Posted inଖେଳ

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ ୬ଟି ପଦକ ହାସଲ କରିଛି। ଫଳରେ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତର ମୋଟ ପଦକ ସଂଖ୍ୟା ୪ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହ ୧୧ରେ ପହଞ୍ଚତ୍ଛି। ରବିବାର ଅନୁଷ୍ଠିତ ପୁରୁଷ ୫୦ ମିଟର ପିସ୍ତଲରେ ଭାରତର ଗୌରବ ରାଣା ଏବଂ ଅର୍ଜୁନ ସିଂ ଚିମା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ। ରାଣା ୬୦ ଶଟ୍‌ପରେ ୫୫୩ ସ୍କୋର କରିଥିବାବେଳେ ଚିମା ୫୫୧ ସହ ଦ୍ୱିତୀୟ ହୋଇଥିଲେ। ଏହି ଦୁଇଜଣ ବିଜୟବୀର ସିଦ୍ଧୁ (୫୪୭)ଙ୍କ ସହିତ ମୋଟ ୧୬୫୧ ସ୍କୋର କରି ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବେଲାରୁଷ ଦଳକୁ ରୌପ୍ୟ ପଦକ ମିଳିଥିଲା। ପ୍ରତିଯୋଗିତାରେ ବିଜୟବୀରଙ୍କର ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ଶନିବାର ପ୍ରଥମ ଦିବସରେ ସେ ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ମହିଳା ୫୦ ମିଟର ପିସ୍ତଲ ଇଭେଣ୍ଟରେ ପ୍ରିୟା ରାଘବନ ୫୩୫ ସ୍କୋର କରିବା ସହ ରୌପ୍ୟ ପଦକ ହାସଲ କରିଥିବାବେଳେ ବିଭୂତି ଭାଟିଆ ୫୩୧ ପଏଣ୍ଟ ସହ ବ୍ରୋଞ୍ଜ ପାଇଥିଲେ। ଏହି ଦୁଇଜଣ ଆହୁରି ମଧ୍ୟ ହର୍ଷଦା ନିଥାଭେ (୪୯୧)ଙ୍କ ସହ ମୋଟ ୧୫୫୭ ସ୍କୋର କରି ଟିମ୍‌ ରୌପ୍ୟ ଜିତିଥିଲେ। ଇଭେଣ୍ଟରେ ରୁଷିଆ ସ୍ବର୍ଣ୍ଣ ପଦକ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି...

‘ଆର୍‌ସିବି ଆଇପିଏଲ୍‌ ଚାମ୍ପିଅନ୍‌ ନ ହେବା ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’

ମୁମ୍ବାଇ,୧୩।୪: ଆଇପିଏଲ୍‌ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ଥରେ ବି ଟାଇଟଲ ଜିତିପାରି ନାହିଁ। ଆଇପିଏଲ ୨୦୨୨ର ପ୍ରାରମ୍ଭରେ ଆରସିବିର ଭଲ ପ୍ରଦର୍ଶନ ରହିଛି।...

‘କୋହଲି ଆଇପିଏଲ୍‌ରୁ ଓହରି ଯିବା ଉଚିତ୍‌’

ମୁମ୍ବାଇ,୨୭।୪: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। କୋହଲି ୯ଟି ମ୍ୟାଚ୍‌ରେ ହାରାହାରି ୧୬ରେ...

ସୟଦ ମୋଦି ଇଣ୍ଟରନ୍ୟାଶନାଲ: ସୌରଭ ରନର୍ସଅପ୍‌

ଲକ୍ଷ୍ନୌ, ୨।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସରେ ଭାରତର ସୌରଭ ବର୍ମା ରନର୍ସଅପ୍‌ ହୋଇଛନ୍ତି। ସେମିଫାଇନାଲ ପର୍ଯ୍ୟନ୍ତ ଦମ୍‌ଦାର...

ସଞ୍ଜୁ ସାମସନଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୦।୧: ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦଳରୁ ବିଦା କରିଛି। ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଆଗାମୀ ଆଇପିଏଲ...

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି...

ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା...

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ...

Advertisement
Archives

Model This Week