ଜୟାଙ୍କ ସହ ଲଣ୍ଡନ ଯିବା ପୂର୍ବରୁ ଅମିତାଭଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ ବାପା: ପୂରା ଘଟଣା ଜାଣିଲେ…

ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ ପରେ ଜୟାଙ୍କୁ ବିବାହ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଚକିତକରେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପର୍କିତ ଏକ ବିଶେଷ କଥା। ଚଳଚ୍ଚିତ୍ର ଜଞ୍ଜିରର ସଫଳତା ପରେ ସେ ଯେତେବେଳେ ଜୟା ଏବଂ ବନ୍ଧୁମାନଙ୍କ ସହ ଲଣ୍ଡନ ଯିବାକୁ ବାହାରିଥିଲେ, ସେତେବେଳେ ପିତା ହରିବଂଶରାୟ ବଚ୍ଚନ ତାଙ୍କ ନିକଟରେ ସର୍ତ୍ତ ରଖିଥିଲେ। ବିବାହ କରି ସାରିବା ପରେ ଉଭୟ ଲଣ୍ଡନ ଯାଇପାରିବେ ବୋଲି ସେ କହିଥିଲେ। ଏଣୁ ବୁଲିବାକୁ ଯିବା ପୂର୍ବରୁ ଅର୍ଥାତ୍‌ ୩ ଜୁନ୍‌ ୧୯୭୩ରେ ଉଭୟଙ୍କ ବିବାହ ହୋଇଥିଲା । ଉଭୟେ ସେହିଦିନ ହନିମୁନ୍‌ ଲାଗି ଲଣ୍ଡନ ଯାଇଥିଲେ।
ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟେ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ ବିବାହ ହଠାତ୍‌ ହୋଇଥିଲା। ପ୍ରେମିକା ହିସାବରେ ନୁହେଁ ବରଂ ସ୍ତ୍ରୀ ଭାବେ ଅମିତାଭଙ୍କ ସହ ଜୟା ବୁଲିବାକୁ ଯାଇପାରିବେ ବୋଲି ବାପାଙ୍କ ସର୍ତ୍ତକୁ ରଖିଥିଲେ ବିଗ୍‌ ବି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କନିକା

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁର ଏବେ କରୋନା ଭାଇରସରେ ପୀଡ଼ିତ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଲଣ୍ଡନରୁ...

ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ...

ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମୀଷା ପଟେଲ

ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ ଏକ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏପରିକି ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଅମୀଷା ଏବଂ ତାଙ୍କ ବନ୍ଧୁ...

ମାଟି ଖୋଳିଲେ କରୀନା

ନୂଆଦିଲ୍ଲୀ: କପୁର ପରିବାରର ଝିଅ, ନଓ୍ବାବ୍‌ ପରିବାରର ବୋହୂ ତଥା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଜମିରେ ମାଟି ଖୋଳୁଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ...

ଏହି ଫିଲ୍ମ ପାଇଁ ୬୦୦ ଶାଢି ପିନ୍ଧିଥିଲେ ଐଶ୍ୱର୍ଯ୍ୟା

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ନିଜ ଫିଲ୍ମ ନିର୍ମାଣକୁ ନେଇ ବେଶ୍‌ ସଚେତନ। ଶୁଟିଂ ସେଟ ଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନଙ୍କ ପୋଷାକ...

ରାଜକୁମାର ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ

ଶେଷରେ ଏକାଠି ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଶାହରୁଖ ଓ...

କରୀନାଙ୍କ ଏହି ମହଙ୍ଗା ହିଲ୍‌ର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ: ଦେଖିଲେ କହିବେ ଖାଲି ଚପଲ ଏହାଠୁ କେତେ ଭଲ

ଫ୍ୟାଶନ ଦୃଷ୍ଟିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ସମ୍ପୂର୍ଣ୍ଣ ଭିନ୍ନ। ସେ ଗର୍ଭାବସ୍ଥାରେ ଏପରି ଏକ ଷ୍ଟାଇଲିସ ଲୁକ୍‌ରେ ଦେଖାଯାଇଥିଲେ ଯେ ଅନ୍ୟମାନଙ୍କ ପାଇଁ...

ଲଣ୍ଡନରେ ତୈମୁରଙ୍କୁ ୧୨ଘଣ୍ଟା ପାଇଁ ଛାଡି ମୁମ୍ବାଇ କାହିଁକି ଆସିଲେ କରୀନା

ମୁମ୍ବାଇ: ବଲିଉଡ୍‌ ବେବୋ ଏବେ ନିଜ ପରିବାରଙ୍କ ସହ ୟୁରୋପରେ ହଲିଡେ କଟାଉଛନ୍ତି। କରୀନା କପୁର, ସୈଫ ଅଲ୍ଲୀ ଖାଁ, ତୈମୁରଙ୍କ ସମେତ କରିସ୍ମା ଓ...

Advertisement
Archives

Model This Week