Posted inପୁରୀ

ଜୁଆର ଭସାଇନେଲା ବ୍ୟବସାୟୀଙ୍କ ପସରା

ପୁରୀ ଅଫିସ, ୪ା୮: ଗତ ଦୁଇଦିନ ହେଲା ପୁରୀ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବାଲି ଅତଡ଼ା ଧସି ସମୁଦ୍ରରେ ମିଶୁଛି। ଉଚ୍ଚ ଜୁଆର ଆସି କୂଳ ଖାଉଥିବାରୁ ଉଠାଦୋକାନୀ ଭୟଭୀତ ହୋଇପଡ଼ିିଛନ୍ତି। ସେମାନଙ୍କ ଜୀବିକା ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ଶୁକ୍ରବାର କେତେଜଣ ଉଠାଦୋକାନୀଙ୍କ ପସରାକୁ ଜୁଆର ଭସାଇ ନେଇଥିବାବେଳେ ଶନିବାର ମଧ୍ୟ ଏହାର ପୁନରାବୃତ୍ତି ଘଟିଛି। ସକାଳ ପ୍ରାୟ ସାଢେ ୮ଟାରେ ସ୍ବର୍ଗଦ୍ୱାରଠୁ ଚୈତନ୍ୟ ଛକ ମଝିରେ ବସିଥିବା ଜଣେ ଉଠାଦୋକାନୀଙ୍କ ପସରାକୁ ଜୁଆର ଭସାଇ ନେଇଥିଲା। ଏହା ଦେଖି ଅନ୍ୟମାନେ ତାଙ୍କ ଉଠାଦୋକାନକୁ ରାସ୍ତା ପାର୍ଶ୍ୱକୁ ନେଇ ଆସିଥିଲେ। କିଛିଦିନ ଧରି ସମୁଦ୍ର ଏଭଳି କୂଳ ଲଂଘୁଥିବାରୁ ବେଳାଭୂମିରେ ବ୍ୟବସାୟ କରୁଥିବା ଉଠାଦୋକାନୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ସମୁଦ୍ରର ଏଭଳି ସ୍ଥିତି ଦେଖି ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସତର୍କ କରି ଦିଆଯାଇଛି। ଚୈତନ୍ୟ ଛକରୁ ହୋଟେଲ କ୍ୟାମେଲିଆ ପର୍ଯ୍ୟନ୍ତ ବେଳାଭୂମିରେ ରେଡ୍‌ ଫ୍ଲାଗ ମରାଯାଇଛି ବୋଲି ଅଗ୍ନିଶମ କେନ୍ଦ୍ରାଧିକାରୀ ଧନଞ୍ଜୟ ମଲ୍ଲିକ କହିଛନ୍ତି। ସମୁଦ୍ରରେ ବଡ଼ ଜୁଆର ଆସୁଥିବାରୁ ସ୍ନାନ ନ କରିବା ଲାଗି ପର୍ଯ୍ୟଟକଙ୍କୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ସମୁଦ୍ର କୂଳ ଖାଇବା ଏକ ସ୍ବାଭାବିକ ଘଟଣା। ସମୁଦ୍ର ଅଶାନ୍ତ ରହିଲେ ବଡ଼ ଜୁଆର ହୁଏ, ଏହା କୂଳରେ ମାଡ଼ ହୋଇ ବାଲି ଖାଇଯାଏ ବୋଲି କେହି କେହି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁପା ଛାଉଣି ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ, , ୨୪।୯:ଶ୍ରୀମନ୍ଦିରର ୩ଟି ପ୍ରମୁଖ କବାଟ ରୁପା ଛାଉଣି ହେବ। କଳାହାଟ ଦ୍ୱାର, ବେହେରଣ ଦ୍ୱାର ଏବଂ ଜୟବିଜୟ ଦ୍ୱାରରେ ଲାଗିଥିବା କବାଟଗୁଡ଼ିକୁ...

ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ,୨୦ା୩: କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ସେନେଇ ସରକାର ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନରେ ଭକ୍ତଙ୍କ...

ପୁରୀ ହେପାଜତରେ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ ଦାବି କଲା ଭାଜପା

ପୁରୀ ଅଫିସ,୨୨।୧୧: ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି। ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଶନିବାର...

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଲାବଣ୍ୟା

ପୁରୀ ଅଫିସ, ୧୪ା୮: ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୧୯ର ବିଜେତା ଓଡ଼ିଆ ଝିଅ ଲାବଣ୍ୟା ଦାଶ ମଙ୍ଗଳବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦ...

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୭ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି...

ଆନ୍ଧ୍ରରେ ଫଶିଥିବା ୨ ଓଡ଼ିଆ ପ୍ରବାସୀ ଉଦ୍ଧାର

ଗୋପ,୫।୮(ଡି.ଏନ୍‌.ଏ.): ଦୀର୍ଘମାସ ଧରି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ହୋଟେଲରେ ଭୋକ ଉପାସରେ ଫସିଥିବା ୨ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ପୁରୀ ଜିଲା ଗୋପ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୮୯ ହଜାର ଟଙ୍କା ଦାନ

ସାକ୍ଷୀଗୋପାଳ,୧୮।୪(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ପୁରୀ ଜିଲା ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ଗ୍ରାମବାସୀ ରାଜ୍ୟ କରୋନା ସାହାୟତା ପାଣ୍ଠିକୁ ୩୩ ହଜାର ୮୦ ଟଙ୍କା ଦାନ...

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ, ସମୀକ୍ଷା କଲେ ପର୍ଯ୍ୟଟନ ସଚିବ

କୋଣାର୍କ, ୮ା୧୨(ଡି.ଏନ୍‌.ଏ.) ଗୁଜରାଟର ରଣ ଉତ୍ସବ ଢାଞ୍ଚାରେ ପ୍ରଥମ ଥର ପାଇଁ କୋଣାର୍କର ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗଠାରେ ଆସନ୍ତା ୧୪ରୁ ଆୟୋଜନ ହେବ ମେରାଇନ ଡ୍ରାଇଭ...

Advertisement


Archives

Model This Week