Posted inଫୁରସତ

ଜୁଏଲେରି ଡିଜାଇନରଙ୍କ ସୁନାର ଆଉଟ୍‌ଫିଟ୍‌

ମୁମ୍ବାଇ: ନୀତା ମୁକେଶ ଅମ୍ବାନୀ କଲ୍ଚର ସେଣ୍ଟରର ଗାଲା ଇଭେଣ୍ଟ ୩ ଦିନ ଧରି ଚାଲୁଥିବାବେଳେ ତାହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। ଇଭେଣ୍ଟରେ ଅନେକ ବଲିଉଡ୍‌, ହଲିଉଡ୍‌ ଓ କଲ୍ଚରାଲ ଆର୍ଟିଷ୍ଟ ସାମିଲ ହୋଇଥିଲେ। ସମସ୍ତେ ସମସ୍ତଙ୍କଠାରୁ ଭଳିକି ଭଳି ସୁନ୍ଦର ଡିଜାଇନ୍‌ର ଆଉଟଫିଟ୍‌ ପିନ୍ଧିଥିଲେ। ସେହି ଇଭେଣ୍ଟରେ ଫେମସ ଜୁଏଲେରି ଡିଜାଇନର ସୁହାନୀ ପାରେଖ ମଧ୍ୟ ପହଞ୍ଚିଥିଲେ। ତାଙ୍କର ଲୁକ୍‌ ସମସ୍ତଙ୍କଠାରୁ ଟିକେ ଭିନ୍ନ ଥିଲା। ସେ ତାଙ୍କ ଆଉଟ୍‌ଫିଟ୍‌କୁ ନିଜେ ଡିଜାଇନ କରିଥିଲେ। ଯାହା ତାଙ୍କୁ ସବୁଠୁ ନିଆରା ଲୁକ୍‌ ଦେଉଥିଲା। ସେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ସେଥିପାଇଁ ସେ ତାଙ୍କ ଆଉଟ୍‌ଫିଟ୍‌କୁ ନୂଆ ରୂପ ଦେଇଥିଲେ। ସେ ଜଣେ ଡୁଏଲେରି ଡିଜାଇନର ହୋଇଥିବାରୁ ସବୁବେଳେ ଅଳଙ୍କାର ଦ୍ୱାରା ନିଜକୁ ସଜେଇଥାନ୍ତି। ସେ ଇଭେଣ୍ଟରେ ୨୪ କ୍ୟାରେଟ ସୁନାରେ ନିର୍ମିତ ଏକ ବ୍ରାଉଜ୍‌ ତାଙ୍କ ବେବିବମ୍ପକୁ ଆଚ୍ଛାଦିତ କରିଥିଲେ। ଏହା ତାଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେଉଥିଲା। ତେବେ ବେଲି ଆର୍ମର ଏବଂ ବ୍ରା ଷ୍ଟାଇଲ ଟ୍ୟୁବ୍‌ ବ୍ଲାଉଜକୁ ସେ ବକଳା ରଙ୍ଗର ଶାଢ଼ି ସହ ପିନ୍ଧିଥିଲେ। ଏହା ବ୍ୟତୀତ ସେ ସୁନାର କାନ, ନେକପିସ୍‌ ଏବଂ ରିଂ ପିନ୍ଧିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri