ଜେସିବି ଲଗାଇ ବାଲି ଲୁଟୁଛନ୍ତି ଚୋର

ଭଣ୍ଡାରିପୋଖରୀ, ୧୬ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀ ଗର୍ଭରୁ ବାଲି ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମଣିନାଥପୁର, ମୁଢାପଦା, ବାଲିପୋଖରୀ ଆଦି ଏସ୍‌କେପ୍‌ ଥିବା ଶୁଖିଲା ପଡିଥିବାରୁ ସେଠାରୁ ଏବେ ବାଲି ଖୋଳି ନିଆଯାଉଛି। ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ବାଲିର ଚାହିଦା ବଢିଥିବାରୁ ବେପାରୀମାନେ ଜେସିବି ସାହାଯ୍ୟରେ ରାତି ସମୟରେ ନଦୀ ଗର୍ଭରୁ ବାଲି ଉଠାଇ ପରେ ଅନ୍ୟତ୍ର ଚାଲାଣ କରି ମୁନାଫା ଉଠାଉଛନ୍ତି। ପ୍ରଶାସନ କାଁ ଭାଁ ଚଡାଉ କରି ଧରପଗଡ଼ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକାଯାଇ ପାରୁ ନାହିଁ । ରାସ୍ତାରେ ଧରପଗଡ଼କୁ ଏଡାଇବା ଲାଗି ବାଲି ଚୋରମାନେ ଏବେ ରାସ୍ତାରେ ଲୋକ ଜଗାଇ ଟ୍ରକ ଓ ଟ୍ରାକ୍ଟର ଯୋଗେ ଚାଲାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବୈତରଣୀ ନଦୀ ଶଯ୍ୟାରୁ କ୍ରମାଗତ ବାଲି ଚୋରି ହେବା ଯୋଗୁ କୂଳକ୍ଷୟ ଘଟି ନଦୀବନ୍ଧ ଦୁର୍ବଳ ହୋଇପଡୁଛି। ଏହା ବନ୍ୟା ବେଳେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି। ଏହି କାରଣରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଅସଲ ବାଲିଚୋରଙ୍କୁ ଧରିବା ଲାଗି ତହସିଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ନଜର ଦେଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ ବାଲିଚୋରଙ୍କୁ ସାମ୍ନା କରିବାକୁ ଭୟ କରି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ହେବ ସନ୍ଧ୍ୟା ହେଲେ ମଣିନାଥପୁର ସ୍ଥିତ ବୈତରଣୀ ଘାଟରୁ ବାଲିଚୋରମାନେ ଦୁଇଟି ଜେସିବି ମେଶିନ ଲଗାଇ ବାଲି ତାଡି ଟ୍ରାକ୍ଟରରେ ନଦୀଶଯ୍ୟା ଉପରକୁ ଆଣି ଢାଳୁଥିଲେ। ଦିନବେଳା ଏହାକୁ ସେମାନେ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବା ଯୋଗେ ଅନ୍ୟତ୍ର ଚାଲାଣ କରୁଥିଲେ। ଭଣ୍ଡାରିପୋଖରୀ ତହସିଲ ଠାରୁ ଯାଜପୁର ପର୍ଯ୍ୟନ୍ତ ରାସ୍ତାରେ ସେମାନେ ଲୋକ ଜଗାଉଥିଲେ। ଏଭଳି ସୂଚନାକୁ ଆଧାର କରି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ଗତ ସୋମବାର ମଣିନାଥପୁର ବାଲି ଖାଦାନରେ ଚଢାଉ କରି ଏକ ୪୦୭ ମିନିଟ୍ରକ ଜବତ କରଛନ୍ତି। ପରେ ଟ୍ରକ ଠାରୁ ୩୦ ହଜାର ୧୦୫ ଟଙ୍କା ଜରିମାନା ଆଦାୟ କରି ଛାଡି ଦିଆଯାଇଥିବା ଜଣାପଡିଛି। ସେହିପରି ମଙ୍ଗଳବାର ଭୋର ସମୟରେ ତହସିଲଦାର ଭୂୟାଁ, ଏଆରଆଇ ଦିବ୍ୟରଞ୍ଜନ ଧଳ, କମଳାକାନ୍ତ ନାୟକ, ରାମନାରାୟଣ ସାମଲ ପ୍ରମୁଖ ସଦଳବଳ ଚଢାଉ କରି ମଣିନାଥପୁର ବାଲିଘାଟରୁ ଆଉ ୬ ଟି ଗାଡି ଜବତ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ୪୦୭ ମିନିଟ୍ରକ ଓ ୫ ଟି ଟ୍ରାକ୍ଟର ରହିଛି। ତହସିଲ କର୍ତ୍ତୃପକ୍ଷ ନାମକୁମାତ୍ର ଜରିମାନା ଆଦାୟ କରି ଜବତ ଗାଡିକୁ ଛାଡି ଦେଉଥିବାରୁ ବାଲି ଚୋରାଚାଲାଣକୁ ରୋକାଯାଇ ପାରୁ ନ ଥିବା ଅଞ୍ଚଳବାସୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତହସିଲ ଓ ପୋଲିସ ପକ୍ଷରୁ ନିୟମିତ ଚଢାଉ ଜାରି ରହିଲେ, କିଛି ସୁଫଳ ମିଳିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଭୂୟାଙ୍କୁ ପଚାରିବାରୁ ପ୍ରଶାସନ ବାଲି ଚୋରା ଚାଲାଣ ଘଟଣା ନେ ସଚେତନ ରହିଛି। ଏଥିଲାଗି ଧରପଗଡ କରାଯାଇଛି। ଆଇନ ଅନୁଯାୟୀ ଜବତ ଟ୍ରକରୁ ଜରିମାନା ଆଦାୟ କରି ଛଡାଯାଉଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ଚିନ୍ତା କରାଯିବ ବୋଲି କହିଛନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ନୋ ପାର୍କିଂ ସ୍ଥାନରେ ଟ୍ରକ ପାର୍କିଂ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ଏନଏଚ ୪୯ ରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନର ଚେତା ପଶୁନି ା ସହର ମଧ୍ୟରେ...

ଶିଶୁକନ୍ୟାଙ୍କୁ ଉଠାଇନେଇ ବଳାତ୍କାର

ପୁରୀ ଅଫିସ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ...

ଏସ୍‌ସିବିରେ ଏକକାଳୀନ ୪ ଶିଶୁ ଜନ୍ମହେବା ଘଟଣା: ୨ ଶିଶୁକନ୍ୟା ଆଖି ବୁଜିଲେ

କଟକ ଅଫିସ,୯ା୮: ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ରବିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ନବଜାତ ଶିଶୁ ପରିପକ୍ୱ...

ପୁରୀରେ ଗୁଳିକାଣ୍ଡ; ବାଇକ୍‌ରେ ଯାଉଥିବା ବେଳେ ଟଳି ପଡ଼ିଲେ ବ୍ୟବସାୟୀ

ପୁରୀ ଅଫିସ,୨୪।୫ : ପୁଣି ଅଶାନ୍ତ ପୁରୀ ସହର। ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଫୁଟିଲା ଗୁଳି। ମଙ୍ଗଳବାର ରାତି ପ୍ରାୟ ୯ଟାରେ...

ଈଶାଣେଶ୍ୱର ପାଠାଗାର ପାଇଲା ପ୍ରକୃତି ମିତ୍ର ପୁରସ୍କାର

ବ୍ରହ୍ମପୁର ଅଫିସ, ୭।୬: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଶ୍ରୀ ଈଶାଣେଶ୍ବର ପାଠାଗାରକୁ ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି।...

ବର୍ଷା ଅଭାବରୁ ଚାଷ ଜମି ଫାଟିଲା

ବଡ଼ଗାଁ, ୧୮।୭ (ଡି.ଏନ.ଏ)-ବଡଗାଁ ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ବର୍ଷା ଠାରୁ ଅତି କମ୍‌ ବୃଷ୍ଟିପାତ ଯୋଗୁ ମାଳ ଓ ଗୋଡା ଜମି ଫାଟି...

ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି...

ଭୁଶୁଡ଼ିଲା ପାନୀୟ ଜଳ ପ୍ରକଳ୍ପ

ପରଜଙ୍ଗ,୫।୧୨(ଡି.ଏନ.ଏ.)-ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବସୁଧା ଯୋଜନାରେ ନିର୍ମାଣ ହୋଇଥିଲା ପାନୀୟ ଜଳ ପ୍ରକଳ୍ପ। ମାସେ ତଳେ ସରିଥିବା ଏହି ପ୍ରକଳ୍ପ ଶତାଧିକ...

Advertisement
Archives

Model This Week