Posted inଖେଳ

ପୋଲିସ ହେପାଜତରେ ୯ ପର୍ଯ୍ୟନ୍ତ ରହିବେ ମଦୁଶାନକା

କଲମ୍ବୋ, ୩ା୬ (ପି.ଟି.)-ଶ୍ରୀଲଙ୍କା କ୍ରିକେଟର ଶେଶାନ ମଦୁଶାନକା ପୁଣି ପୋଲିସ ହେପାଜତରେ ରହିବେ। ପାଖରେ ହେରୋଇନ୍‌ ରଖିଥିବା ଅଭିଯୋଗରେ ଏହି ୨୫ବର୍ଷୀୟ ବୋଲର ଏବଂ ତାଙ୍କର ଜଣେ ସାଙ୍ଗ ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଦେଶ ପାନ୍ନାଲାଠାରେ ଗତ ମେ ୨୩ରେ ଗିରଫ ହୋଇଥିଲେ। ପୋଲିସ ତାଙ୍କଠାରୁ ୨.୭ଗ୍ରାମ୍‌ ଏବଂ ତାଙ୍କ ସାଙ୍ଗଙ୍କ ନିକଟରୁ ୨.୮ ଗ୍ରାମ୍‌ ହେରୋଇନ୍‌ ଜବତ କରିଥିଲା। କୁଲିୟାପିଟିୟା ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ଜୁନ୍‌ ୨ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆହୁରି ତଦନ୍ତର ଆବଶ୍ୟକତା ପଡ଼ିବାରୁ ମଙ୍ଗଳବାର ସେମାନଙ୍କୁ ୯ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ହୋଇଛି। ନିଶାଦ୍ରବ୍ୟ କାରବାରରେ ଗିରଫ ହେବାରେ ମଦୁଶାନକା ଶ୍ରୀଲଙ୍କା କ୍ରିକେଟ ଇତିହାସରେ ପ୍ରଥମ ଖେଳାଳି। ଶ୍ରୀଲଙ୍କାର ଏହି ଡାହାଣହାତୀ ମିଡିୟମ ପେସ୍‌ ବୋଲର ୨୦୧୮ ପ୍ରଥମଭାଗରେ ବାଂଲାଦେଶ ବିପକ୍ଷରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ ଖେଳିଥିଲେ। ଏହି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ସେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆ ଇତିହାସରେ ପଦାର୍ପଣ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ କରିବାରେ ମଦୁଶାନକା ହେଉଛନ୍ତି ଚତୁର୍ଥ ଖେଳାଳି। ଶ୍ରୀଲଙ୍କା ତରଫରୁ ଏହି ଦିନିକିଆ ବ୍ୟତୀତ ସେ ବାଂଲାଦେଶ ବିପକ୍ଷରେ ଦୁଇଟି ଅନ୍ତର୍ଜାତୀୟ ଟି୨୦ ମଧ୍ୟ ଖେଳିଛନ୍ତି। ଗିରଫ ପରେ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ମଦୁଶାନକାଙ୍କ ସହିତ କରିଥିବା ଚୁକ୍ତିକୁ ସସ୍‌ପେଣ୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

କ୍ରିକେଟକୁ ଫେରିବେ ପାକିସ୍ତାନର ଏହି ପୂର୍ବତନ ଅଧିନାୟିକା

କରାଚୀ,୧୯।୬- ପାକିସ୍ତାନର ପୂର୍ବତନ ଅଧିନାୟିକା ନିଦା ଦାର ପେସାଦାର କ୍ରିକେଟକୁ ଖୁବ ଶୀଘ୍ର ଫେରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ…

ଟି୨୦ ବିଶ୍ୱକପ୍‌ରୁ ବାହାରିଗଲେ ଶ୍ରେୟଙ୍କା

ଲିଡ୍ସ, ୧୯ା୬: ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଫ୍‌ ସ୍ପିନର ଶ୍ରେୟଙ୍କା ପାଟିଲ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରୁ ବାହାରି ଯାଇଛନ୍ତି। ଏହା ଭାରତୀୟ ଦଳକୁ ଏକ ଶକ୍ତ…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri