Posted inଖେଳ

ଜୈବ-ସୁରକ୍ଷିତ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା

ଲଣ୍ଡନ, ୩ |୬ (ପି.ଟି.)-ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସିରିଜ ଜୁଲାଇ ୮ରୁ ରୁଦ୍ଧଦ୍ୱାରରେ ଜୈବ-ସୁରକ୍ଷିତ ପରିବେଶରେ ଖେଳାଯିବ। ହାମ୍ପଶାୟାରର ଏଜାସ୍‌ ବାଓଲ ଏବଂ ଲାଙ୍କାଶାୟାରର ଓଲ୍ଡଟ୍ରାଫୋର୍ଡଠାରେ ମ୍ୟାଚ୍‌ ଖେଳାଯିବ। ଉଭୟ ଭେୁନ୍ୟ ହେଟେଲ ନିକଟରେ ଅବସ୍ଥିତ। ପ୍ରଥମ ଟେଷ୍ଟ ଜୁଲାଇ ୮ରୁ ୧୨ ପର୍ଯ୍ୟନ୍ତ ଖେଳାଯିବ। ଅବଶିଷ୍ଟ ଦୁଇଟି ଓଲ୍ଡ ଟ୍ରାଫୋର୍ଡ (ଜୁଲାଇ ୧୬ରୁ ୨୦ ଏବଂ ଜୁଲାଇ ୨୪ରୁ ୨୮)ଠାରେ ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ ଦଳ ଜୁନ୍‌୯ରେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ପହଞ୍ଚତ୍ବ। ଦଳ କ୍ୱାରାଣ୍ଟାଇନିଂ ଓ ଟ୍ରେନିଂ ପାଇଁ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ ଯିବ। ସେଠାରେ ୩ ସପ୍ତାହ ଅବସ୍ଥାନ ପରେ ପ୍ରଥମ ଟେଷ୍ଟ ଖେଳିବା ଲାଗି ଏଜାସ୍‌ ବାଓଲ ଗସ୍ତ କରିବ ବୋଲି ଇସିବି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ...

କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଖେଳିବେ ଶ୍ରୀସନ୍ଥ୍‌

କୋଚି : ଭାରତର ପୂର୍ବତନ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥ୍‌ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ...

୨ ବର୍ଷ ପରେ ସେମିରେ ମରେ

ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍‌ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଶେଷଥର...

ହନୁମାଙ୍କ ସାହସକୁ ସଲାମ କଲା ଆଇସିସି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ...

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ : ଏଫ୍‌ସି ଗୋଆର ପ୍ରଶଂସନୀୟ ପ୍ରଦର୍ଶନ

ମାର୍ଗାଓ, ୧୬।୪(ପି.ଟି.)-ଭାରତର ପ୍ରଥମ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଏଫ୍‌ସି ଗୋଆ ନିଜ ଓପନିଂ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି।...

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯...

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)- ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ...

ଶର୍ଟ ପିଚ୍‌ ବଲରେ ଭାରତୀୟ ବ୍ୟାଟରଙ୍କୁ ଶିକାର କରୁଛନ୍ତି

ଜୋହାନ୍ସବର୍ଗ,୩।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ୨ୟ ସେସନ ଶେଷ...

Advertisement
Archives

Model This Week