ଜେଲ୍‌ରେ ଅସୁସ୍ଥ: ଆଶୀର୍ବାଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଅର୍ଥତତ୍ତ୍ୱ ଲିଙ୍କ୍‌ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି। ତେଣୁ ଜେଲ୍‌ ପରିସରସ୍ଥ ଡାକ୍ତରଖାନାରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଡାକ୍ତରମାନେ ନିୟମିତ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଆଗାମି ଦିନରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇପାରେ ବୋଲି କୁହାଯାଉଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଶେଷ ପର୍ଯ୍ୟାୟରେ ତାହାକୁ ବାତିଲ କରାଯାଇଥିଲା। ସକାଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଶୀର୍ବାଦ ଚା’ ପିଇବା ସହ ଉପମା ଖାଇଥିଲେ। ଗୁରୁବାର ରାତିରେ ତାଙ୍କୁ ରୁଟି, ଶନ୍ତୁଳା ଦିଆଯାଇଥିଲା। ସେହିଭଳି କମଳାକାନ୍ତ ଦାସଙ୍କୁ ଝାରପଡ଼ା ଜେଲର ଓ୍ବାର୍ଡ ନଂ-୧୮ରେ ରଖାଯାଇଛି। ସେ ଗୁରୁବାର କିଛି ଖାଇ ନ ଥିବା ବେଳେ ଶୁକ୍ରବାର ସକାଳେ ଉପମା, ମଧ୍ୟାହ୍ନରେ ସାଦା ଭାତ ମିଲ୍‌ ଏବଂ ରାତିରେ ରୁଟି ସନ୍ତୁଳା ଖାଇଥିବା ଜଣାପଡ଼ିଛି। କୋର୍ଟଙ୍କ ଏନ୍‌ବିଡବ୍ଲ୍ୟୁ ବଳରେ ସିବିଆଇ ଉଭୟଙ୍କୁ ଗୁରୁବାର ସକାଳେ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ରଥଯାତ୍ରା। ଦୀର୍ଘ ଦୁଇବର୍ଷ ପରେ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ...

କେନ୍ଦ୍ରାପଡ଼ା ଜିଲାରେ ୪,୨୮୬ ଶିଶୁ ଅପପୁଷ୍ଟିର ଶିକାର

କେନ୍ଦ୍ରାପଡ଼ା ଅଫିସ,୮ା୭: କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ପ୍ରଣୟନ କରୁଛନ୍ତି। ପ୍ରଣୀତ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଅର୍ଥ ମଞ୍ଜୁର...

ଗୁରୁବାରଠାରୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ଯୁକ୍ତ୨ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ ଆରମ୍ଭ ହେବ। ପ୍ରଥମ ତିନିଦିନ ଅର୍ଥାତ୍‌ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଇଣ୍ଡକ୍ସନ...

ଥାନାଠାରୁ ଫାଣ୍ଡିର ଦୂରତା ୩୦ କି.ମି.

କୁଆମରା,୩୧ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ କୁଆମରା ଫାଣ୍ଡି ପ୍ରଶାସନିକ ଅବହେଳାର ଶିକାର ହୋଇଛି। କର୍ମଚାରୀ ଅଭାବରୁ ଏହି ଫାଣ୍ଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି।...

ଭଞ୍ଜନଗରରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଜୀବନ ହାରିଲେ ଯୁବତୀ

ଭଞ୍ଜନଗର,୧୯।୫: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୁରୁମୁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଦିନ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା...

୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ...

କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି

କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ...

Advertisement
Archives

Model This Week