମୋଟ ୧୧୦ ଶଯ୍ୟା ବିଶିଷ୍ଟ ଥିବା ବେଳେ ଏଥିରେ ୯୩ ଟି ସାଧାରଣ ଶଯ୍ୟା, ୧୦ ଟି ଆଇସିୟୁ ଓ ୭ ଟି ଏଚ୍‌ଡିୟୁ ୟୁନିଟ ଅନ୍ତଭୁକ୍ତ। ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୦ଟି ଭେଣ୍ଟିଲେଟର, ବହୁଗୁଣିତ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା, ଅମ୍ଳଜାନ ସିଲିଣ୍ଡର, କମ୍ପ୍ରେସର ଅଦିର ବ୍ୟବସ୍ଥା କରାଯାଇଛି। ଏହି ହସ୍ପିଟାଲକୁ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌ ଦ୍ୱାରା ପରିଚାଳିତ ହେବାନେଇ ଜିଲା ପ୍ରଶାସନ ପକ୍ଷରୁ ଚୁକ୍ତି କରାଯାଇଛି। ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଝାରସୁଗୁଡା ସ୍ଥିତ ବେଦାନ୍ତ କମ୍ପାନି ପ୍ରାୟ ୨ କୋଟି ଟଙ୍କାର ଯନ୍ତ୍ରପାତି ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ନରାଜ,୯।୧(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ଉପ୍ରା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରୁଥିବା ୨୫ଜଣ ପିଲାଙ୍କୁ କଟକ...

ବିଜେଡି ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼

ବରୀ,୧୪ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାଥଶର୍ମାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଏନେଇ ଜ୍ୟୋତ୍ସ୍ନାରାଣୀ ରାମଚନ୍ଦ୍ରପୁର ଥାନାରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକ କୋର୍ଟଚାଲାଣ

ପଦ୍ମପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ପୋଲିସ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୁଷୋତ୍ତମପୁର...

ଆକ୍ରମଣ କରି ସୁନାଚେନ, ମନିପର୍ସ ଲୁଟ

ବ୍ରହ୍ମପୁର ଅଫିସ,୧୦ା୨: ଜଣେ ମହିଳାଙ୍କ ୧୨ ବର୍ଷୀୟ ଝିଅଙ୍କ ବେକରୁ ସୁନା ଚେନ୍‌ ଏବଂ ପୁତୁରାର ମନିପର୍ସ ଝାମ୍ପି ନେଇଥିବା ଗୋଷଣୀନୂଆଗାଁ ଥାନାରେ ଏକ ଅଭିଯୋଗ...

ଶିଳାନ୍ୟାସକୁ ୨ବର୍ଷ ବିତିଲା: ଅନିଶ୍ଚିତତାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ ଅଫିସ,୧୮।୧୦: ସତ୍ୟବାଦୀର ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭାଗ୍ୟ ଫିଟୁ ନାହିଁ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ ହୋଇପାରୁ...

ନ୍ୟାୟ ପାଇଁ ଏସ୍‌ପିଙ୍କୁ ଭେଟିଲେ ଯୁବତୀ

ଭଦ୍ରକ ଅଫିସ, ୧୩ା୧: ୧୨ବର୍ଷ ପ୍ରେମ ପରେ ପ୍ରେମିକଙ୍କ ଦ୍ୱାରା ପ୍ରତାରିତ ତିହିଡ଼ି ଥାନା ଅଞ୍ଚଳର ଜଣେ ଯୁବତୀ ନ୍ୟାୟ ପାଇଁ ଶୁକ୍ରବାର ଭଦ୍ରକ ଏସ୍‌ପିଙ୍କୁ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

ମହାଶିବରାତ୍ରି ଆଜି: ୨ ବର୍ଷ ପରେ ହେବ ଯାତ୍ରା

ନୟାଗଡ଼ ଅଫିସ,୧।୩ – ରାତି ପାହିଲେ ମହାଶିବରାତ୍ରି। କରୋନା ଯୋଗୁ ୨ ବର୍ଷ ହେଲା ଜାଗର ଯାତ୍ରା ବନ୍ଦ ହୋଇଯାଇଥିଲା। ଏଣୁ ଚଳିତବର୍ଷ ଜାଗର ଯାତ୍ରା...

Advertisement
Archives

Model This Week