Posted inଖେଳ

ଜୈବ-ସୁରକ୍ଷିତ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା

ଲଣ୍ଡନ, ୩ |୬ (ପି.ଟି.)-ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସିରିଜ ଜୁଲାଇ ୮ରୁ ରୁଦ୍ଧଦ୍ୱାରରେ ଜୈବ-ସୁରକ୍ଷିତ ପରିବେଶରେ ଖେଳାଯିବ। ହାମ୍ପଶାୟାରର ଏଜାସ୍‌ ବାଓଲ ଏବଂ ଲାଙ୍କାଶାୟାରର ଓଲ୍ଡଟ୍ରାଫୋର୍ଡଠାରେ ମ୍ୟାଚ୍‌ ଖେଳାଯିବ। ଉଭୟ ଭେୁନ୍ୟ ହେଟେଲ ନିକଟରେ ଅବସ୍ଥିତ। ପ୍ରଥମ ଟେଷ୍ଟ ଜୁଲାଇ ୮ରୁ ୧୨ ପର୍ଯ୍ୟନ୍ତ ଖେଳାଯିବ। ଅବଶିଷ୍ଟ ଦୁଇଟି ଓଲ୍ଡ ଟ୍ରାଫୋର୍ଡ (ଜୁଲାଇ ୧୬ରୁ ୨୦ ଏବଂ ଜୁଲାଇ ୨୪ରୁ ୨୮)ଠାରେ ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ ଦଳ ଜୁନ୍‌୯ରେ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ପହଞ୍ଚତ୍ବ। ଦଳ କ୍ୱାରାଣ୍ଟାଇନିଂ ଓ ଟ୍ରେନିଂ ପାଇଁ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ ଯିବ। ସେଠାରେ ୩ ସପ୍ତାହ ଅବସ୍ଥାନ ପରେ ପ୍ରଥମ ଟେଷ୍ଟ ଖେଳିବା ଲାଗି ଏଜାସ୍‌ ବାଓଲ ଗସ୍ତ କରିବ ବୋଲି ଇସିବି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri