Posted inଖେଳ

ଜେମିସନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ଖ୍ରୀଷ୍ଟଚର୍ଚ୍ଚ, ୧୬ା୫ (ପି.ଟି.)-ପେସ୍‌ ବୋଲର କାଇଲ ଜେମିସନ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ୨୦୨୦-୨୧ ସିଜନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାଭୁକ୍ତ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଭାରତ ବିପକ୍ଷରେ ତାଙ୍କ ପଦାର୍ପଣ ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ୨୫ ବର୍ଷୀୟ ଜେମିସନ ଆହୁରି ମଧ୍ୟ ଭାରତ ବିପକ୍ଷରେ ତାଙ୍କ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରି ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ହାଙ୍ଗଲେ ଓଭାଲ୍‌ଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ୫ ଉଇକେଟ ସଫଳତା ପାଇଁ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ବିରାଟ କୋହଲି ଦଳ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ଜେମିସନ ଓଭରାଲ ୯ ଉଇକେଟ ଦଖଲ କରିବା ସହ ବ୍ୟାଟିଂରେ ତାଙ୍କର ଆଭରେଜ ୪୬ ରନ ରହିଥିଲା। ଶକ୍ତିଶାଳୀ ଭାରତ ବିପକ୍ଷରେ ଏହି ପ୍ରଦର୍ଶନରୁ ସୂଚିତ ହେଉଛି ଯେ, ଜେମିସନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସିଲେକ୍ସନ ମ୍ୟାନେଜର ଗାଭିନ୍‌ ଲାର୍ସେନ କହିଛନ୍ତି। ବାମହାତୀ ସ୍ପିନର ଆଜାଜ୍‌ ପଟେଲ ଏବଂ ଦକ୍ଷିଣ ଆଫ୍ରିକା ଜନ୍ମିତ ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ ମଧ୍ୟ ଆସନ୍ତା ଏକବର୍ଷ ଲାଗି ପ୍ରଥମ ଥର ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ...

କୋଭିଡ୍‌-୧୯: ଆଡଭାଣୀଙ୍କ ୫ ଲକ୍ଷ ଟଙ୍କା ସହାୟତା

ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍‌ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍‌-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍‌...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି...

ବୀରଙ୍କୁ ୧୯ ବର୍ଷରୁ କମ୍‌ ସ୍କ୍ବାଶ ଟାଇଟଲ

ନୂଆଦିଲ୍ଲୀ,୨୯।୬(ପିଟି)- ଭାରତୀୟ ଖେଳାଳି ବୀର ଛୋଟ୍ରାନି ସାଥି ଖେଳାଳି ଯଶ ଫାଡତେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ଏସିଆନ୍‌ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି।...

ରୋହିତଙ୍କ ପାଇଁ ରେକର୍ଡ ଭାଙ୍ଗିବା ସୁଯୋଗ

ଲୌଡରହିଲ(ଆମେରିକା), ୨।୮(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଖେଳାଯିବ। ଏଥିରେ ଭାରତର ରନ୍‌ ମେସିନ ରୋହିତ ଶର୍ମାଙ୍କ...

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ...

ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଆଣ୍ଟିଗୁଆ,୨୨।୯: ପୂର୍ବତନ ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ଟି୧୦ ଲିଗ୍‌ରେ ଖେଳୁଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ବେଳେ ସେ...

ବିଜୟ ଦ୍ୱାରରେ ଭାରତ-ଏ

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ବିଜୟ ଦ୍ୱାରଦେଶରେ ପହଞ୍ଚତ୍ଛି।...

Advertisement
Archives

Model This Week