ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

ଫୁଲବାଣୀ ଅଫିସ, ୨୩ ।୨-କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି। ଜେଲରେ ପହଞ୍ଚତ୍ବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଡିଜି ଉପାଧ୍ୟାୟ ପ୍ରଥମେ ଜେଲର ବାହ୍ୟ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏହାପରେ ଜେଲ ଭିତରକୁ ଯାଇ ଅନ୍ତେବାସୀଙ୍କ ବିଷୟରେ ଅନୁଧ୍ୟାନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଜେଲ ଅଧୀକ୍ଷକ ଅନସୁୟା ଜେନାଙ୍କୁ ଜେଲର ବିଭିନ୍ନ ସମସ୍ୟା ନେଇ ପଚାରି ବୁଝିଥିଲେ। ଜେଲରେ ୩୦୦ ଜଣ ଅନ୍ତବାସୀଙ୍କ ପାଇଁ ସୁବିଧା ଥିବାବେଳେ ଅଧିକ ରହୁଛନ୍ତି। ଏବେ ୧୧ ଜଣ ମହିଳାଙ୍କ ସମେତ ୪୧୨ ଜଣ ଅନ୍ତେବାସୀ ଅଛନ୍ତି। ଆବଶ୍ୟକତାଠାରୁ ଅଧିକ ଅନ୍ତେବାସୀ ରହୁଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଥିବା ଅଧିକ୍ଷକ କହିଥିଲେ। ୧୦୦ ଜଣ ରହିବା ଭଳି ଆଉ ଏକ ୱାର୍ଡ ନିର୍ମାଣ ପାଇଁ ସେ ଅନୁରୋଧ କରିଥିଲେ। ଏଥିସହ କର୍ମଚାରୀଙ୍କ ବାସଗୃହ ଭାଙ୍ଗିରୁଜି ଯାଇଥିବାବେଳେ ମରାମତି ପାଇଁ କହିଥିଲେ। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଜି ଉପାଧ୍ୟାୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri