ଝାଉଁ ଜଙ୍ଗଲ ଧରାଶାୟୀ

ଭୋଗରାଇ, ୧୦।୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଶନିବାର ସକାଳଠୁ ତୁହାକୁ ତୁହା ଅବିଶ୍ରାନ୍ତ ବର୍ଷା ସହ ବତାଶର ବେଗ ବଢ଼ିଛି। ଘଣ୍ଟାକୁ ୮୦ରୁ ୧୦୦ କି.ମି. ବେଗରେ ପବନ ବୋହିବାରୁ ବହୁ ନଡ଼ା ଛପର ଘର, ବଡ଼ ବଡ଼ ଗଛ ଭାଙ୍ଗି ଧରାଶାୟୀ ହୋଇଛି। ଉତ୍ତରବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତାରେ ‘ବୁଲ୍‌ବୁଲ୍‌’ର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବାଲେଶ୍ୱର ଉପକୂଳ ଉଦୟପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମୁଦ୍ରର ଉଚ୍ଚ ଢେଉ କୂଳ ଆଡ଼କୁ ମାଡ଼ି ଆସି ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଛି।
ଦୀଘା ସମୁଦ୍ରକୂଳରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ ଆଦି ସମୁଦ୍ରକୂଳରେ ଏନଡିଆର୍‌ଏଫ୍‌ ଓ ଓଡ୍ରାଫ ବାହିନୀ ସହ ସମସ୍ତ ମେରାଇନ ଥାନା ପୋଲିସ, ତହସିଲଦାର, ବିଡିଓ, ଜିଲା ପ୍ରଶାସନିକ ଅଧିକାରୀ ବାତ୍ୟା ମୁକାବିଲା ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅଶାନ୍ତ ସମୁଦ୍ରର ଢେଉ ୮ରୁ ୯ ଫୁଟ୍‌ ଉଚ୍ଚରେ ମାଡ଼ି ଆସି କୂଳରେ ମାଡ଼ କରିବାରୁ ସୁବର୍ଣ୍ଣଦୀପ, ଡଗରା ଆଦି ଝାଉଁ ଜଙ୍ଗଲ ଧରାଶାୟୀ ହୋଇଛି। ଘୂର୍ଣ୍ଣିଝଡ଼ରେ ଧାନଚାଷ, ରବି ଫସଲ କିଆରିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବାରୁ ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଛନ୍ତି। କୁସୁଡ଼ା ଗ୍ରାମର ସମିତିସଦସ୍ୟ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ଆଜବେଷ୍ଟସ୍‌ ଘର ଉପରେ ବଡ଼ ତେନ୍ତୁଳିଗଛ ପଡ଼ିଯିବାରୁ ଘର ଭାଙ୍ଗି ଧରାଶାୟୀ ହୋଇଛି। ବହୁ ଗରିବ ଲୋକଙ୍କ ମାଟିକାନ୍ଥ, ନଡ଼ାଛପର ଘର ବତାଶ ଓ ବର୍ଷାରେ ଭାଙ୍ଗିଯିବାରୁ ସେମାନେ ବାସହରା ହୋଇଛନ୍ତି। ତାଳସାରୀ ନିକଟସ୍ଥ ହାସିମ୍‌ପୁର ବାତ୍ୟା ଆଶ୍ରୟସ୍ଥଳୀରେ ସୁବର୍ଣ୍ଣଦୀପରୁ ୧୫ଟି ପରିବାରର ୫୦ରୁ ଅଧିକ ଲୋକଙ୍କୁ ରଖାଯାଇ ମାଗଣା ଖାଦ୍ୟ ପ୍ରଶାସନ ପକ୍ଷରୁ ଦିଆଯାଉଛି। କୁସୁଡ଼ା ଗ୍ରାମ ମଧ୍ୟରେ ବହୁ ଘର ଭାଙ୍ଗିଯିବାରୁ ଗ୍ରାମବାସୀ ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେଇଛନ୍ତି। ଶୁକ୍ରବାର ରାତି ୮ଟା ୩୦ମିନିଟ୍‌ ସମୟରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri