ଜୋନ୍‌ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍‌ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଆଦି ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ, ଯନ୍ତ୍ରସଙ୍ଗୀତ, କଣ୍ଠସଙ୍ଗୀତ ଓ ନୃତ୍ୟ ବିଷୟରେ ବାଳିକା ଓ ବାଳକ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଓପି ଜିନ୍ଦଲ ସ୍କୁଲ, ଅନୁଗୋଳର ଆକୃତି ପାଠକ ଓ ରମାକାନ୍ତ ପାଣ୍ଡେ କଣ୍ଠସଙ୍ଗୀତରେ, ସୋହମ ସାହୁ ଓ ଅଭିଶ୍ରେୟା ପଟ୍ଟନାୟକ ଯନ୍ତ୍ର ସଙ୍ଗୀତରେ, ସୁମ୍ବୁଲ ଫାତିମା ଚିତ୍ରାଙ୍କନରେ ଏବଂ ଅନ୍ବେଷା କିରଣ ନୃତ୍ୟରେ, ମହତାବ ହାଇସ୍କୁଲ ଅନୁଗୁଳର କୃଷ୍ଣା କାବେରୀ ଚିତ୍ରାଙ୍କନରେ, ଆଦର୍ଶ ବିଦ୍ୟାଳୟ, ହରିଚନ୍ଦନପୁର କେଉଁଝରର ଶୁଭମ୍‌ କୁମାର ସାହୁ ନୃତ୍ୟରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ।
ଜିଲା ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଚିତ୍ରଶିଳ୍ପୀ କେଶୁ ଦାସ ଓ ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇଥିଲେ। ଜିଲା ବିଜ୍ଞାନ ସଂଯୋଜକ କୃଷ୍ଣମୋହନ ସିଂହ ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମିଶନ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ନାୟକ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ହିରଣ୍ମୟ ମହାପାତ୍ର, ଗୋପାଳ ଚନ୍ଦ୍ର ଶିଅଳ, ଇନ୍ଦ୍ରଜିତ ପାତ୍ର ଓ କୌଶିକ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଞ୍ଜନ ଚାନ୍ଦଙ୍କ ପରିଚାଳନାରେ ଆୟୋଜିତ ସଭାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦାସ ଓ ଶ୍ରୀ ପଟ୍ଟନାୟକଙ୍କ ସହିତ ପ୍ରମୋଦ କୁମାର ଦାସ, ମନୋରଞ୍ଜନ ପଣ୍ଡା, ସନ୍ତୋଷ ମହାରଣା, ବସନ୍ତ କୁମାର ଦାସ, ମନୋରଞ୍ଜନ ପଣ୍ଡା, ସନ୍ତୋଷ ମହାରଣା, ବସନ୍ତ କୁମାର ଭୋଇ ଓ ଅଭିଲିପ୍ସା ସାହୁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି।...

ଭିକୁଙ୍କ ସ୍ତ୍ରୀଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୨୦ା୮(ବ୍ୟୁରୋ) : ଗଞ୍ଜାମ ଜିଲା ଭଞ୍ଜନଗରରେ ଅଫିସ ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କଠାରୁ ୧.୯୧ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ...

କାଗଜ କଲମରେ ସୀମିତ ଗାଁ କଲ୍ୟାଣ ସମିତି

ନାଉଗଁ।,୫ା୧୨(ସ୍ବ.ପ୍ର.): ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୨୦୦୭ରେ ନାଉଗଁ। ବ୍ଲକରେ ଗଠନ କରାଯାଇଥିଲା ଗଁ। କଲ୍ୟାଣ ସମିତି। ଏହାର ମୂଳ ଲକ୍ଷ୍ୟ ଥିଲା ଗଁ।...

ଦାଦାଙ୍କ ଜୀବନ ନେଲା ପୁତୁରା

ରାଇକିଆ,୮ା୭: କନ୍ଧମାଳ ଜିଲା ରାଇକିଆ ଥାନା ରଣବା ପଞ୍ଚାୟତ ଇରିପୁଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ପୁତୁରାର ଠେଙ୍ଗା ମାଡ଼ରେ...

ବିବାହ ଭୋଜିରେ ହଜାରେ ଲୋକଙ୍କୁ ଦେଇଥିଲେ ଆମନ୍ତ୍ରଣ

ହିଞ୍ଜିଳିକାଟୁ,୨୧ା୫: କୋଭିଡ଼ କଟକଣାକୁ ଅବମାନନା କରି ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମରେ ଶୁକ୍ରବାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ବିବାହ...

ସବୁଠି ମରୁଡ଼ି ଆଶଙ୍କା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଆରମ୍ଭ ହେଲାଣି ଶ୍ରାବଣ। କିନ୍ତୁ ବର୍ଷାର ଦେଖାନାହିଁ। ରାଜ୍ୟର ଯେଉଁ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେଉଛି, ତାହାକୁ ବି ଖରାତାତି...

ଟେଷ୍ଟ ନ କରି ନିଜ ଇଚ୍ଛାରେ ଖାଉଛନ୍ତି ଔଷଧ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନାର ‘ହିଡ଼େନ୍‌ କେସ୍‌’ ବା ‘ଲୁକ୍କାୟିତ ମାମଲା’। କରୋନା ଲକ୍ଷଣ ଥିଲେ ବି ଲୋକେ ଟେଷ୍ଟ କରିବାକୁ ଆସୁନାହାନ୍ତି।...

ସୁଲୋଚନା ହେଲେ ଭୁବନେଶ୍ୱର ମେୟର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ବିଜେଡି ହାତକୁ ଯାଇଛି ଭୁବନେଶ୍ୱର ମେୟର ପଦବୀ। ବିଜେଡିର ସୁଲୋଚନା ଦାସ ୬୧ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସୁଲୋଚନା...

Advertisement
Archives

Model This Week