ଜେଏସ୍‌ପିଏଲ୍‌ରେ ବିଶ୍ୱ ଗୁଣବତ୍ତା ଦିବସ: ନିରନ୍ତର ଉନ୍ନତି ପାଇଁ ଏକ ସୁଯୋଗ

ଅନୁଗୋଳ ଅଫିସ, ୧୫।୧୧-ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌) ପ୍ଲାଣ୍ଟ ପରିସରରେ ଗୁରୁବାର ବିଶ୍ୱ ଗୁଣବତ୍ତା ଦିବସ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ଦାମୋଦର ମିତ୍ତଲ, ମ୍ୟାନେଜମେଣ୍ଟ ପ୍ରତିନିଧି ଖିଲାବନ ଆର. ସାହୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ କହିଥିଲେ ଯେ, ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ନିରନ୍ତର ଉନ୍ନତି ଆଣିବା ପାଇଁ ବିଶ୍ୱ ଗୁଣବତ୍ତା ଦିବସ ଏକ ସୁଯୋଗ ଦେଇଥାଏ। ଆମର ଉପଲବ୍ଧତ୍ ଓ ପ୍ରତିବଦ୍ଧତାର ଠିକ୍‌ ମୂଲ୍ୟାଙ୍କନ ଦ୍ୱାରା କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଉନ୍ନତି ଲାଭ କରିପାରିବା ସେଥିପାଇଁ ପ୍ରୋତ୍ସାହନ ମିଳେ। ଇସ୍ପାତ ନିର୍ମାଣ ବିଭାଗ ମୁଖ୍ୟ ମିତ୍ତଲ ଯୁବ ଇଞ୍ଜିନିୟରମାନଙ୍କୁ ଗୁଣବତ୍ତା ସମ୍ପନ୍ନ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ବହୁ ସଂଖ୍ୟାରେ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶତାଧିକ କର୍ମଚାରୀ ଗୁଣବତ୍ତା ସମ୍ବନ୍ଧୀୟ ନିଜ ନିଜର ବିଚାର ତଥା ଉତ୍ପାଦ ପ୍ରଦର୍ଶିତ କରିଥିଲେ। କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ, ଲୋଗୋ ଓ ପୋଷ୍ଟର ଡିଜାଇନ୍‌, ସ୍ଲୋଗାନ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ ସହ ସଫଳ ପ୍ରତିଭାଗୀଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୂରତା ଅବଲମ୍ବନ କରିବାକୁ ଶିଖାଇଲା ପୋଲିସ

ଆରଡି, ୨୬। ୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡିରେ ଥିବା ଏକ ଘରୋଇ ବ୍ୟାଙ୍କରେ ଗ୍ରାହକମାନେ ଧାଡ଼ିରେ ଛିଡ଼ାହୋଇ ଦୂରତା ଅବଲମ୍ବନ କରିବାକୁ ଆରଡି ଫାଣ୍ଡି...

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ପିସିସି

ମାର୍ଶାଘାଇ,୮।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ଶନିବାର ମାଣିକପୁର ଗ୍ରାମରେ ପ୍ରଦେଶ...

ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ମଦନପୁର ରାସ୍ତା ମରଣଯନ୍ତା

ପଟ୍ଟାମୁଣ୍ଡାଇ, ୩୧ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ହେଉଛି। କିନ୍ତୁ...

ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ

ନୟାଗଡ଼ ଅଫିସ,୧୦ା୧୦: ନବନିର୍ମାଣ କୃଷକ ସଙ୍ଗଠନର ନୟାଗଡ଼ ଜିଲାସ୍ତରୀୟ ସମାବେଶ ବୁଧବାର ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ...

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ...

ଦାଦନ ଶ୍ରମିକଙ୍କୁ ବନ୍ଦକ ପକାଇ ଗିରଫ ହେଲେ ସର୍ଦ୍ଦାର

କୋକସରା,୨୦।୩: କଳାହାଣ୍ଡି ଜିଲା କୋକସରା ଏବଂ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ନେଇଯାଇଥିଲେ...

କୋଇଲା ବୋଝେଇ ଟ୍ରେନ୍‌ରୁ ବାହାରିଲା ଅଜଣା ମୃତଦେହ: ପୋଲିସର ତଦନ୍ତ ଜାରି

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ଶନିବାର ସକାଳେ ଅନୁଗୋଳ ଜିଲା ତାଳଚେର କୋଇଲା ଖଣିରୁ ନାଲ୍‌କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଅଜଣା ମୃତହେହ ଦେଖିବାକୁ...

ଧୈର୍ଯ୍ୟ ରଖ, ଜୀବନକୁ ଭଲପାଅ

ଢେଙ୍କାନାଳ ଅଫିସ,୨୯ା୨ – ଢେଙ୍କାନାଳ ସିନର୍ଜୀ ଇଞ୍ଜିନିୟରିଂ କଲେଜର ବାର୍ଷିକ ସାଂସ୍କୃତିକ ଉତ୍ସବ ସିନଫେଷ୍ଟ-୨୦୨୦ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନ ପରିସରରେ ଆୟୋଜିତ ଏହି...

Advertisement
Archives

Model This Week