Posted inଫୁରସତ

ଜୀବାଶ୍ମର ହେବ ରିସାଇକ୍ଲିଂ

ପ୍ରାଣୀଟିଏ ମରିଯାଏ। ତାକୁ ପୋଡ଼ିଦେଲେ ବା ପୋତିଦେଲେ ତାହା ନଷ୍ଟ ହୋଇଯାଏ। ଗଛଟିଏ ମରିଯାଏ। ତାହା ମାଟିରେ ମିଶିଯାଏ। ହେଲେ ବାସ୍ତବରେ ଏହି ପ୍ରାଣୀ ବା ଉଦ୍ଭିଦ କ’ଣ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଆନ୍ତି। ନା, ସେମିତି ଘଟେନା। ଗୋଟିଏ ପ୍ରାଣୀ ବା ଉଦ୍ଭିଦ ମରିଗଲା ପରେ ଆରମ୍ଭହୁଏ ଡିକମ୍ପୋଜିଶନ୍‌ ପ୍ରକ୍ରିୟା। ଆମେ ଦେଖୁ ତାହା ସମ୍ପୂର୍ଣ୍ଣ ମାଟିରେ ମିଶି ମାଟି ହୋଇଗଲା। ବାସ୍ତବରେ ଡିକମ୍ପୋଜିଶନ୍‌ ପ୍ରକ୍ରିୟାଟି ତାକୁ ଭିନ୍ନ ଏକ ରୂପକୁ ରୂପାନ୍ତରିତ କରିଦିଏ। ଜୀବାଶ୍ମ ସଜେଇ ଅୟୁତ କାଳ ଯାଏ ତାକୁ ପୃଥିବୀରେ ସାଇତିରଖେ। ଏବେ କ୍ୟାମ୍ବ୍ରିଜ୍‌ ସ୍ଥିତ ହାର୍ଭାଡ ୟୁନିଭର୍ସିଟିର ଗବେଷକମାନେ ଏକ ଚମକେଇ ଦବା ଭଳି କଥା ଘୋଷଣା କରିଛନ୍ତି। ସେମାନେ କହିଛନ୍ତି ଯେ, ମୃତ ଜୀବ ବା ଉଦ୍ଭିଦର ରିସାଇକ୍ଲିଂ କରାଯାଇ ପାରିବ। ଶହଶହ ବା ହଜାର ହଜାର ବର୍ଷ ତଳର ଜୀବାଶ୍ମରେ ସାଇତା ହୋଇ ରହିଥିବା ଡି.ଏନ୍‌.ଏ.କୁ ରିସାଇକ୍ଲିଂ କରି ସେଥିରୁ ନୂଆ ଏକ ଉଦ୍ଭାବନ କରାଯାଇ ପାରିବ। ତେବେ ସେହି ଉଦ୍ଭାବନ କ’ଣ ହେବ ସେକଥା କହିବା ସମ୍ଭବ ନୁହେଁ। ଏହି ବିଷୟକୁ ନେଇ ହାର୍ଭାଡର ଗବେଷକମାନେ କାମ କରିବା ଆରମ୍ଭ କରିଦେଇଛନ୍ତି। ପୌରାଣିକ ମତବାଦ ଅନୁଯାୟୀ ଗୋଟିଏ ଜୀବର ଆତ୍ମା ମରେନା। ତାହା କୌଣସି ନା କୌଣସି ରୂପ ନେଇ ପୁଣିଥରେ ଆତ୍ମପ୍ରକାଶ କରେ। ଆମମାନଙ୍କ ପାଇଁ ଏହା କେବଳ ଗୋଟିଏ ପୌରାଣିକ କଥା। ଯଦି ହାର୍ଭାଡର ଗବେଷକମାନେ ରିସାଇକ୍ଲିଂ ଜରିଆରେ କିଛି ନୂଆ ଉଦ୍ଭାବନ କରନ୍ତି ଅର୍ଥାତ୍‌ ଗୋଟିଏ ଜୀବ ବା ଉଦ୍ଭିଦରୁ ଆଉ ଏକ ତତ୍ତ୍ୱର ସୃଷ୍ଟିହୁଏ ତା’ହେଲେ ଉପରୋକ୍ତ ପୌରାଣିକ କଥାଟି ଯେ ସତ୍ୟ ସେଥିରେ ଆଉ ସନ୍ଦେହ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷୀ ସହ ଲଢ଼ୁଛି କୁକୁଡ଼ା ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ

ମାଦ୍ରିଦ: ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧିତ...

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ...

୧୮ମହଲାରୁ ତଳକୁ ଖସିପଡ଼ିଲା ଶିଶୁ, ତା’ପରେ…

ବେଜିଂ,୨୦।୮: ରଖେ ହରି ମାରେ କିଏ। ଅର୍ଥାତ୍‌ ଯାହାକୁ ଭଗବାନ ରକ୍ଷା କରିବାକୁ ଚାହାନ୍ତି ତା’କୁ କୌଣସି ଶକ୍ତି କ୍ଷତି ପହଞ୍ଚାଇପାରେ ନାହିଁ। ଏଭଳି କିଛି...

ମନୁଷ୍ୟକୃତ ଇନ୍ଦ୍ରଧନୁ

ଇନ୍ଦ୍ରଧନୁ ପ୍ରକୃତିର ଏକ ଅପରୂପ ଦୃଶ୍ୟ। ଖୋଲା ଆକାଶରେ ସପ୍ତରଙ୍ଗର ଏହି ଦୃଶ୍ୟ ଦେଖିବାକୁ କାହାକୁ ବା ଭଲ ନ ଲାଗେ। ତେବେ ଇନ୍ଦ୍ରଧନୁକୁ ଚାରିକାନ୍ଥ...

୧୨ ବର୍ଷୀୟ ମିନି ହଲ୍କ

ବ୍ରାସିଲିଆ: ଅନେକ ବଡିବିଲ୍ଡର ଅଛନ୍ତି, ଯେଉଁମାନେ କି ବହୁ ସମୟ ଜିମ୍‌ରେ ଅତିବାହିତ କରନ୍ତି। ସେମାନଙ୍କୁ ବଡି କରିବାକୁ କିଛି ବର୍ଷ ସମୟ ଲାଗିଥାଏ। ହେଲେ...

ପରିବାର ସୁରକ୍ଷା ପାଇଁ ରାସ୍ତାରେ ଠିଆ ହୋଇଗଲା ବିଶାଳକାୟ ଗରିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ନିଜ ପରିବାରର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ସେ ମଣିଷ ହେଉ କିମ୍ବା ପଶୁ। ପରିବାରର ସୁରକ୍ଷା ବିଷୟରେ ପ୍ରତ୍ୟେକ...

ସୁଉଚ୍ଚ ଦୁର୍ଗା ମୂର୍ତ୍ତିର ରେକର୍ଡ

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଅବସରରେ ଗାଁ ଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ...

Advertisement
Archives

Model This Week