ଜୁନାଗଡ଼- ଭୁବନେଶର ଏକ୍ସପ୍ରେସ ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ:ଅନଶନରେ ବସିଲେ ଯୁବ ବିକାଶ ପରିଷଦ ସଦସ୍ୟ

ରାୟଗଡ଼ା ଅଫିସ ,୨୯।୯- ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରାଯାଇଛି ା ଏହାର ପ୍ରତିବାଦରେ ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ରାୟଗଡ଼ା ଷ୍ଟେଶନ ପରିସରରେ ରବିବାର ୧୨ ଘଣ୍ଟିଆ ଅନଶନ କରାଯାଇଛି ା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ନିଜ ରାଜନୈତିକ ଫାଇଦା ପାଇଁ ଏକ ଆଞ୍ଚଳିକ ବିଭାଜନ ଭଳି ହୀନ କାର୍ଯ୍ୟରେ ଲିପ୍ତ ରହୁଥିବା ଯୁବ ବିକାଶ ପକ୍ଷରୁ କୁହାଯାଇଛି ା ଏହି ଅନଶନକୁ ରାୟଗଡ଼ାବାସୀ ସମର୍ଥନ କରିଛନ୍ତି। ଆଗାମୀ ୨୦ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଜିଲାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ା
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେସିଙ୍ଗା ସିଟିଜେନ ଫୋରମଠାରୁ ଏକ ପତ୍ର ପାଇଥିଲେ ା ଉକ୍ତ ପତ୍ରକୁ ଆଧାର କରି ଜୁନାଗଡ଼-ଭୁବନେଶ୍ୱର ଏକ୍ସପ୍ରେସର ପଥ ପରିବର୍ତ୍ତନ କରି ଭାୟା କେସିଙ୍ଗା ,ଟିଟଲାଗଡ଼ ଓ ସମ୍ବଲପୁର ଦେଇ ଭୁବନେଶ୍ୱର ଯିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖିଥିଲେ ା ରାୟଗଡ଼ା ଜିଲାବାସୀଙ୍କୁ ଭୁବନେଶ୍ୱର ଗମନାଗମନ ସୁବିଧାରୁ ବଞ୍ଚିତ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଯୁବ ବିକାଶ ତରଫରୁ କୁହାଯାଇଛି ା ପୁଣି ଏହି ବିଷୟକୁ ଆଧାର କରି ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓ ଓ ଯୁବ ବିକାଶ ପରିଷଦ ପୂର୍ବରୁ ରେଳ ମନ୍ତ୍ରୀଙ୍କୁ ଦୁଇଟି ପତ୍ର ପ୍ରଦାନ କରିଥିଲେ। ବିକାଶ ପରିଷଦ ତରଫରୁ ରାୟଗଡ଼ା ଷ୍ଟେଷନ ମାଷ୍ଟର ପି.ସି ସେଠୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ା ଏହି ଅନଶନରେ ସଭାପତି ଶୀବାଜୀ ଦାସ, ଗୋପୀନାଥ ଗୌଡ଼, ଗୌର ଚନ୍ଦ୍ର ସାରକା, ଶିବ ପ୍ରସାଦ ପାଢ଼ୀ, ଦିବାକର ଗୈାଡ଼, ରାଜକିଶୋର ବିରୋ, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଆବାହକ ନୃସିଂହ ନାଥ ପାଢ଼ୀ , ବରିଷ୍ଠ ଆଇନଜୀବୀ କେଦାର ପଣ୍ଡା , ପ୍ରଭାକର ଦୋରା, ନାଗରିକ ମଞ୍ଚର ଅଜୟ ରଥ, ସାମ୍ବାଦିକ ସଂଘର ସଦସ୍ୟଙ୍କ ସମେତ ଜିଲାର ଶତାଧିକ ବୃଦ୍ଧିଜୀବୀ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କୁ ବିରୋଧ କଲେ କୋଭିଡ୍‌ ପାରାମେଡିକାଲ ଷ୍ଟାଫ୍‌

ବଲାଙ୍ଗୀର ଅଫିସ,୪ା୮: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ରାଜ୍ୟସ୍ତରୀୟ...

ଧାନ ଫସଲ ନଷ୍ଟ କରୁଛନ୍ତି ବାର୍‌ହା: ଜମିରେ ମଞ୍ଚା ବାନ୍ଧି ଜଗୁଛନ୍ତି ଚାଷୀ

ମହାକାଳପଡା,୧୩ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗହୀରମଥା ସଂଲଗ୍ନ ଗ୍ରାମଗୁଡିକରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାର୍‌ହା ପଲ ମୁହଁ ଅନ୍ଧାର ହେଲା ପରେ ଜମିରେ...

ପାଣିରେ ଭାସିଗଲା ଚାଷୀଙ୍କ ଆଶା

ଜଳେଶ୍ୱର, ୨୫ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀର କୂଳେ ଜଳେଶ୍ୱର ବ୍ଲକର ୧୪ଟି ପଞ୍ଚାୟତର ହଜାର ହଜାର ଚାଷୀ ଉପୁଜାଇଥିବା ପରିବା ଚାଷ ବନ୍ୟାପାଣିରେ ବୁଡି ନଷ୍ଟ ହୋଇଛି...

ଛାତ୍ରୀଙ୍କୁ ଅସଦାଚରଣ କରି କମ୍ପ୍ୟୁଟର ଶିକ୍ଷକ ଗିରଫ

ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳରେ ଜଣେ ବଳାତ୍କାର ପୀଡିତା ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଜନୈକା କଲେଜ ଛାତ୍ରୀଙ୍କୁ ଜଣେ...

ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଚିନ୍ତା: ସଫେଇ ହେଲା ବେଳାଭୂମି

ଗଞ୍ଜାମ/ଛତ୍ରପୁର,୧୬।୯(ବିଦ୍ୟାଧର ସାହୁ/ଦିଲୀପ ସାମଲ): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ଐତିହାସିକ ବଟେଶ୍ୱର ମନ୍ଦିର ନିକଟ ବଟେଶ୍ୱର ବେଳାଭୂମିରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ...

ବଢ଼ାଇଦେଲେ ବଜାର ଦର

ଅନୁଗୋଳ ଅଫିସ,୫ା୫ – ଲକ୍‌ଡାଉନ୍‌ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପୂର୍ବରୁ ଅନୁଗୋଳ ବଜାରରେ ଆଳୁ ଦର ଠିକ୍‌ଠାକ୍‌ ଥିଲା। ପରିବା ମୂଲ୍ୟ ମଧ୍ୟ ସେପରି...

ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.) ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା...

Advertisement
Archives

Model This Week