Posted inଜାତୀୟ

ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ, (ପି.ଟି.)/ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚତ୍ବାରେ ବିଳମ୍ବ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ୫ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୬ରେ କେରଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ବୁଧବାର ସୂଚନା ଦେଇଛି। ଏଥିରେ ୪ ଦିନ କମ୍‌ ବେଶୀ ହୋଇପାରେ ବୋଲି କୁହାଯାଇଛି।
ମେ ୧୮-୧୯ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ସାଗରର ଦକ୍ଷିଣ ଭାଗ, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବା ଲାଗି ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ମୌସୁମୀ ଆଗମନରେ ବିଳମ୍ବ ହେବ ବୋଲି ମଙ୍ଗଳବାର ଘରୋଇ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଥିଲା। ଏହା ଜୁନ୍‌ ୪ରେ କେରଳ ଉପକୂଳ ଛୁଇଁବ ବୋଲି ସ୍କାଏମେଟ୍‌ କହିଥିଲା। ଯଦି ଚଳିତ ବର୍ଷ ମୌସୁମୀ ବିଳମ୍ବରେ ପହଞ୍ଚେ ତେବେ ୨୦୧୪ରୁ ଏହା ତୃତୀୟ ଘଟଣା ହେବ। ୨୦୧୪ରେ ମୌସୁମୀ ଜୁନ୍‌ ୫ରେ ପହଞ୍ଚତ୍ଥିଲା। ଏହା ପରେ ୨୦୧୫ରେ ଜୁନ୍‌ ୬ ଏବଂ ୨୦୧୬ରେ ଜୁନ୍‌ ୬ରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା।

ମୌସୁମୀ ବିଳମ୍ବରେ ପହଞ୍ଚତ୍ବା ଅର୍ଥ ନୁହେଁ ଯେ ଏହା ମୋଟାମୋଟି ବୃଷ୍ଟିପାତ ଉପରେ ପ୍ରଭାବ ପକାଇବ। ଗତବର୍ଷ ମୌସୁମୀ ସ୍ବାଭାବିକ୍‌ ଠାରୁ ୩ ଦିନ ପୂର୍ବରୁ ଅର୍ଥାତ ମେ ୨୯ରେ କେରଳ ଛୁଇଁଥିଲା। ଏହା ସତ୍ତ୍ୱେ ସ୍ବାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଥିଲା। ସେହିପରି ୨୦୧୭ରେ ମୌସୁମୀ ମେ ୩୦ରେ ପହଞ୍ଚତ୍ଥିଲେ ମଧ୍ୟ ହାରାହାରି ବୃଷ୍ଟିପାତ ୯୫ ପ୍ରତିଶତ ଥିଲା, ଯାହାକି ସ୍ବାଭାବିକ୍‌ଠାରୁ କମ୍‌। ଚଳିତ ବର୍ଷ ପାଖାପାଖି ସ୍ବାଭାବିକ ବୃଷ୍ଟିପାତ ହେବ ବୋଲି ଗତ ଏପ୍ରିଲରେ ଆଇଏମ୍‌ଡି ଆକଳନ କରିଥିଲା। ଅନ୍ୟପକ୍ଷରେ ଚଳିତ ବର୍ଷ ସ୍ବାଭାବିକ୍‌ଠାରୁ କମ୍‌ ଅର୍ଥାତ ୯୩ ପ୍ରତିଶତ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍‌ ପୂର୍ବରୁ କହିଛି।
ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୧୫ କିମ୍ବା ୧୮ ତାରିଖରେ ରାଜ୍ୟରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୌସୁମୀ ବିଳମ୍ବ ହେବା ସହିତ ରାଜ୍ୟରେ ମଧ୍ୟ ସ୍ବାଭାବିକଠାରୁ ସାମାନ୍ୟ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏଥିଯୋଗୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହେବା ଆଶଙ୍କା ରହିଛି। ରଜ ଅର୍ଥାତ ଜୁନ ୧୪ ପୂର୍ବରୁ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ପରେ ଧାନ ବୁଣା ଯାଇଥାଏ। ମୌସୁମୀ ଆସିବାରେ ବିଳମ୍ବ ହେଲେ ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ବାଧା ପ୍ରାପ୍ତ ହେବ। ବରଗଡ, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନୟାଗଡ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ସମ୍ବଲପୁର ଆଦି ଜିଲାରେ ସ୍ବଳ୍ପ ବୃଷ୍ଟି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ସବୁକିଛି ମୌସୁମୀର ଆଗମନ ଉପରେ ହିଁ ନିର୍ଭର କରୁଛି।
୨୦୧୮ରେ ମୌସୁମୀ ସଅଳ ଅର୍ଥାତ ଜୁନ ୮ ତାରିଖରେ ଓଡିଶାକୁ ପ୍ରବେଶ କରିଥିଲା। ସପ୍ତାହକ ମଧ୍ୟରେ ରାଜ୍ୟର ୬୦ ପ୍ରତିଶତ ଅଂଶକୁ ଛୁଇଁ ପାରିଥିଲା। ଜୁନ ୧୨ରୁ ୨୧ ତାରିଖ ଯାଏ ମୌସୁମୀ ଦୁର୍ବଳ ରହିଥିଲା। ଧାନ ଚାଷ ଉପରେ ଏହାର ପ୍ରଭାବ ପଡିଥିଲା। ପରେ ବର୍ଷା ସ୍ବାଭାବିକ ସ୍ତରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri