ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି ମୋବାଇଲ୍‌ , କୁରାଢୀ, ଗୋଟିଏ ବାଇକ ଓ କେତେକ ଚୋରି ଜିନିଷ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ବଡସାହି ଥାନା ଅଞ୍ଚଳର କୃଷ୍ଣ ନାଏକ, ଉଦଳା ଥାନା ଅଞ୍ଚଳର ଭୀମ ସିଂ, ରବିନ୍ଦ୍ର ସୋରନ୍‌ ଏବଂ କପ୍ତିପଦା ଥାନା ଅଞ୍ଚଳର ରାମ ହେମ୍ବ୍ରମ୍‌ । ଗତ ଜୁଲାଇ ୧୦ ତାରିଖ ରାତିରେ ଝରଣାସାହି ଗ୍ରାମର ବୀର ହେମ୍ବ୍ରମଙ୍କ ଘରୁ ଚୋରି ହୋଇଥିଲା । ଚୋରମାନେ ମୁହଁରେ ମୁଖା ପିନ୍ଧି ଗୃହମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ବହୁ ଆସବାବପତ୍ର ଚୋରି କରି ନେଇଥିବା ଉଦଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ଏକ ମାମଲା(ନଂ. ୭୭/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଗିରଫ ଅଭିଯୁକ୍ତମାନେ ହନୁମାନ ପଇସା ସନ୍ଦେହରେ ବୀରଙ୍କ ଘରେ ପଶି ଚୋରି କରିଥିଲେ। ତେବେ ଏହି ଚୋର ଦଳରେ ଆହୁରି ୩ରୁ ୪ଜଣଙ୍କ ସଂପୃକ୍ତି ରହିଛି ବୋଲି ଉଦଳା ଥାନା ଆଇଆଇସି ସନାତନ ସାହୁ ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକଳା ପ୍ରତିଯୋଗିତାରେ ବାରିପଦାର ମାନସ ଶ୍ରେଷ୍ଠ

ବାରିପଦା ଅଫିସ,୧୬।୪ ବିଶ୍ୱ କଳା ଦିବସ ଅବସରରେ ଅନ୍‌ଲାଇନ ଆର୍ଟ ସୋ ଉତ୍ସବର ୫ମ ଅନ୍ତର୍ଜାତୀୟ ‘ଧଉଳୀ ଅନ୍‌ଲାଇନ ଆର୍ଟ ଫେଷ୍ଟ-୨୦୨୨’ ପ୍ରଦର୍ଶନୀରେ ମୟୂରଭଞ୍ଜ ଜିଲାକୁ...

ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ...

ଛାତ୍ରାବାସରେ ମସାଜ୍‌ର ମଜା ନେଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୩।୧- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଖେରଣା ସ୍ଥିତ ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମସାଜ କରୁଥିବାର ଏକ ଭିଡିଓ...

ସାପ ବିଷ ସଂଗ୍ରହ ର଼୍ୟାକେଟ୍‌ ସକ୍ରିୟ

ବାରିପଦା ଅଫିସ,୩ା୧୨: ମୟୂରଭଞ୍ଜ ଜିଲାରେ ବିଷାକ୍ତ ସାପ ଧରିବା ବାହାନାରେ ବିଷ ସଂଗ୍ରହ ର଼୍ୟାକେଟ ସକ୍ରିୟ ହୋଇପଡ଼ିଛନ୍ତି। ସାପ ଧରିବା ପରେ ବନ ବିଭାଗକୁ ନ...

ଖତ ଖାଉଛି ସରକାରୀ ଆମ୍ବୁଲାନ୍ସ

ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲାରେ ରୋଗୀ ପରିବହନ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକତାଠାରୁ କମ ସଂଖ୍ୟକ ଆମ୍ବୁଲାନ୍ସ ରହିଥିବା ବେଳେ ଚାଳକ ଅଭାବରୁ ବହୁ...

ମଧ୍ୟାହ୍ନଭୋଜନରୁ ବାହାରିଲା କାଚଗୁଣ୍ଡ, ଗୋଡ଼ି

ରାଇରଙ୍ଗପୁର, ୧ା୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ପୁରୁଣାଘାଟି ବସ୍ତି ଅଞ୍ଚଳସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନଭୋଜନରୁ କାଚଗୁଣ୍ଡ, ଗୋଡି ସମେତ...

ଅବଧି ସରିଲା, ସରିଲାନି ରାସ୍ତା କାମ

ବାରିପଦା ଅଫିସ,୨୬।୬: ଅବଧି ସରିବାର ୯ ମାସ ବିତିଲାଣି ହେଲେ ରାସ୍ତା କାମ ସରୁନି। ଠିକାଦାର କାମ ଛାଡ଼ି ଚାଲି ଯାଇ ଥିବାରୁ ଏହା ଅଧାପନ୍ତରିଆ...

ଶିମିଳିପାଳ ଅଭୟାରଣ୍ୟରେ ନିଆଁ

ବାରିପଦା ଅଫିସ,୨ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ମଧ୍ୟରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନଖଣ୍ଡ ଅଞ୍ଚଳର ଶତାଧିକ ହେକ୍ଟର...

Advertisement
Archives

Model This Week