ଜେନେରେଟରରେ ଚାଲିଛି ହାଇଟେକ ଥାନା

କଳିଙ୍ଗନଗର,୨୩ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୦ବର୍ଷ ତଳେ ୨ଏକର ଜମିରେ ନିର୍ମିତ ହୋଇଥିଲା ଏକ ହାଇଟେକ ଥାନା। ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଥାନା ଯାଜପୁର ଜିଲାର ଏକମାତ୍ର ହାଇଟେକ ଥାନା ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଥାନାରେ ସେତେବେଳେ ଜଣେ ଇନ୍ସପେକ୍ଟର, ୬ଜଣ ସବଇନ୍ସପେକ୍ଟର, ୨ଜଣ ଏଏସ୍‌ଆଇ, ଜଣେ ହାବିଲଦାର ଓ ୯ଜଣ କନଷ୍ଟେବଳ କାର୍ଯ୍ୟ କରିବା ସହିତ ଏଠାରେ ୨ଜଣ ସେକ୍ସନ ଫୋର୍ସ ରହିବାର ପ୍ରସ୍ତାବ ରହିଥିଲା। ଶିଳ୍ପାଞ୍ଚଳର ୫ଟି କାରଖାନା ସମେତ ପ୍ରାୟ ୧୫ଟି ଗାଁର ଆଇନ୍‌ ଶୃଙ୍ଖଳା ରକ୍ଷା କରିବା ପାଇଁ ଏଠାରେ ଥାନା ସ୍ଥାପନ କରାଯାଇଥିଲା। ମାତ୍ର ବିଭାଗୀୟ ଅଣଦେଖା ପାଇଁ ହାଇଟେକ ଥାନା ଏବେ ଗୁରୁତ୍ୱ ହରାଇଛି। ଥାନାକୁ ଯାତାୟାତ ପାଇଁ କୌଣସି ସ୍ଥାୟୀ ରାସ୍ତା ନ ଥିବାବେଳେ ଥାନା ସମ୍ମୁଖରେ ରେଳଲାଇନ ଯାଇଥିବାରୁ ଥାନା ଏକ ପ୍ରକାର ବନ୍ଦୀ ହୋଇ ରହିଛି। ପଛ ପାଖରେ ନୂତନଭାବେ ଏକ କମନ କରିଡର ନିର୍ମାଣ ହୋଇଛି, ମାତ୍ର ଏହା ସହିତ ଥାନା ରାସ୍ତା ସଂଯୋଗ ହୋଇନାହିଁ। ସମ୍ମୁଖରେ ମୁଖ୍ୟରାସ୍ତା ଥିବାବେଳେ ଏକ କି.ମି. ବୁଲାଣି ରାସ୍ତାରେ ଥାନା ଗାଡ଼ି ଯାତାୟାତ କରୁଛି। କେବଳ ସେତିକି ନୁହେଁ, ଗତ ୧୦ମାସ ହେଲା ଥାନା ଅନ୍ଧାରରେ ରହିଛି। ଆରମ୍ଭରୁ ଥାନାର ନିଜସ୍ବ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହୋଇ ନ ଥିବାବେଳେ ଥାନା ସଂଲଗ୍ନ ମୈଥାନ ଇସ୍ପାତ କାରଖାନାରୁ ଆବଶ୍ୟକ ବିଜୁଳି ଯୋଗାଇ ଦିଆଯାଉଥିଲା। ବର୍ଷକ ତଳୁ ମୈଥାନ କାରଖାନା ବନ୍ଦ ହେବା ପରେ ଥାନାକୁ ରହିଥିବା ବିଦ୍ୟୁତ ଯୋଗାଣ ସ୍ବାଭାବିକଭାବେ ବନ୍ଦ ହୋଇ ଯାଇଥିଲା। ଦୀର୍ଘ ମାସ ତଳୁ ଏହି ଥାନା ଅନ୍ଧାରରେ ରହିିଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର କରାଯାଇ ନାହିଁ। ଦିନତମାମ ବିନା ବିଜୁଳି ଆଲୁଅରେ ଥାନା କାମ ଚାଲୁଥିବାବେଳେ ରାତିରେ ଜେନେରେଟର ମାଧ୍ୟମରେ କାମଚଳା ବିଦ୍ୟୁତ ବ୍ୟବସ୍ଥା କରାଯାଉଛି। ଥାନା ପାଇଁ ବିଜୁଳି ବ୍ୟବସ୍ଥା ଜରୁରୀ ହୋଇଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପକ୍ଷରେ ଥାନାର ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଉପେକ୍ଷିତ ହୋଇଛି। ଆବଶ୍ୟକ ମୁତାବକ ଏହି ଥାନାରେ କର୍ମଚାରୀ ନ ଥିବା ଜଣାପଡିଛି। ମାତ୍ର ଜଣେ ସବଇନ୍ସପେକ୍ଟର, ଜଣେ ଏଏସଆଇ ଏବଂ ୯ଜଣ କନେଷ୍ଟବଳ, ଜଣେ ହାବିଲଦାର, ଜଣେ ହୋମଗାର୍ଡଙ୍କୁ ନେଇ ଥାନା କାର୍ଯ୍ୟ ଚାଲିଛି। ଥାନା ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ଲୋକ ସମ୍ବଳ ଅଭାବ ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଏହା ବ୍ୟତୀତ ଥାନାକୁ ପ୍ରଥମେ ଆସୁଥିବା ଲୋକ ଥାନାର ନାମକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବା ଦେଖିବାକୁ ମିଳିଛି। କାରଣ, ଥାନା ସମ୍ମୁଖ କାନ୍ଥ ଫଳକରେ ଥାନାର ନାମ କଳିଙ୍ଗନଗର ଥାନା-୨ ଲେଖା ହୋଇଥିବାବେଳେ ଭିତରେ ଏହାର ନାମ ଯଖପୁରା ଥାନା ଲେଖା ହୋଇଛି। ଗୃହ ବିଭାଗ ଯଖପୁରା ଥାନାର ଦୁରାବସ୍ଥା ପ୍ରତି ଦୃଷ୍ଟି ଦେବା ସହିତ ଏହାର ସମାଧାନ ପାଇଁ ଜରୁରୀ ପଦକ୍ଷପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri