Posted inଖେଳ

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ ଦେଇଛନ୍ତି ଜଣେ ବୃଦ୍ଧା। ସେ ହେଉଛନ୍ତି ପଟିଆଓରା ଗ୍ରାମର ହଜିରା ମିଞ୍ଜ (୮୦)। ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରି ବୁଥରୁ ବାହାରି ବାରଣ୍ଡାରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ସବ୍‌ଡେଗା ଡାକ୍ତରଖାନାକୁ ଅଣାଯାଇଥିଲା ା କିନ୍ତୁ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।

ଉକ୍ତ ବୁଥରେ ଭୋଟରମାନଙ୍କ ବିଶ୍ରାମ ପାଇଁ କୌଣସି ଟେଣ୍ଟ କରାଯାଇ ନ ଥିଲା । ବସିବା ପାଇଁ କୌଣସି ଜାଗା ନ ଥିଲା। ଲୋକେ ଖରାରେ ଧାଡିବାନ୍ଧି ଘଣ୍ଟାଘଣ୍ଟା ଛିଡା ହୋଇ ଭୋଟ ଦେଇଥିଲେ। ମହିଳାଙ୍କୁ ୮୦ ବର୍ଷ ହୋଇଥିଲେ ମଧ୍ୟ ଭୋଟ ଦେବା ପାଇଁ ପ୍ରଥମେ ପ୍ରଧାନ୍ୟ ଦିଆଯାଇ ନ ଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି। କୌଣସି ନିୟମ ଏଠାରେ ପାଳନ କରା ନ ଯାଇ ଉକ୍ତ ବୁଥକୁ ସବୁଠିକ ଥିବାର ତଥ୍ୟ କିଏ ଜିଲାପାଳଙ୍କୁ ହସ୍ତାନ୍ତର କରିଥିଲା ଏହାର ତଦନ୍ତ ଜରୁରୀ ହୋଇପଡିଛି। ଉକ୍ତ ବିଷୟରେ ସବ୍‌ଡେଗା ବିଡିଓ ଲମ୍ବୋଦର ଧୁରୁଆଙ୍କୁ ଖବର ଦିଆଯାଇଥିଲା । ହେଲେ ଘଟଣାସ୍ଥଳରେ କେହି ହେଲେ ପହଞ୍ଚତ୍ ନ ଥିଲେ । ପରିବାର ଲୋକେ ମୃତଦେହକୁ ନେଇ ଘରକୁ ଚାଲିଯାଇଥିଲେ। ତାଙ୍କ ପୁଅ ପାରବଲ ମିଞ୍ଜଙ୍କୁ ପଚାରିବାରୁ ସେ କହିଲେ, ବରିଷ୍ଠ ନାଗରିକମାନଙ୍କ ବିଶ୍ରାମ ପାଇଁ ଏଠାରେ କୌଣସି ବ୍ୟବସ୍ଥା ହୋଇ ନ ଥିଲେ ା ମା’ଖରାର ଅଧିକ ସମୟ ଠିଆ ହେବା ପରେ ଏହି ଦୁଃଖଦ ଘଟଣା ଘଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri