ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୨୭।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟକରୁଥିବା ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ୧୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର କର୍ମକର୍ତ୍ତା ରାଜୀବ ମଲ୍ଲିକଙ୍କ ସମେତ ଚିତ୍ତରଞ୍ଜନ ପ୍ରଧାନ, ମନୁ ଦିଗାଳ, ଜୋଏଲ ପ୍ରଧାନ, ରଟିନା ରଣଷଣ୍ଢ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ମଜୁରି ବୃଦ୍ଧି, କୃଷି କ୍ଷେତ୍ରରେ ଦ୍ୱିତୀୟ ଫସଲ ଉପତ୍ାଦନ ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପାଇଁ ଦାବିରେ ଉଲ୍ଲେଖ କରାଯାଇଛି। ସେହିପରି ଖାଦ୍ୟ ସୁରକ୍ଷା ଆଇନ ୨୦୧୮ରେ ପୁଷ୍ଟିକର ଖାଦ୍ୟକୁ ଅନ୍ତର୍ଭୁକ୍ତ, ଶିକ୍ଷା କ୍ଷେତ୍ରରେ ଶିକ୍ଷା ଅଧିକାର ଆଇନକୁ ଠିକ୍‌ ଏବଂ ଫଳପ୍ରଦ କରାଯିବା ସହ ସମସ୍ତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା, ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଅଧିକାର ଆଇନ ପ୍ରଣୟନ, ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ, ଜଙ୍ଗଲ ଜମି ଅଧିକାର ଆଇନ ସହ ଭୂମିହୀନକୁ ଜମି ଯୋଗାଇଦେବା ଆଦି ସେମାନଙ୍କ ପ୍ରମୁଖ ଦାବି ରହିଛି। ଏହି ସବୁ ସମସ୍ୟାର ସମାଧାନ କରାଯିବା ସହ ବିଧାନସଭାରେ ପ୍ରଶ୍ନକରି ଅଞ୍ଚଳର ବିକାଶ କରିବାକୁ ମଞ୍ଚ ପକ୍ଷରୁ ବିଧାୟକ ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧...

ଶେଷ ହେଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ ନିର୍ବାଚନ

ଝାରସୁଗୁଡ଼ା ଅଫିସ,୨୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ(ବିଟିଓଏ)ର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ୧୭ ଜଣ...

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ/କୋମନା,୧୬ା୪: କାମ କରିବାକୁ ତେଲେଙ୍ଗାନା ଯାଇଥିବା ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ଝଗା୍ରହୀ ଗାଁର ଚନ୍ଦୁରାମ ରାଉତ(୨୨)ନାମକ ଜଣେ ଶ୍ରମିକଙ୍କ ବୁଧବାର ରାତିରେ...

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ

ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି...

ସୁରଟରୁ ଗର୍ଭବତୀ ମହିଳାଙ୍କ ସହ ୫ ପ୍ରବାସୀ ଓଡ଼ିଆ ହାଟଡିହୀ ଫେରିଲେ

ହାଟଡିହୀ,୪।୫(ଡି.ଏନ୍‌.ଏ.): ସୁରଟରୁ ଭଦ୍ରକ ଆସୁଥିବା ବସ୍‌ରେ ଗତ ଶନିବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡ଼ମା ପଞ୍ଚାୟତର ୫ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ରବିବାର ବ୍ଲକ...

ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟର ନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ...

ସମସ୍ତ ପ୍ରବାସୀ ଫେରନ୍ତାଙ୍କ ହେବ ସ୍ବାବ ପରୀକ୍ଷା: ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲା ପ୍ରଶାସନର କୋଭିଡ ସେଲ...

Advertisement
Archives

Model This Week