ଜେଲରେ ପ୍ରେମୀ ଯୁଗଳଙ୍କ ବିବାହ

ଠାକୁରମୁଣ୍ଡା,୨୦ା୧(ଡି.ଏନ୍‌.ଏ.)- ଜେଲରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ। ପ୍ରେମିକାଙ୍କୁ ବରଣମାଳା ଦେଇ ଜୀବନସାଥୀର ସ୍ବୀକୃତି ଦେଲେ ବଳାତ୍କାର ଅଭିଯୁକ୍ତ ପ୍ରେମିକ। ମୟୂରଭଞ୍ଜ ଜିଲା କରଞ୍ଜିଆ ଜେଲରେ ଶୁକ୍ରବାର ଏହି ବହୁଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇଯାଇଛି।
ଝାରପୋଖରିଆ ଥାନା ଅଧୀନ ସାରିପଦା ଗ୍ରାମର କୁମାର ହେମ୍ବ୍ରମ୍‌ ବଳାତ୍କାର ଅଭିଯୋଗରେ ଦୀର୍ଘ ୧୦ ମାସ ଧରି କରଞ୍ଜିଆ ଜେଲରେ ଥିଲେ। କରଞ୍ଜିଆ ଅଞ୍ଚଳରେ ଏକ ଠିକାସଂସ୍ଥାର ଡ୍ରାଇଭର ଭାବେ ସେ କାମ କରୁଥିଲେ। କାମ କରିବା ସମୟରେ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଉଭୟ ବିବାହ ପାଇଁ ସ୍ଥିର କରିଥିବା ବେଳେ ସେମାନଙ୍କ ପରିବାର ବିରୋଧ କରିଥିଲେ। ପରେ ଯୁବତୀ ଜଣକ ପ୍ରେମିକ ନାମରେ ବଳାତ୍କାର ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କରଞ୍ଜିଆ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସେମାନଙ୍କ ପରିବାର ମଧ୍ୟରେ ବିବାଦର ସମାଧାନ ହୋଇଯିବାରୁ ଉଭୟଙ୍କ ବିବାହ ନିମନ୍ତେ ସ୍ଥିର ହୋଇଥିଲା। ଅଭିଯୁକ୍ତଙ୍କ ଓକିଲ ନିର୍ମଳ ସେଠୀଙ୍କ ଉଦ୍ୟମରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ସହମତି ନେଇ ଗତ ଶୁକ୍ରବାର ସବ୍‌ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଜେଲ ପରିସରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ପରେ ଜେଲରୁ ମୃତଦେହ ଉଦ୍ଧାର: ପରିବାର ଲୋକେ ଥାନାରେ ଦେଲେ ଏତଲା, ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୨୦ା୧୧ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜେଲରେ ବିଚାରାଧୀନ କଏଦୀ ପ୍ରଦୀପ ବେହେରାଙ୍କ ଆତ୍ମହତ୍ୟା କରିବାର ୨୪ ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର...

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା...

ତିଳେଇବଣି ବ୍ଲକଠାରେ କୋଭିଡ-୧୯ ଟିକାକରଣ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.)- ଦେବଗଡ ଜିଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଭିଡ଼୍‌-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ା ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର...

ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍‌ଡାଉନ କଟକଣା...

ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ

ପାଟଣା,୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଜଣକ...

ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର...

ବ୍ରିଜ୍‌ ଉପରୁ ଖସିପଡ଼ିଲା କାର

ବାଙ୍କୀ,୨୬।୯(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ଥାନା ଅଞ୍ଚଳରେ ରବିବାର ସକାଳେ ଏକ କାର ନାଳରେ ବୁଡ଼ି ଯାଇଛି। ନାଳରେ ବନ୍ୟା ପାଣି ଥିବା ଯୋଗୁ କାରଟି...

ବଡ଼ ଭାଇଙ୍କୁ ହତ୍ୟା କରି ବାଡ଼ିରେ ପୋତି ଦେଇଥିଲେ ସାନଭାଇ

ବାଲେଶ୍ୱର ଅଫିସ, ୧୫।୬: ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରି ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗ୍ରାମର ଜଣେ ବ୍ୟକ୍ତି ନିଜ ବଡ଼...

Advertisement
Archives

Model This Week