ଜେଲରେ ପ୍ରେମୀ ଯୁଗଳଙ୍କ ବିବାହ

ଠାକୁରମୁଣ୍ଡା,୨୦ା୧(ଡି.ଏନ୍‌.ଏ.)- ଜେଲରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ। ପ୍ରେମିକାଙ୍କୁ ବରଣମାଳା ଦେଇ ଜୀବନସାଥୀର ସ୍ବୀକୃତି ଦେଲେ ବଳାତ୍କାର ଅଭିଯୁକ୍ତ ପ୍ରେମିକ। ମୟୂରଭଞ୍ଜ ଜିଲା କରଞ୍ଜିଆ ଜେଲରେ ଶୁକ୍ରବାର ଏହି ବହୁଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇଯାଇଛି।
ଝାରପୋଖରିଆ ଥାନା ଅଧୀନ ସାରିପଦା ଗ୍ରାମର କୁମାର ହେମ୍ବ୍ରମ୍‌ ବଳାତ୍କାର ଅଭିଯୋଗରେ ଦୀର୍ଘ ୧୦ ମାସ ଧରି କରଞ୍ଜିଆ ଜେଲରେ ଥିଲେ। କରଞ୍ଜିଆ ଅଞ୍ଚଳରେ ଏକ ଠିକାସଂସ୍ଥାର ଡ୍ରାଇଭର ଭାବେ ସେ କାମ କରୁଥିଲେ। କାମ କରିବା ସମୟରେ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଉଭୟ ବିବାହ ପାଇଁ ସ୍ଥିର କରିଥିବା ବେଳେ ସେମାନଙ୍କ ପରିବାର ବିରୋଧ କରିଥିଲେ। ପରେ ଯୁବତୀ ଜଣକ ପ୍ରେମିକ ନାମରେ ବଳାତ୍କାର ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କରଞ୍ଜିଆ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସେମାନଙ୍କ ପରିବାର ମଧ୍ୟରେ ବିବାଦର ସମାଧାନ ହୋଇଯିବାରୁ ଉଭୟଙ୍କ ବିବାହ ନିମନ୍ତେ ସ୍ଥିର ହୋଇଥିଲା। ଅଭିଯୁକ୍ତଙ୍କ ଓକିଲ ନିର୍ମଳ ସେଠୀଙ୍କ ଉଦ୍ୟମରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ସହମତି ନେଇ ଗତ ଶୁକ୍ରବାର ସବ୍‌ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଜେଲ ପରିସରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର…

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ଓଭର ଲୋଡ ଥିବା ୪ଚିପ୍ସ ବୋଝେଇ ହାଇୱାକୁ ଗୁରୁବାର ପାଟଣା ବୈତରଣୀ ନଦୀ ବ୍ରିଜ ନିକଟରୁ ଜବତ…

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri