ଜୁଆ ଆଡ୍ଡାରେ ଚଢ଼ାଉ, ୧୫ ଗିରଫ

ଦାରିଙ୍ଗବାଡ଼ି,୧୧।୧୦(ଡି.ଏନ୍‌.ଏ)- ଦାରିଙ୍ଗବାଡ଼ି ଥାନା ପୋଲିସ ବୁଧବାର ରାତିରେ ସିମନବାଡ଼ିର ଜହୋନପଲ୍ଲି ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୧୫,୨୦୦ ଟଙ୍କା ସହ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ନଂ.୧୦୨/୧୯ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସିମନବାଡ଼ି ଅଞ୍ଚଳରେ ଦଶହରା ପାଇଁ ବୁଧବାର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ପରିତ୍ୟକ୍ତ ଘରେ ଜୁଆଖେଳ ଚାଲିଥିବା ଖବରପାଇ ଆଇଆଇସି କୌଶିକ ମାଝିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ସେହିପରି ବ୍ରାହ୍ମଣୀଗାଁ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୧,୨୦୦ ଟଙ୍କା, ଗୋଟିଏ ବୋଲେରୋ, ଗୋଟିଏ କାର୍‌ ଓ ୩ଟି ବାଇକ ଜବତ ହୋଇଛି। ଜିଲା ବାହାରୁ ଆସି ଏମାନେ ବ୍ରାହ୍ମଣୀଗଁାରେ ଜୁଆ ଖେଳୁଥିବା ପୋଲିସ କହିଛି। ନଂ.୭୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଓଆଇସି ରଞ୍ଜିତ କୁମାର ମୁନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀଧରଙ୍କ ନିଷ୍ଠା ଆଣିଛି ସଫଳତା: ଶୋଷ ମେଣ୍ଟାଉଛି କାଠ ନଳକୂଅ ପାଣି

ରାଇସୁଆଁ, ୧।୧ (ଡି.ଏନ.ଏ.)-କଥାରେ ଅଛି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ଆଗରେ ସବୁ ବାଧାବିଘ୍ନ ହାର ମାନିଥାଏ। ଏହି ଘଟଣାକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି...

ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି

ମାଧପୁର,୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍‌ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି...

ଐତିହ୍ୟକୁ ଅବହେଳା

ଢେଙ୍କାନାଳ ଅଫିସ, ୧୪।୭ – ରାଜ୍ୟର ସମୃଦ୍ଧ ମନ୍ଦିର ପର୍ଯ୍ୟଟନ (ଟେମ୍ପଲ ଟୁରିଜମ୍‌)କୁ ନେଇ ରହିଛି ଅନେକ ସମ୍ଭାବନା। କୋଭିଡ୍‌ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ...

ଜମି ଦେଇ ପଟ୍ଟା କଥା ଭୁଲିଗଲା ସିଡିଏ; ଚିନ୍ତାରେ ଅଭିନବ ବିଡ଼ାନାସୀବାସୀ

କଟକ ଅଫିସ, ୩ା୧୦: ଅଭିନବ ବିଡ଼ାନାସୀ ହେଉଛି ରାଜ୍ୟ ସରକାରଙ୍କ ଏକ ଉଚ୍ଚ ଆକାଂକ୍ଷିତ ପ୍ରକଳ୍ପ। ଯେହେତୁ ପୁରୁଣା କଟକ ଯୋଜନା ମୁତାବକ ତଥା ସୁବ୍ୟବସ୍ଥିତ...

ଗୁଟ୍‌ଖା କାରଖାନାରେ ଚଢ଼ାଉ: ୩ ଗିରଫ, ମାଲିକ ଫେରାର

ବ୍ରହ୍ମପୁର ଅଫିସ,୭୮-ସଦର ଥାନା ପୋଲିସ ସୋମବାର ରାତିରେ ଭୈରବନଗରରେ ବେଆଇନ ଭାବେ ଚାଲିଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ସେଠାରୁ ବହୁ ପରିମାଣର ଗୁଟ୍‌ଖା...

କରୋନା ପାଇଁ ଅନ୍‌ ଲାଇନ୍‌ରେ ପାଠ ପଢାକୁ ଗୁରୁତ୍ୱ

ଜୁନାଗଡ,୧୪।୪(ଡି.ଏନ୍‌.ଏ): କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା କଟକଣା ଯୋଗୁ ଓଡିଶାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଯାହା ଶିକ୍ଷାଦାନ ଉପରେ...

ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ ଦାବି ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଭିନ୍ନ ସଙ୍ଗଠନ

ଭଞ୍ଜନଗର,୨୧।୮(ଡି.ଏନ.ଏ)-ଭଞ୍ଜନଗର ବାର୍‌ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା...

ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୨୪।୨-ବିର୍ଲା ଟାୟାର୍ସ କାରଖାନାରେ ବିଭିନ୍ନ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ସୋମବାର ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଶତାଧିକ କର୍ମଚାରୀ ବାଲେଶ୍ୱର ସହର...

Advertisement
Archives

Model This Week