ଜେଏସ୍‌ପିଏଲ ପାଳିଲା ଇଞ୍ଜିନିୟର୍ସ ଦିବସ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜେଏସ୍‌ପିଏଲ ପରିସରରେ ରବିବାର ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଭାରତ ରତ୍ନ ତଥା ପ୍ରଖ୍ୟାତ ଇଞ୍ଜିନିୟର ଡଃ. ଏମ୍‌. ବିଶ୍ୱେସ୍ବରାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସ ପାଳନ କରାଯାଇଛି। ଜେଏସ୍‌ପିଏଲର ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ନିର୍ବାହୀ ନିର୍ଦ୍ଦେଶକ-ମେଣ୍ଟେନାନ୍ସ ସୁରେଶ କୁମାର, ଇସ୍ପାତ ନିର୍ମାଣ ମୁଖ୍ୟ ଦାମୋଦର ମିତ୍ତଲ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟଙ୍କ ସମେତ ବହୁ ସଂଖ୍ୟାରେ କର୍ମଚାରୀ ଯୋଗଦେଇ ବିଶ୍ୱେସ୍ବରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ମହାନ ବ୍ୟକ୍ତି ରାଷ୍ଟ୍ରର ଜଳ ସମ୍ପଦର ସୁବିନିଯୋଗ ପାଇଁ କରିଯାଇଥିବା ଡ୍ୟାମ ଯୋଗୁ କୃଷିର ଉନ୍ନତି ସହ ବନ୍ୟା ନିୟନ୍ତ୍ରଣ କରାଯାଇପାରୁଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜେଏସ୍‌ପିଏଲ ଅନୁଗୋଳର ଇଞ୍ଜିନିୟରମାନେ ଅଂଶଗ୍ରହଣ କରିଥିଲେ। ଜେଏସ୍‌ପିଏଲର ଅନ୍ୟତମ ବରିଷ୍ଠ ଅଧିକାରୀ ଦାମୋଦର ମିତ୍ତଲ ନିଜର ବ୍ୟକ୍ତିଗତ ଅନୁଭୂତି ତଥା ଇଞ୍ଜିନିୟର୍ସ ଦିବସର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଜେଏସ୍‌ପିଏଲର ୨୦୧୮-୧୯ ବର୍ଷର ‘ଏକଜିକ୍ୟୁଟିଭ ଅଫ୍‌ ଦି ଇୟର’ ଓ ଆନ୍ତରିକ ପ୍ରଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜେଏସ୍‌ପିଏଲ ମାନବ ସମ୍ବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ...

ଡିଜିପିଙ୍କୁ ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା

କଟକ ଅଫିସ, ୨୦।୭: ପୋଡ଼ି ହୋଇ ମୋ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଫରେଷ୍ଟ ଅଫିସ୍‌ ଆଗରେ ଆମ୍ବୁଲାନ୍ସକୁ ଘଣ୍ଟାଏ କାଳ ଅଟକାଯାଇଥିଲା। କିଛି...

ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ...

ଚିଲିକା: ୧୭ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗାଁ,୨୬।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଅଧୀନ ଚିଲିକାର ହାଟବରଡ଼ିଠାରୁ ନଈରୀ ମଧ୍ୟରେ ବେଆଇନ ଭାବେ ଗଢ଼ି ଉଠିଥିବା ୧୭ ହେକ୍ଟର ପରିବ୍ୟାପ୍ତ ଚିଙ୍ଗୁଡ଼ି ଘେରିକୁ ଗୁରୁବାର ପ୍ରଶାସନ...

ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ

କଟକ ଅଫିସ, ୨୯।୮: ସିୱେଜ୍‌ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ...

୨ ମୋଟରସାଇକେଲ ଲୁଟ୍‌, ଥାନାରେ ଅଭିଯୋଗ

ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍‌ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି...

ଜିଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳି

କେନ୍ଦ୍ରାପଡ଼ା ଅଫିସ,୧୩ା୩: କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦ ରବିବାର ନିର୍ବାଚନ ହୋଇଛି। ଏହି ପଦ ପାଇଁ ବିଜେଡିର ଗୀତାଞ୍ଜଳି ସେଠୀ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହୋଇଛନ୍ତି।...

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା...

Advertisement
Archives

Model This Week