ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ ଜାରି : ଭାଙ୍ଗିଲା ୬ ଘର, ୧ ଗାଈ ମୃତ

ସଜନାଗଡ଼, ୧୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୪ଦିନ ହେଲା ଝାଡ଼ଖଣ୍ଡ ହାତୀପଲ ଉତ୍ପାତ ଚଳାଇଛନ୍ତି। ଏହି ପଲରେ ୨୮ଟି ହାତୀ ରହିଛନ୍ତି। ଖାଦ୍ୟ ଅଭାବରୁ ହାତୀପଲ ଜନବସତିମୁହଁା ହେଉଥିବା କୁହାଯାଉଛି। ଗୁରୁବାର ସନ୍ଧ୍ୟାରେ ଜଙ୍ଗଲକୁ ଲାଗି ରହିଥିବା ପାଖଗ୍ରାମ ଜାମୁଡ଼ିହା ପଞ୍ଚାୟତର ଗୋଡ଼ିଶୁଳ, ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଓ ଜାମୁଡ଼ିହି ସାହିରେ ୬ଗୋଟି ଘରଭାଙ୍ଗିବା ସହ ଗୋଟିଏ ଗୋରକୁ ମଧ୍ୟ କଚାଡ଼ି ମାରିଥିବା ଜଣାପଡ଼ିଛି। ଯୁଗଳ ସିଂ, ଦୟାନିଧି ପ୍ରଧାନ, ଗୁରା ମୁର୍ମୁ, ସାବିତ୍ରୀ ସିଂ, ଗଦାଧର ମହାଳିକ, ନରହରି ଜେନାଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଓ ବାଡ଼ିରେ ପଣସ, କଦଳୀ ଗଛକୁ ନଷ୍ଟ କରିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ହାତୀ ଉପଦ୍ରବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସୌରବାଡ଼ ଅଚଳ ହୋଇ ପଡ଼ିଥିବା, ଟ୍ରେଞ୍ଜଗୁଡ଼ିକ ପୋତିଯାଇଥିବାରୁ ହାତୀମାନେ ସହଜରେ ଜଙ୍ଗଲ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ପଶିବାରେ ସଫଳ ହେଉଛନ୍ତି । ଏହାକୁ ନେଇ ବନାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ଗ୍ରାମ ସାତରାଣ୍ଡ, ତେରେଲଡିହି, ଧିରିଗୁଠ, ଭାଲୁକାଶୁଣି, ଆମ୍ବଝର, ଚେକାମରା ଆଦି ଗ୍ରାମରେ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ଅଞ୍ଚଳବାସୀ ରାତ୍ରି ଅନିଦ୍ରା ହୋଇ ଗଁା ମୁଣ୍ଡରେ ଅସୁରକ୍ଷିତ ଅବସ୍ଥାରେ ପାଳି କରି ଜଗି ରହୁଛନ୍ତି । ବନ ବିଭାଗ ପକ୍ଷରୁ ରେଞ୍ଜର, ଫରେଷ୍ଟର, ଗାର୍ଡ଼, ସବୁଜ ବାହିନୀ ଜଙ୍ଗଲରେ ହାତୀର ଗତିବିଧିକୁ ଲକ୍ଷ୍ୟ କରି ଜଙ୍ଗଲ ଚାରିପାର୍ଶ୍ୱରେ ରହି ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରାଉଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?