ଜେଲରୁ ମୁକୁଳିଲେ ଗର୍ଭବତୀ: ସହଯୋଗର ହାତ ବଢ଼ାଇଲେ ଉପକାରାଗାର ମୁଖ୍ୟ

ଚମ୍ପୁଆ,୨।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ଉପକାରାଗାରରେ ରହୁଥିବା ଝାଡଖଣ୍ଡ ଜୟନ୍ତୀଗଡ ଅଞ୍ଚଳର ଆଦିତ୍ୟ ସିର୍କା ନାମ୍ନୀ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ଶନିବାର ଜାମିନ୍‌ରେ ଛଡାଯାଇଛି। ୬ ବର୍ଷ ତଳେ ନିଜ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ସେ କେନ୍ଦୁଝର ଜିଲା ବଲାଣୀ ଅଞ୍ଚଳର ବିଜୟ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ପରେ ଏକ ଆପରାଧିକ ମାମଲା ଛନ୍ଦି ହୋଇ ପଡିବାରୁ ତାଙ୍କୁ ଜେଲ ଭୋଗିବାକୁ ପଡିଥିଲା। ସେ ୨ବର୍ଷର ଏକ ଶିଶପୁତ୍ର ସହ ପ୍ରଥମେ ବଡବିଲ ଜେଲ୍‌ରେ ରହିଥିଲେ। ଗତ ୨୬ ତାରିଖରେ ସେ ଚମ୍ପୁଆ ଜେଲକୁ ସ୍ଥାନାନ୍ତରିତ ହୋଇଥିଲେ। ମାସକ ତଳେ ଅତିରିକ୍ତ ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଟଙ୍କା ଓ ଜାମିନଦାର ଅଭାବରୁ ସେ ଜେଲରୁ ମୁକୁଳି ପାରି ନ ଥିଲେ। ଆଦିତ୍ୟ ଗର୍ଭବତୀ ଥିବା ଜାଣିବା ପରେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଜୀବନ ସିଂ କୁଦାଦା ପ୍ରଥମେ ଏ ନେଇ ତାଲୁକ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ପରେ ଆଇନ ସେବା ସହାୟତା ପକ୍ଷରୁ ଜଣେ ସ୍ବତନ୍ତ୍ର ଓକିଲ ନିଯୁକ୍ତି ଦିଆଯାଇଥିଲା। ଏ ନେଇ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ କୁଦାଦା ୩ ହଜାର ଟଙ୍କା ଖର୍ଚ୍ଚ କରିବା ସହ ଜାମିନଦାର ଯୋଗାଡରେ ସହାୟତା କରିଥିଲେ। ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର କାମ ସରିବା ପରେ ଆଦିତ୍ୟ ଶନିବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ଚମ୍ପୁଆ ଏସଡିଏମଓଙ୍କ ସହଯୋଗ କ୍ରମେ ସେ ଚମ୍ପୁଆ ଡାକ୍ତରଖାନାରେ ଥିବା ମା’ ଘରେ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଡାକ୍ତରଖାନା କତ୍ତୃର୍ର୍ପକ୍ଷଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୫ ଜିଲାକୁ ଅରେଞ୍ଜ ୱାର୍ନିିଂ

ବନେଶ୍ବର ୧୨।୬: ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ବିଶେଷ ପରିବର୍ତ୍ତନର...

ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର

କେନ୍ଦୁଝର,୮।୫: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ଗ୍ରାମ ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି। ହାତୀର ଆଗ...

ଦିନକରେ ସରିଲା ଡଲଫିନ୍‌ ଗଣନା

ବ୍ରହ୍ମଗିରି,୧୮।୧(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଇର୍‌ୱାଡି ଡଲ୍‌ଫିନର ଗଣନା ରବିବାର କରାଯାଇଥିଲା। ବନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ମିଳିତ ଉଦ୍ୟମରେ...

୧୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୦ । ୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ। ସ୍ବାଭାବିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାରୁ ଅପସରି...

ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ବର୍ଷେ ପୂରିଲା : ବିପଜ୍ଜନକ ନୌଯାତ୍ରାରେ ଲାଗିଲାନି ଲଗାମ

ଖୋର୍ଦ୍ଧା ଅଫିସ,୧୭ା୬ : ଚିଲିକା ଡଙ୍ଗାବୁଡି ଘଟଣାକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ହେଲେ ବିପଜ୍ଜନକ ନୌଯାତ୍ରାରେ ଲାଗି ପାରିଲାନି ଲଗାମ। ସ୍ଥିତିରେ କିଛିଟା ସୁଧାର ଆସିଥିଲେ...

ଖଦିକୁ ଆହୁରି ଲୋକାଭିମୁଖୀ କରିବା ଆବଶ୍ୟକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଖଦିକୁ ଆହୁରି ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗ୍ରାମ୍ୟ ଶିଳ୍ପଗୁଡ଼ିକରେ ଅଧିକରୁ ଅଧିକ ଯୁବତୀଯୁବକଙ୍କୁ ସାମିଲ କରିପାରିଲେ ସେମାନେ ସ୍ବାବଲମ୍ବୀ ହେବା ସହ...

ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଭେଟେରାନ ନେତା ତଥା ଲେଖକ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ...

ଦ୍ୱିତୀୟ କୋଣାର୍କ ନିର୍ମାଣ କରିବେ ଓମ୍‌ବାବା

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିଭିନ୍ନ ସମୟରେ ବିବାଦରେ ରହି ଆସିଥିବା ଓମ୍‌ବାବା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଓଡ଼ିଶାରେ ଦ୍ୱିତୀୟ କୋଣାର୍କ (ସୂର୍ଯ୍ୟ) ମନ୍ଦିର ନିର୍ମାଣ କରିବା ପାଇଁ...

Advertisement
Archives

Model This Week