ଜେଏନ୍‌ୟୁ ଛାତ୍ର ଆନ୍ଦୋଳନକୁ ଦମନ

ବିଚିତ୍ର ବିଶ୍ୱାଳ
ଗଣତନ୍ତ୍ରରେ ବିରୋଧୀ ମତକୁ ଚାପି ଦିଆଯିବା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ଏହା ଧୀରେ ଧୀରେ ଆମ ଦେଶକୁ ସ୍ବେଚ୍ଛାଚାରିତା ଦିଗରେ ଆଗେଇ ନେବ। ସମ୍ପ୍ରତି ଆମ ଦେଶରେ ଠିକ୍‌ ଏଇଆ ହଁି ହେଉଛି। ବିରୋଧୀ ମତବାଦକୁ ବୌଦ୍ଧିକତା ଦୃଷ୍ଟିରୁ ପରିପକ୍ୱ କରିବାରେ ଆମ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଜେଏନ୍‌ୟୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଜେଏନ୍‌ୟୁର ଛାତ୍ର ଓ ଅଧ୍ୟାପକମାନେ ବିଭିନ୍ନ ବାଟରେ ବିରୋଧୀ ପକ୍ଷଙ୍କୁ ବୌଦ୍ଧିକ ମାଲ୍‌ମସଲା ପ୍ରଦାନ କରିଆସୁଛନ୍ତି, ଯାହା ପ୍ରକାରାନ୍ତରେ ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ମନମୋହନ ସିଂହଙ୍କ ସରକାର ହେଉ କି ବର୍ତ୍ତମାନର ମୋଦିଙ୍କ ସମୟ, ଜେଏନ୍‌ୟୁ ହଁି ସବୁବେଳେ ମୁଖ୍ୟ ବିରୋଧୀର ଭୂମିକା ପାଳନ କରିଆସିଛି। କିନ୍ତୁ ଜେଏନ୍‌ୟୁର ସାମ୍ପ୍ରତିକ ଛାତ୍ର ଆନ୍ଦୋଳନକୁ ଯେପରି ଭାବେ ଦମନ କରାଯାଉଛି ତାହା ଗଣତନ୍ତ୍ର ପ୍ରତି କୁଠାରାଘାତ।
ଜେଏନ୍‌ୟୁର ଛାତ୍ର ଆନ୍ଦୋଳନ ସମୟରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗୋଷ୍ଠୀ ଲାଗିପଡ଼ି ଜେଏନ୍‌ୟୁକୁ ବଦନାମ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଜେଏନ୍‌ୟୁର ଛାତ୍ରମାନେ ଉଚ୍ଛୃଙ୍ଖଳିତ, ସେଠାରେ କଣ୍ଡୋମ୍‌ ମିଳୁଛି, ଛାତ୍ରମାନେ ମଦ୍ୟପାନ କରି ଅଶ୍ଳୀଳ ଆଚରଣ କରୁଛନ୍ତି ଆଦି ପ୍ରଚାର କରାଯାଉଛି ଓ ସମ୍ପୂର୍ଣ୍ଣ ଜେଏନ୍‌ୟୁକୁ ଦେଶବିରୋଧୀ ବୋଲି ମଧ୍ୟ ପ୍ରଚାର କରାଯାଉଛି। ଦେଶର ଗୋଟିଏ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ଏପରି ବଦନାମ କରିବା ପ୍ରାୟତଃ ପ୍ରଥମ ଥର ଦେଖାଯାଉଛି। ଦୁଇଚାରି ଜଣ ଛାତ୍ରଙ୍କର କିଛି ଖରାପ କାମ ଯୋଗୁ ସମ୍ପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ବଦନାମ କରିବା କେତେଦୂର ପ୍ରାସଙ୍ଗିକ! ଏହା ପଛରେ ଥିବା କାରଣ ପ୍ରାୟତଃ ସମସ୍ତେ ଜାଣନ୍ତି। ଗତ କିଛିବର୍ଷ ଧରି ଜେଏନ୍‌ୟୁର ଛାତ୍ରସଂଘ ନିର୍ବାଚନରେ ନିୟମିତ ଭାବେ ବାମପନ୍ଥୀ ବିଚାରଧାରାର ଛାତ୍ରମାନେ ଜିତୁଛନ୍ତି ଓ ଭାଜପା ସମର୍ଥିତ ଛାତ୍ରଗୋଷ୍ଠୀ ଆପ୍ରାଣ ଉଦ୍ୟମ କଲେ ମଧ୍ୟ ବିଜୟୀ ହୋଇ ପାରୁନାହାନ୍ତି। ସେହି ବାମପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟ ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ସମାଲୋଚନା କରିଆସୁଛନ୍ତି। ଏହା ହଁି ଜେଏନ୍‌ୟୁ ଦମନ ପଛରେ ଥିବା କାରଣଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଜେଏନ୍‌ୟୁରେ ହଷ୍ଟେଲ୍‌ ଫି ମାତ୍ରାଧିକ ବୃଦ୍ଧି, ଲାଇବ୍ରେରିରେ ପଢ଼ିବା ସମୟ ସଂକୁଚିତ ଓ ଅନ୍ୟାନ୍ୟ କଟକଣା ଆଦି ବିରୋଧରେ ଛାତ୍ରମାନେ ଦୀର୍ଘ ପନ୍ଦର ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି। ସରକାର ପୋଲିସ ଲଗେଇ ଛାତ୍ରମାନଙ୍କୁ ଲହୁଲୁହାଣ କରି ଆନ୍ଦୋଳନକୁ ଦମନ କରିବାକୁ ବୃଥା ପ୍ରୟାସ କରୁଛନ୍ତି। ବର୍ତ୍ତମାନ ସରକାର ଶିକ୍ଷାକୁ ଏକ ବ୍ୟବସାୟ ରାସ୍ତାରେ ନେବାକୁ ଚେଷ୍ଟା କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ସବ୍‌ସିଡିକୁ କମ୍‌ କରିବାକୁ ଚାହଁୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଜେଏନ୍‌ୟୁରେ ପଢ଼ୁଥିବା ସମୁଦାୟ ଛାତ୍ରଙ୍କ ମଧ୍ୟରୁ ୪୦ ପ୍ରତିଶତ ନିମ୍ନ ଆର୍ଥିକ ବର୍ଗରୁ ଆସିଥାନ୍ତି। ଅର୍ଥାତ୍‌ ସେହି ପରିବାରର ମାସିକ ରୋଜଗାର ୧୨ହଜାର ଟଙ୍କାରୁ କମ୍‌। ଯଦି ଜେଏନ୍‌ୟୁରେ ମାତ୍ରାଧିକ ଫି ବୃଦ୍ଧି କରିଦିଆଯାଏ, ତେବେ ନିମ୍ନବର୍ଗର ପିଲାମାନେ ଜେଏନ୍‌ୟୁ ପରି ବିଶ୍ୱବିଦ୍ୟାୟରେ ଉଚ୍ଚମାନର ଶିକ୍ଷା ଲାଭରୁ ବଞ୍ଚତ୍ତ ହେବେ। ଏପରି କରି ସରକାର କ’ଣ ଶିକ୍ଷାକୁ କେବଳ ଧନୀ ଲୋକଙ୍କର ବିଷୟ କରି ରଖିବାକୁ ଚାହଁୁଛନ୍ତି କି? ଜେଏନ୍‌ୟୁ ଛାତ୍ରମାନଙ୍କର ଏହି ଆନ୍ଦୋଳନ ସମୟରେ କିଛି ଲୋକ ଏ କଥା ବି କହୁଛନ୍ତି ଯେ, ଦିଲ୍ଲୀ ପରି ଏକ ଜାଗାରେ ଜେଏନ୍‌ୟୁର ହଷ୍ଟେଲ ଫି ଏବେ ଯେତିକି ବି ରହିଛି, ତାହା ବଜାର ତୁଳନାରେ ଅତ୍ୟନ୍ତ କମ୍‌। ତେଣୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଫି ବୃଦ୍ଧି କରିବାଟା ସ୍ବାଗତଯୋଗ୍ୟ ପଦକ୍ଷେପ। ଏଠାରେ ମନେରଖିବା କଥା ଯେ, କେବଳ ଜେଏନ୍‌ୟୁକୁ ସରକାର ସବ୍‌ସିଡି ଦେଉନାହାନ୍ତି, ଆମ ଦେଶର ଆହୁରି ବଡ଼ବଡ଼ ଶିକ୍ଷାନୁଷ୍ଠାନକୁ ବି ସବ୍‌ସିଡି ପ୍ରଦାନ କରୁଛନ୍ତି। ଆଇଆଇଟି ଓ ଆଇଆଇଏମ୍‌ ଆଦିକୁ ବି ଜେଏନ୍‌ୟୁଠାରୁ ଅଧିକ ସବ୍‌ସିଡି ଦିଆଯାଉଛି। ଶିକ୍ଷାନୁଷ୍ଠାନକୁ ସବ୍‌ସିଡି ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ। କାରଣ ଦେଶର ଛାତ୍ରମାନଙ୍କ ପାଇଁ କମ୍‌ ଦାମ୍‌ରେ ଉଚ୍ଚମାନର ଶିକ୍ଷା ଉପଲବ୍‌ଧ କରେଇବା ହଁି ସରକାରଙ୍କ ସର୍ବପ୍ରଥମ କାମ ହେବା ଉଚିତ। ଗୋଟିଏ ପଟେ ଦେଶକୁ ୫ ଟ୍ରିଲିଅନ୍‌ ଅର୍ଥନୀତି କରିବେ ବୋଲି ଦାବି କରୁଥିବା ସରକାର ଶିକ୍ଷାନୁଷ୍ଠାନଗୁଡିକ ପାଇଁ କଞ୍ଜୁସ୍‌ ହେଉଛନ୍ତି କାହଁିକି? ଶିକ୍ଷାନୁଷ୍ଠାନଗୁଡ଼ିକର ସବ୍‌ସିଡି କାଟି ସରକାର ରୋଜଗାର କରିବାକୁ କାହଁିକି ଚାହଁୁଛନ୍ତି? ସରକାର ଯଦି ନିଜର ଖର୍ଚ୍ଚ କମ୍‌ କରିବାକୁ ଚାହଁୁଛନ୍ତି, ତେବେ ବିଧାୟକ ଓ ସାଂସଦଙ୍କୁ ଦିଆଯାଉଥିବା ସବ୍‌ସିଡି, ସଂସଦ ଭବନରେ ଯେପରି ସବ୍‌ସିଡି ମୂଲ୍ୟରେ ଖାଦ୍ୟ ଦିଆଯାଉଛି, ସେସବୁ କମ୍‌ କରନ୍ତୁ। ସେମାନଙ୍କୁ ଯେପରି ମାଗଣାରେ ରେଳ ଓ ଉଡାଜାହାଜ ଯାତ୍ରାର ସୁବିଧା ଦିଆଯାଉଛି, ସେସବୁ କମ୍‌ କରାଯାଉନି କାହଁିକି? ସରକାର କାହଁିକି ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ସବ୍‌ସିଡି ପଛରେ ପଡ଼ିଛନ୍ତି? ସରକାର କ’ଣ ଭାବୁଛନ୍ତି, ଦେଶର ପିଲାମାନେ ପାଠ ପଢ଼ିଲେ, ସେମାନଙ୍କୁ ପୁଣି ପ୍ରଶ୍ନ ପଚାରିବେ ଓ ଅଡ଼ୁଆ ହେବ! ସରକାର କ’ଣ କେବଳ ଭବିଷ୍ୟତରେ ମୂର୍ଖଙ୍କ ସେନା ତିଆରି କରିବାକୁ ଚାହଁୁଛନ୍ତି, ଯେଉଁମାନେ କେବଳ ଜିନ୍ଦାବାଦ୍‌ ପକେଇବେ।
ସବୁ ଶିକ୍ଷାନୁଷ୍ଠାନର ସବ୍‌ସିଡି କାଟିବା ଯୋଜନାରେ ସରକାର ଅଛନ୍ତି। ଏହା ଜେଏନ୍‌ୟୁରୁ ଆରମ୍ଭ ହୋଇଛି। ତେଣୁ ଜେଏନ୍‌ୟୁ ଛାତ୍ରମାନଙ୍କର ଲଢ଼େଇ କେବଳ ନିଜ ସୁବିଧା ପାଇଁ ନୁହେଁ, ଦେଶର ଶିକ୍ଷା ବ୍ୟବସ୍ଥାକୁ ବ୍ୟବସାୟିକ ଚିନ୍ତାଧାରାରୁ ମୁକ୍ତ ରଖିବାର ଲଢ଼େଇ। ଛାତ୍ରମାନଙ୍କର ଏହି ଆନ୍ଦୋଳନକୁ ତଳୁଆ ଦେଖେଇବା ପାଇଁ ଚତୁରତାର ସହିତ ଏହାକୁ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସହିତ ଯୋଡ଼ାଯାଉଛି। ପ୍ରଥମ କଥା ହେଉଛି, ପ୍ରତିମୂର୍ତ୍ତି ଆଦୌ ଭଙ୍ଗାଯାଇନି। ପ୍ରତିମୂର୍ତ୍ତିରେ କେହି ଜଣେ ଦୁର୍ବୃତ୍ତ ଖରାପ କଥା ଲେଖିଛି। ସେଥିପାଇଁ ଦୁର୍ବୃତ୍ତକୁ ଦଣ୍ଡ ଦିଆଯିବା କଥା ନା ଜେଏନ୍‌ୟୁର ଛାତ୍ର ଆନ୍ଦୋଳନକୁ ନିନ୍ଦା କରିବା କଥା! ଏତଦ୍‌ବ୍ୟତୀତ ଜେଏନ୍‌ୟୁ ବିଷୟରେ ଅନେକ ଉଦ୍ଦେଶ୍ୟମୂଳକ ମିଥ୍ୟା ଖବର ପ୍ରଚାର କରାଯାଉଛି, ଯାହା ଆଦୌ ସତ୍ୟ ନୁହେଁ। ଯେମିତିକି ଜେଏନ୍‌ୟୁରେ ଦଶ ଟଙ୍କାରେ ହଷ୍ଟେଲ୍‌ ବେଡ୍‌ ମିଳୁଛି। ଜେଏନ୍‌ୟୁ ହଷ୍ଟେଲ୍‌ରେ ରହୁଥିବା ଜଣେ ଛାତ୍ରର ବାର୍ଷିକ ଫି ୨୭ ହଜାରରୁ ୩୨ ହଜାର ଟଙ୍କା ମଧ୍ୟରେ। ବର୍ଦ୍ଧିତ ଦେୟ ଲାଗୁହେଲେ ଏହା ପ୍ରାୟ ୫୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ସତଠାରୁ ଦୂରକୁ ଯାଇ କିଛି ଲୋକ ଜେଏନ୍‌ୟୁକୁ ଲାଗିପଡ଼ି ବଦ୍‌ନାମ କରିବାକୁ ଚାହଁୁଛନ୍ତି। କାରଣ ଜେଏନ୍‌ୟୁ ଯୁଗେ ଯୁଗେ ବିରୋଧୀ ମତକୁ ବୌଦ୍ଧିକତା ପ୍ରଦାନ କରିଆସୁଛି, ଯାହା ସରକାର ଚାହାନ୍ତି ନାହଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri