Posted inଜାତୀୟ

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ନେଇ ଏବେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁଠାରୁ ଏହି ଭୂତାଣୁ ବ୍ୟାପିଛି, ସେଠାରେ ଗୋପନରେ ଚାଇନା ଜୈବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିଲା। ସେହି ଗବେଷଣାଗାରରୁ ଉକ୍ତ ଭୂତାଣୁ ବାହାରି ଆସିଥିବା ସନ୍ଦେହ କରାଯାଉଛି। ଇସ୍ରାଏଲ୍‌ର ଜଣେ ଜୈବଅସ୍ତ୍ର ବିଶେଷଜ୍ଞଙ୍କ ସୂଚନାକୁ ଆଧାର କରି ଏକ ବୈଦେଶିକ ଗଣମାଧ୍ୟମ ଏହା ପ୍ରକାଶ କରିଛି।
ଉକ୍ତ ରିପୋର୍ଟ ଅନୁଯାୟୀ, ରେଡିଓ ଫ୍ରି ଏସିଆ ଗତ ସପ୍ତାହରେ ଉହାନ ଟେଲିଭିଜନର ୨୦୧୫ ରିପୋର୍ଟକୁ ପୁନଃପ୍ରସାରଣ କରିଥିଲା। ଚାଇନାର ଅତ୍ୟାଧୁନିକ ଭୂତାଣୁ ଗବେଷଣା ଲାବରେଟୋରୀ ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ଏଥିରେ ପ୍ରଦର୍ଶିତ ହୋଇଥିଲା। ଚାଇନାରେ ମାରାତ୍ମକ ଭୂତାଣୁ ଉପରେ କାର୍ଯ୍ୟ କରିବା ପାଇଁ ଏହା ଏକମାତ୍ର ସକ୍ଷମ ଗବେଷଣାଗାର ଘୋଷିତ ହୋଇଛି। ସେଠାର ଜୈବିକ ଯୁଦ୍ଧାସ୍ତ୍ର ସମ୍ପର୍କରେ ଅଧ୍ୟୟନ କରିଥିବା ଇସ୍ରାଏଲ ସୈନ୍ୟବାହିନୀର ପୂର୍ବତନ ଗୋଇନ୍ଦା ଅଧିକାରୀ ଡାନି ଶୋହମ୍‌ଙ୍କ କହିବା ଅନୁଯାୟୀ, ଉକ୍ତ ଅନୁଷ୍ଠାନ ସହ ବେଜିଂର ଗୋପନ ଜୈବିକ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମର ସମ୍ପର୍କ ରହିଛି। ଉକ୍ତ ଅନୁଷ୍ଠାନର କେତେକ ଲାବ୍‌ରେ ଜୈବିକ ଯୁଦ୍ଧାସ୍ତ୍ରର ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା ବୋଲି ଶୋହମ୍‌ ଓ୍ବାଶିଂଟନ ଟାଇମ୍ସକୁ କହିଛନ୍ତି। ଇସ୍ରାଏଲ ସୈନ୍ୟବାହିନୀରେ ଲ୍ୟୁଟ୍‌ନାଣ୍ଟ କଲୋନେଲ୍‌ ପାହ୍ୟା ପଦବୀରେ ଥିବା ଶୋହମ୍‌ ୧୯୭୦ରୁ ୧୯୯୧ ମଧ୍ୟରେ ମଧ୍ୟପ୍ରାଚ୍ୟ ଓ ବିଶ୍ୱରେ ଜୈବ ଓ ରସାୟନ ଯୁଦ୍ଧାସ୍ତ୍ର ସମ୍ପର୍କରେ ଗୋଇନ୍ଦା ଅନୁଧ୍ୟାନ ଚଳାଇଥିଲେ। ଚାଇନା ଜୈବିକ ଯୁଦ୍ଧାସ୍ତ୍ର ଖବରକୁ ଅସ୍ବୀକାର କରିଆସିଛି। ତେବେ ବେଜିଂ ଗୋପନ ଜୈବଅସ୍ତ୍ର କାର୍ଯ୍ୟରେ ସମ୍ପୃକ୍ତ ଥିବା ଗତବର୍ଷ ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିଲା।
ଚାଇନାର ହୁବେଇ ପ୍ରଦେଶରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲାବେଳେ ଏହା କେଉଁଠୁ ସୃଷ୍ଟି ହେଲା ତାହା ଜଣାପଡି ନ ଥିବା ବେଜିଂ କହିଆସୁଛି। ଉହାନର ଏକ ସାମୁଦ୍ରିକ ଖାଦ୍ୟ ବଜାରରେ ବିକ୍ରି ହେଉଥିବା ବନ୍ୟପ୍ରାଣୀଠାରୁ ଏହି ଭୂତାଣୁ ସୃଷ୍ଟି ହୋଇଥିବା ପ୍ରାଥମିକ ସୂଚନା ମିଳିଛି ବୋଲି ଚାଇନାର ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ରର ନିର୍ଦ୍ଦେଶକ ଗାଓ ଫୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଜୈବିକ ଯୁଦ୍ଧାସ୍ତ୍ର ପ୍ରସାରଣ ପାଇଁ ଏହା ଆମେରିକା ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଚାଇନା ଇଣ୍ଟରନେଟ ମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାର କରୁଥିବାରୁ ଏହା ସନ୍ଦେହ ଘେରକୁ ଆସିଛି ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି। ଉହାନ ଲାବରେଟୋରିରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଅଭିଯୋଗ ଆସିଲେ, ତାକୁ ପ୍ରତିହତ କରିବା ଲାଗି ଏହା ଚାଇନାର ଯୋଜନାବଦ୍ଧ ପ୍ରସ୍ତୁତି ବୋଲି ସେ କହିଛନ୍ତି।
ଚାଇନାରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩୬୧ରେ ପହଞ୍ଚତ୍ଥିବାବେଳେ ୧୭,୨୦୫ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଭାରତ ସମେତ ୨୫ଟି ଦେଶକୁ ବ୍ୟାପିଲାଣି। ଆମେରିକା ସେଠାକୁ ଯାତାୟାତରେ କଟକଣା ଲଗାଇବା ସହ ନିଜ ନାଗରିକ ଓ କୂଟନୀତିଜ୍ଞମାନଙ୍କୁ ନେଇଯାଇଛି। ଆମେରିକା କରୋନାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି କରୁଥିବା ବେଜିଂ ସୋମବାର ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ସୀମାରୁ ଫେରିଲା କଂଗ୍ରେସ ବସ୍‌

ଜୟପୁର,୨୧ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସ ଦଳ ପକ୍ଷରୁ ପାଖାପାଖି ୪୦୦ ବସ୍‌ ପଠାଯାଇଥିଲା। ଉତ୍ତରପ୍ରଦେଶ ସରକାର...

ଜେଏନ୍‌ୟୁ ଛାତ୍ରଙ୍କ ଉପରେ ପୋଲିସର ଲାଠିଚାଳନା

ନୂଆଦିଲ୍ଲୀ,୧୦ା୧: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ର, ଶିକ୍ଷକ ଓ ସାମାଜିକ କର୍ମୀମାନେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ...

ପ୍ରଶ୍ନ ଘେରରେ ପିଏମ୍‌ କେୟାର୍ସ

ନୂଆଦିଲ୍ଲୀ,୧୧ା୫: କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ହୋଇଥିତ୍ବା ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟିକ କାରବାର ପ୍ରାୟ ହେଉନାହିଁ କହିଲେ ଚଳେ। ଏଭଳି ସମୟରେ ଆର୍ଥିକ...

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ...

ହୃଦୟ ବିଦାରକ ଦୃଶ୍ୟ: ମୃତ ମା’ଙ୍କ ଉପରେ ଘୋଡାଯାଇଥିବା ଚାଦର ସହ ଖେଳୁଥିବା ଶିଶୁର ଭିଡିଓ ଭାଇରାଲ୍‌

ପାଟନା,୨୭।୫:ବିହାରର ମୁଜାଫରପୁର ରେଳ ଷ୍ଟେଶନରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଷ୍ଟେଶନରେ ଶୋଇଥିବା ଜଣେ ମୃତ ମହିଳାଙ୍କ ନିଷ୍ପାପ ଶିଶୁଟି ମା’ଙ୍କ ଶରୀରରେ...

ପୁରୁଣା ରେଲୱେ କୋଚରେ ରେସ୍ତୋରାଁ

ନାଗପୁର,୬ ।୨: ମହାରାଷ୍ଟ୍ର ନାଗପୁର ରେଲୱେ ଷ୍ଟେଶନ ବାହାରେ ନାଗପୁର ଡିଭିଜନର ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଖୋଲାଯାଇଛି ‘ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ସ’ । ଟେଣ୍ଡର ମାଧ୍ୟମରେ...

ଭାଜପାରୁ ଇସ୍ତଫା ଦେଲେ ଶ୍ରାବନ୍ତି

କୋଲକତା,୧୧।୧୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଅନେକ ନେତା ଦଳ ଛାଡିବାର ଦେଖାଯାଇଛି। ଏହି କ୍ରମରେ ଗୁରୁବାର...

କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା...

Advertisement
Archives

Model This Week