Posted inଜାତୀୟ

ରାଷ୍ଟ୍ରପତିଙ୍କ ଶୋକବ୍ୟକ୍ତ: ଜେଟଲୀଙ୍କ ସ୍ତ୍ରୀ, ପୁଅଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଥିବା ବେଳେ ତାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ସମସ୍ତ ପରିବାର ସଦସ୍ୟ। ଏହି ଖବର ଶୁଣିବା ପରେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଟଲୀଙ୍କ ସ୍ତ୍ରୀ ସଙ୍ଗିତା ଜେଟଲୀ ଓ ପୁଅ ରୋହନଙ୍କ ସହ କଥା ହୋଇ ଶୋକ ପ୍ରକାଶ କରିଛନ୍ତି। ମୋଦି ତାଙ୍କର ଜଣେ ଭଲ ବନ୍ଧୁଙ୍କୁ ହରାଇଲେ ବୋଲି କହିଛନ୍ତି। ହେଲେ ମୋଦି ତାଙ୍କ ବିଦେଶ ଗସ୍ତ ବାତିଲ ନ କରନ୍ତୁ ବୋଲି ଜେଟଲୀଙ୍କ ସ୍ତ୍ରୀ ଓ ପୁଅ ତାଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଜେଟଲୀଙ୍କ ବିୟୋଗରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ହାଇଦ୍ରାବାଦ ଗସ୍ତ ଅଧାରୁ ଦିଲ୍ଲୀ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁନେତା ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବାବୁଙ୍କୁ ସିଭିସି ଛାଟ: ୩୦ ନଭେମ୍ବର ସୁଦ୍ଧା ଦେବାକୁ ହେବ ସମ୍ପତ୍ତି ତାଲିକା, ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫।୧୧: ସେଣ୍ଟ୍ରାଲ ଭିଜିଲାନ୍ସ୍‌ କମିଶନ(ସିଭିସି) ପକ୍ଷରୁ ସରକାରୀ ବାବୁମାନଙ୍କୁ ତାଗିଦ୍‌ କରାଯାଇଛି। ନଭେମ୍ବର ୩୦ ସୁଦ୍ଧା ସମସ୍ତ ସରକାରୀ ଅଫିସରଙ୍କୁ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ...

ପରିସିମନ୍‌ କମିଶନ ବିରୋଧରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରରେ ବିଧାନସଭା ଆସନ ସଂଖ୍ୟାକୁ ୮୩ ରୁ ୯୦ କୁ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୪ ଆସନ...

୧୬ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ-ରାଣେ

ନୂଆଦିଲ୍ଲୀ,୧୦।୧୦: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ଶନିବାର ଏକ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ପରସ୍ପରର ତୀବ୍ର ବିରୋଧୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ କେନ୍ଦ୍ରମନ୍ତ୍ରୀ...

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର...

ଦୋଷୀ ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବାକୁ ପ୍ରସ୍ତୁତ କି? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୧୧: ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ସୁପ୍ରିମକୋର୍ଟ ସିଧାସଳଖ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ...

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ,...

କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ...

୫ ବର୍ଷରେ ପାଞ୍ଚ କୋଟି ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର : ଗଡକରି

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗ୍ରାମୀଣ ଶିଳ୍ପଗୁଡିକ ବାର୍ଷିକ ୮୦,୦୦୦...

Advertisement
Archives

Model This Week