ଜୁଡ଼ାବାଲି ପଞ୍ଚାୟତରେ ମାଓବାଦୀ ପୋଷ୍ଟର: ଜେଏମ୍‌ଆଇ ଛାତ୍ରୀଛାତ୍ରଙ୍କୁ ଆକ୍ରମଣର ନିନ୍ଦା

ବାଲିଗୁଡା/କୋଟଗଡ,୧୯ା୧୨(ଡି.ଏନ୍‌.ଏ.)- ୮ ମାସର ନୀରବତା ପରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହା ପୂର୍ବରୁ ମଙ୍ଗଳବାର ରାତିରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ୫ନଂ ରାଜ୍ୟ ରାଜପଥର କୋଟଗଡ଼-ମୁନିଗୁଡା ରାସ୍ତା ଜୁଡାବାଲି ପଞ୍ଚାୟତର ଗେଟ୍‌ବାଲି ଛକ ନିକଟ ଏକ ତେନ୍ତୁଳି ଗଛରେ ମାଓବାଦୀମାନେ ଏକାଧିକ ମାଓ ପୋଷ୍ଟର ଓ ଲାଲ ବ୍ୟାନର ମାରିଥିବା ବୁଧବାର ସକାଳୁ ଦେଖିବାକୁ ମିଳିଥିଲା। ବାଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନାଲ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଉଲ୍ଲେଖ ରହିଛି। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ପୋଷ୍ଟରରେ ବିରୋଧ କରାଯାଇଛି। ଏହାସହ ଭାଜପା ଭୋଟବ୍ୟାଙ୍କ ପାଇଁ ନାଗରିକତ୍ୱ ସଂଶୋଧନ ଆଇନ ଆଣିଛି। ଏପରି ଘୃଣିତ ବିଭାଜନକାରୀ ଆଇନକୁ ବିରୋଧ କରିବାକୁ ପୋଷ୍ଟରରେ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ଲାଲ ବ୍ୟାନର ଅନ୍ୟ ଏକ ହାତଲେଖା ପୋଷ୍ଟରରେ ସରକାର, ସିଆରପିଏଫ, ପୋଲିସ ଓ ପୁଞ୍ଜିପତିଙ୍କୁ ଟାର୍ଗେଟ କରିବା ସହ ଗଣମାଧ୍ୟମକୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ୨ ଭାଇ ଗିରଫ

କ.ନୂଆଗାଁ ୨୨ା୯(ଡି.ଏନ୍‌.ଏ.): କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଶ୍ରୀ ଚୈତନ୍ୟ ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗରେ ସ୍ଥାନୀୟ ଥାନା ପୋଲିସ ୨ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ...

ସମସ୍ତ ଶିକ୍ଷକଙ୍କୁ ଦରମା ଦେବାକୁ ଚିଠି ଲେଖିଲେ ବିଧାୟକ

ଦାରିଙ୍ଗବାଡ଼ି,୩୦।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ ଆବଶ୍ୟକ ଠାରୁ କମ୍‌ କର୍ମଚାରୀଙ୍କୁ ନେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ହେଉଛି। କେତେଜଣ ଶିକ୍ଷକ ଲକ୍‌ଡାଉନ ଯୋଗୁ ବିଦ୍ୟାଳୟ...

ସାମାଜିକ ଦୂରତ୍ୱ ରହୁନି: ଅର୍ନିଦ୍ଦିଷ୍ଟ କାଳ ପାଇଁ ରାଇକିଆ ହାଟ ବନ୍ଦ

ରାଇକିଆ,୭।୬(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟ ସୋମବାର ବନ୍ଦ ରହିବ। ଏ ନେଇ ରବିବାର ପଞ୍ଚାୟତ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି। ପ୍ରକାଶ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ

ଫୁଲବାଣୀ ଅଫିସ, ୧୮ା୪- ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ଫୁଲବାଣୀ ଗସ୍ତରେ ଆସି କୋଭିଡ୍‌...

ବିଶୋଧନ ହେଲା ଖଜୁରିପଡା ବ୍ଲକ କାର୍ଯ୍ୟାଳୟ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣମଣକୁ ଆଖିଆଗରେ ରଖି ଖଜୁରିପଡା ବ୍ଲକ କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯାଇଛି। ବିଡିଓ ରବୀନ୍ଦ୍ର ନାଥ କହଁରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ବିଭାଗ...

ମହୁଲପଡ଼ା-ରଏନପଡ଼ା ଯୋର ପୁଲିଆ କାମ୍‌: ୮ ବଛର ହେଲା ଦରଖଁଡ଼ିଆ ହେଇ ପଡ଼ିଛେ

  କେସିଙ୍ଗା, ୭।୩ (ଡି.ଏନ.ଏ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପରଲସିଙ୍ଗା ପଁଚେତ୍‌ ମହୁଲପଡ଼ାରୁ ରଏନପଡ଼ା ମଝିରେ ଗୁଟେ ଯୋର ରହିଛେ। ଯେନ୍‌ଥିରଲାଗି ଗଁାବାସୀ...

ପାଣି ପାଇଁ ରାଜପଥରେ ହାତୀପଲ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୪(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ...

ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ...

Advertisement
Archives

Model This Week