Posted inଖେଳ

ପୋଲିସ ହେପାଜତରେ ୯ ପର୍ଯ୍ୟନ୍ତ ରହିବେ ମଦୁଶାନକା

କଲମ୍ବୋ, ୩ା୬ (ପି.ଟି.)-ଶ୍ରୀଲଙ୍କା କ୍ରିକେଟର ଶେଶାନ ମଦୁଶାନକା ପୁଣି ପୋଲିସ ହେପାଜତରେ ରହିବେ। ପାଖରେ ହେରୋଇନ୍‌ ରଖିଥିବା ଅଭିଯୋଗରେ ଏହି ୨୫ବର୍ଷୀୟ ବୋଲର ଏବଂ ତାଙ୍କର ଜଣେ ସାଙ୍ଗ ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଦେଶ ପାନ୍ନାଲାଠାରେ ଗତ ମେ ୨୩ରେ ଗିରଫ ହୋଇଥିଲେ। ପୋଲିସ ତାଙ୍କଠାରୁ ୨.୭ଗ୍ରାମ୍‌ ଏବଂ ତାଙ୍କ ସାଙ୍ଗଙ୍କ ନିକଟରୁ ୨.୮ ଗ୍ରାମ୍‌ ହେରୋଇନ୍‌ ଜବତ କରିଥିଲା। କୁଲିୟାପିଟିୟା ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ଜୁନ୍‌ ୨ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆହୁରି ତଦନ୍ତର ଆବଶ୍ୟକତା ପଡ଼ିବାରୁ ମଙ୍ଗଳବାର ସେମାନଙ୍କୁ ୯ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ହୋଇଛି। ନିଶାଦ୍ରବ୍ୟ କାରବାରରେ ଗିରଫ ହେବାରେ ମଦୁଶାନକା ଶ୍ରୀଲଙ୍କା କ୍ରିକେଟ ଇତିହାସରେ ପ୍ରଥମ ଖେଳାଳି। ଶ୍ରୀଲଙ୍କାର ଏହି ଡାହାଣହାତୀ ମିଡିୟମ ପେସ୍‌ ବୋଲର ୨୦୧୮ ପ୍ରଥମଭାଗରେ ବାଂଲାଦେଶ ବିପକ୍ଷରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ ଖେଳିଥିଲେ। ଏହି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ସେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆ ଇତିହାସରେ ପଦାର୍ପଣ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ କରିବାରେ ମଦୁଶାନକା ହେଉଛନ୍ତି ଚତୁର୍ଥ ଖେଳାଳି। ଶ୍ରୀଲଙ୍କା ତରଫରୁ ଏହି ଦିନିକିଆ ବ୍ୟତୀତ ସେ ବାଂଲାଦେଶ ବିପକ୍ଷରେ ଦୁଇଟି ଅନ୍ତର୍ଜାତୀୟ ଟି୨୦ ମଧ୍ୟ ଖେଳିଛନ୍ତି। ଗିରଫ ପରେ ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ମଦୁଶାନକାଙ୍କ ସହିତ କରିଥିବା ଚୁକ୍ତିକୁ ସସ୍‌ପେଣ୍ଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri