Posted inରାଜ୍ୟ

ଆଗକୁ ୨୧ ଦିନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୩।୬(ବ୍ୟୁରୋ): ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇ ଏବଂ ଦିଲ୍ଲୀର ଅବସ୍ଥା ୨ ମାସ ତଳେ ଯେଭଳି ବିପଦପୂର୍ଣ୍ଣ ଥିଲା ଏବେ ଓଡ଼ିଶା ସେହି ସ୍ଥିତି ଦେଇ ଗତି କରୁଛି। ଉପରୋକ୍ତ ରାଜ୍ୟଗୁଡ଼ିକରେ କରୋନାରେ ସଂକ୍ରମିତ ହୋଇଥିବା ଶ୍ରମିକମାନଙ୍କୁ ଓଡ଼ିଶା ସରକାର କୌଣସି ଯନ୍ତ୍ରଣା ନ ଦେଇ ସବୁ ପ୍ରକାର ବ୍ୟବସ୍ଥା ସହିତ ଫେରାଇ ଆଣି କ୍ୱାରାଣ୍ଟାଇନ ସେଣ୍ଟରରେ ରଖୁଛନ୍ତି। ଏବେସୁଦ୍ଧା ପାଖାପାଖି ସାଢେ ୪ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି। ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ପ୍ରତିଶତ କ୍ୱାରାଣ୍ଟାଇନ ସେଣ୍ଟରଗୁଡିକରୁ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମିତଙ୍କୁ ଚିହ୍ନଟ ସହିତ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ସରକାର ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ଦିନକୁ ପାଖାପାଖି ୧୫ରୁ ୨୦ହଜାର ପ୍ରବାସୀ କ୍ୱାରାଣ୍ଟାଇନ ଅବଧି ଶେଷକରି ଫେରୁଛନ୍ତି। ତେଣୁ ଆଉ ୧୦ରୁ ୧୨ଦିନ ମଧ୍ୟରେ ସମସ୍ତ ପ୍ରବାସୀ କ୍ୱାରାଣ୍ଟାଇନ ଅବଧି ଶେଷ କରିଦେବେ। ସେହିପରି ଜୁନ୍‌ ୧୦ରୁ ଦୁଇ ସପ୍ତାହ ମୌସୁମୀ ଆସୁଥିବା ଜଣାପଡିଛି। ମୌସୁମୀ ବର୍ଷା ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ବହୁତ। ଏହି ଦୃଷ୍ଟିରୁ ଦେଖିଲେ ଆଗାମୀ ୨୧ଦିନ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି। ଏଭଳି ପରିସ୍ଥିତିରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବହୁତ ଖରାପ ସ୍ଥିତିଦେଇ ଗତି କରୁଥିଲା ବେଳେ ଲୋକମାନଙ୍କୁ ଆସନ୍ତା ୩୦ଦିନ ଅଧିକ ସଚେତନ କରାଇବା ଲାଗି ସେ ଅନୁରୋଧ କରିଛନ୍ତି।
ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନଙ୍କ ସହ ଖାରବେଳ ଭବନଠାରେ ମଙ୍ଗଳବାର ଆୟୋଜିତ କରୋନା ମୁକାବିଲା ସମ୍ପର୍କିତ ଆଲୋଚନା ଅବସରରେ ପାଣ୍ଡିଆନ କହିଛନ୍ତି ଯେ, ଯଦି ଆଗାମୀ ୨୧ଦିନ ରାଜ୍ୟର ସମସ୍ତ ଜନସାଧାରଣ ନିଜକୁ ନିୟନ୍ତ୍ରଣରେ ରଖି ନିୟମ ମାନି ଘରେ ରହିବେ, ତେବେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିପାରିବ। ଏହି ସମୟ ଭିତରେ ରାଜ୍ୟ ପାଇଁ ବହୁତ ବିପଦ ଅଛି। ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦/୩୦/୧୦୦ ଏଭଳି ରହୁଥିଲା ସେତେବେଳେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନକରି ଲୋକମାନେ ଘରେ ରହୁଥିଲେ। ଏବେ ଯେତେବେଳେ ଅଧିକ ବିପଦ ଅଛି, ସେଥିଲାଗି ଆସନ୍ତା ୨୧ଦିନ ସମସ୍ତେ ୨୪ଘଣ୍ଟାରୁ ୧୦ଘଣ୍ଟା ଘରେ ରହିବାର ଆବଶ୍ୟକତା ରହିଛି। ଯଦି ଶନିବାର ଓ ରବିବାର ଲୋକମାନେ ବାହାରକୁ ନ ଯାଆନ୍ତି ତେବେ କିଛି ହେବାର ନାହିଁ। ଯଦି ୩ଟି ସପ୍ତାହ ଲୋକମାନେ ବାହାରକୁ ନ ଯାଆନ୍ତି ତେବେ ୩୦ଦିନ ପରେ ଓଡ଼ିଶାର ସଫଳ କରୋନା ମୁକାବିଲାକୁ ସାରା ବିଶ୍ୱ ମନେରଖିବ। ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବାରମ୍ବାର ବାତ୍ୟା ବିପର୍ଯ୍ୟୟର ମୁକାବିଲା ନେଇ ରାଜ୍ୟକୁ ପ୍ରଶଂସା ମଧ୍ୟ ମିଳିଛି। ସେହିଭଳି କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଯେପରି ଏକ ନମ୍ବର ହେବ ସେଥିଲାଗି ସମସ୍ତେ କିଛି କିଛି ତ୍ୟାଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାରା ବିଶ୍ୱ ଏକ ଅଦୃଶ୍ୟ ଶତ୍ରୁ ସହିତ ଲଢ଼େଇ କରୁଛି। ଶତ୍ରୁ ବହୁ ଚାଲାକ୍‌, କେହି ହେଲେ ତାକୁ ବୁଝିପାରୁନାହାନ୍ତି। ଏହାର ମୁକାବିଲା କରିବା ବହୁତ କଷ୍ଟସାଧ୍ୟ ବିଷୟ। ପ୍ରବାସୀମାନେ ମୁଖ୍ୟତଃ ଦେଶର ସବୁଠାରୁ ଅଧିକ ମୃତ୍ୟୁସଂଖ୍ୟା ଥିବା ରାଜ୍ୟଗୁଡ଼ିକରୁ ଫେରିଛନ୍ତି। ଗୋଟିଏ ଲେଖାଏ କୋଠରୀରେ ପ୍ରାୟ ୧୫ରୁ ୨୦ଜଣ ପ୍ରବାସୀଙ୍କୁ ରଖାଯାଇଥିଲା। ଫଳରେ ସମସ୍ତେ ଯେତେବେଳେ ସଂକ୍ରମଣର ଶିକାର ହେଲେ ସେମାନଙ୍କୁ ଓଡ଼ିଶାକୁ ପଠାଇ ଦିଆଗଲା। ରାଜ୍ୟକୁ ଫେରିବା ଲାଗି ପ୍ରାୟ ୧୨ଲକ୍ଷ ପ୍ରବାସୀ ପଞ୍ଜୀକରଣ କରିଥିଲେ। ସେଥିରୁ ସାଢେ ୪ଲକ୍ଷ ପାଖାପାଖି ପ୍ରବାସୀ ଫେରିଛନ୍ତି। ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ କିଛି ସଂଖ୍ୟାରେ ପ୍ରବାସୀ ଫେରିବେ। ଆଗରୁ ସୁରଟରୁ ଯେତିକି ଗାଡ଼ିରେ ଶ୍ରମିକମାନେ ଫେରୁଥିଲେ ବର୍ତ୍ତମାନ ସେହି ସଂଖ୍ୟାରେ ହ୍ରାସ ପାଇଛି। ଏବେ ଅନ୍ୟ ରାଜ୍ୟଗୁଡିକ ଟଙ୍କା ଖର୍ଚ୍ଚ କରି ଶ୍ରମିକମାନଙ୍କୁ ଓଡ଼ିଶାରୁ ଫେରାଇ ନେବା ଲାଗି ଚେଷ୍ଟା କରୁଥିବା ସେ କହିଛନ୍ତି। ସେହିପରି ଫେରିଥିବା ଶ୍ରମିକମାନେ ମଧ୍ୟ ନିଜ କାମକୁ ଫେରିବାକୁ ଚାହିଁଲେଣି। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୧୦୦ରୁ ବୃଦ୍ଧି ପାଇ ୨୦୦୦ରେ ପହଞ୍ଚିବାକୁ ୩୭ ଦିନ ସମୟ ଲାଗିଛି। ସେହିପରି ୧୦୦ରୁ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରେ ପହଞ୍ଚିବା ଲାଗି ଇଟାଲୀ ଏବଂ ଦକ୍ଷିଣ କୋରିଆକୁ କେବଳ ୯ଦିନ ଲାଗିଥିଲା ବେଳେ ଫ୍ରାନ୍ସ ଓ ଜର୍ମାନୀକୁ ୧୨, ସ୍ପେନ୍‌କୁ ୧୦ଦିନ ଲାଗିଥିଲା। ଟେଷ୍ଟିଂ କ୍ଷେତ୍ରରେ ଓଡ଼ିଶା ପ୍ରଥମ ୩ଟି ରାଜ୍ୟ ମଧ୍ୟରେ ରହିଛି। ଏକ ମିଲିୟନ ଲୋକଙ୍କ ମଧ୍ୟରୁ ରାଜ୍ୟରେ ୩୩୮୫ଜଣଙ୍କ ଟେଷ୍ଟିଂ କରାଯାଉଛି। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶା ପ୍ରଥମରୁ ୩ ନମ୍ବରରେ ଅଛି। ଓଡ଼ିଶାର ଆକ୍ରାନ୍ତଙ୍କ ହାର ବହୁତ କମ୍‌ ଅର୍ଥାତ୍‌ ୧.୩୫ପ୍ରତିଶତ ରହିଛି। ରାଜ୍ୟର ପ୍ରତି ୭୪ଟି ସାମ୍ପୁଲ ଟେଷ୍ଟିଂ ମଧ୍ୟରୁ ଗୋଟିଏ ପଜିଟିଭ ଚିହ୍ନଟ ହେଉଛି। ଓଡ଼ିଶାରେ କରୋନାଜନିତ ମୃତ୍ୟୁହାର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ କମ୍‌ ଅର୍ଥାତ୍‌ ୦.୩୩ ପ୍ରତିଶତ ଅଛି। ସଂକ୍ରମିତଙ୍କ ସୁସ୍ଥ ହାର ଓଡ଼ିଶାରେ ୫୩.୫୨ ପ୍ରତିଶତ ରହିଛି। ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହେବା ଲାଗି ବିଭିନ୍ନ ଦେଶକୁ ଦିନେରୁ ୩ଦିନ ଲାଗିଥିଲା ବେଳେ ଓଡ଼ିଶାକୁ ୧୩ଦିନ ଲାଗୁଛି। ଅନ୍ୟ ଦେଶ ସହିତ ତୁଳନା କରାଗଲେ ଓଡ଼ିଶାର ମୃତ୍ୟୁହାର କମ୍‌ ଥିବାବେଳେ ଆରୋଗ୍ୟ ହାର ବହୁ ଅଧିକ ରହିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri