Posted inଖେଳ

ଜେହାନ ଦାରୁବାଲାଙ୍କୁ ଉପେକ୍ଷା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍‌ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ ଥିବାରୁ ଅନେକେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେହାନ ହେଉଛନ୍ତି ଦେଶର ଭାବୀ ଫର୍ମୁଲା ଓ୍ବାନ ରେସର। ତାଙ୍କ ନାମ ନ ପଠାଇ ଐଶ୍ୱର୍ଯ୍ୟା ପିସେଙ୍କ ନାମ ସୁପାରିସ କରାଯିବା ଉଚିତ୍‌ ହୋଇ ନାହିଁ ବୋଲି ଅନେକେ ମୋଟର ସ୍ପୋଟର୍‌ସ ପ୍ରେମୀ ମତବ୍ୟକ୍ତ କରିଛନ୍ତି। ଫେଡେରେଶନ ଅଫ୍‌ ମୋଟର ସ୍ପୋଟର୍‌ସ କ୍ଲବ ଅଫ୍‌୍‌ ଇଣ୍ଡିଆ (ଏଫ୍‌ଏମ୍‌ଏସ୍‌ସିଆଇ ) ପିସେ, ଅଗ୍ରଣୀ ବାଇକର ସି.ଏସ୍‌. ସନ୍ତୋଷ ଏବଂ ୨୦୧୬ ଏସିଆ ମାକ୍ସ କାର୍ଟିଂ ଚାମ୍ପିୟନ ଶାହାନ ଅଲି ମହସିନ୍‌ଙ୍କ ନାମ ଦେଶର ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ ହୋଇଛି। ୨୧ ବର୍ଷୀୟ ଦାରୁବାଲା ଜଣେ ଇଣ୍ଡିଆନ ରେସ୍‌ରେ ଭାବେ ଏକାଧିକ ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ୩ ଥର ଉପେକ୍ଷା ପରେ ରାଲି ଡ୍ରାଇଭର ଗୌରବ ଗିଲ୍‌ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଥିଲେ। ଜେହାନ ହେଉଛନ୍ତି ଭାରତୀୟ ମୋଟର ସ୍ପୋଟର୍‌ସ ଅନ୍ୟତମ ଷ୍ଟାର। ସୁପାରିସ ପୂର୍ବରୁ ଜେହାନଙ୍କ ନାମ ଆଲୋଚନା ହୋଇଥିଲା। ଯଦି ନିକଟରେ କୌଣସି ଭାରତୀୟ ଫର୍ମୁଲା ଓ୍ବାନ ରେସ୍‌ରେ ଭାଗନେବାର ସୌଭାଗ୍ୟ ଅର୍ଜନ କରନ୍ତି ସେ ହେଉଛନ୍ତି ଜେହାନ। ଯଦି ସମ୍ଭବ ହୁଏ ତେବେ ନାରାୟଣ କାର୍ତ୍ତିକେୟନ ଓ କରୁଣ ଚାଣ୍ଡୋକଙ୍କ ପରେ ସେ ଭାରତର ତୃତୀୟ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ବିବେଚିତ ହେବେ। ସ୍ବଳ୍ପ ବୟସରେ ଦାରୁବାଲା ଇତିମଧ୍ୟରେ ଅନେକ ସଫଳତା ହାସଲ କରି ସାରିଲେଣି। ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବେ ନ୍ୟୁଜିଲାଣ୍ଡ ଗ୍ରାଁ ପ୍ରି ଟାଇଟଲ ହାସଲ କରିଥିଲେ। ଏଫ୍‌ଆଇଏ ଫର୍ମୁଲା ୩ ୟୁରୋପିଆନ ଚାମ୍ପିୟନଶିପ୍‌ର ଦୁଇଟି ସିଜନ (୨୦୧୭-୨୦୧୮)ରେ ଦୁଇଟି ରେସ୍‌ ଜିତିବା ବ୍ୟତୀତ ୮ଟିରେ ପୋଡିୟମ ଫିନିଶ କରିଥିଲେ। କୋଭିଡ୍‌-୧୯ ଯୋଗୁ ଫର୍ମୁଲା-୨ ସିଜନ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି। ୪ଥର ବିଶ୍ୱ ଚାମ୍ପିୟନ ରେଡ୍‌ ବୁଲ୍‌ ଏହାର ଜୁନିୟର ଡ୍ରାଇଭର ପ୍ରୋଗ୍ରାମ ପାଇଁ ଦାରବାଲାଙ୍କୁ ଅନୁବନ୍ଧିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri