Posted inଖେଳ

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ ଦେଇଛନ୍ତି ଜଣେ ବୃଦ୍ଧା। ସେ ହେଉଛନ୍ତି ପଟିଆଓରା ଗ୍ରାମର ହଜିରା ମିଞ୍ଜ (୮୦)। ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରି ବୁଥରୁ ବାହାରି ବାରଣ୍ଡାରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ସବ୍‌ଡେଗା ଡାକ୍ତରଖାନାକୁ ଅଣାଯାଇଥିଲା ା କିନ୍ତୁ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।

ଉକ୍ତ ବୁଥରେ ଭୋଟରମାନଙ୍କ ବିଶ୍ରାମ ପାଇଁ କୌଣସି ଟେଣ୍ଟ କରାଯାଇ ନ ଥିଲା । ବସିବା ପାଇଁ କୌଣସି ଜାଗା ନ ଥିଲା। ଲୋକେ ଖରାରେ ଧାଡିବାନ୍ଧି ଘଣ୍ଟାଘଣ୍ଟା ଛିଡା ହୋଇ ଭୋଟ ଦେଇଥିଲେ। ମହିଳାଙ୍କୁ ୮୦ ବର୍ଷ ହୋଇଥିଲେ ମଧ୍ୟ ଭୋଟ ଦେବା ପାଇଁ ପ୍ରଥମେ ପ୍ରଧାନ୍ୟ ଦିଆଯାଇ ନ ଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି। କୌଣସି ନିୟମ ଏଠାରେ ପାଳନ କରା ନ ଯାଇ ଉକ୍ତ ବୁଥକୁ ସବୁଠିକ ଥିବାର ତଥ୍ୟ କିଏ ଜିଲାପାଳଙ୍କୁ ହସ୍ତାନ୍ତର କରିଥିଲା ଏହାର ତଦନ୍ତ ଜରୁରୀ ହୋଇପଡିଛି। ଉକ୍ତ ବିଷୟରେ ସବ୍‌ଡେଗା ବିଡିଓ ଲମ୍ବୋଦର ଧୁରୁଆଙ୍କୁ ଖବର ଦିଆଯାଇଥିଲା । ହେଲେ ଘଟଣାସ୍ଥଳରେ କେହି ହେଲେ ପହଞ୍ଚତ୍ ନ ଥିଲେ । ପରିବାର ଲୋକେ ମୃତଦେହକୁ ନେଇ ଘରକୁ ଚାଲିଯାଇଥିଲେ। ତାଙ୍କ ପୁଅ ପାରବଲ ମିଞ୍ଜଙ୍କୁ ପଚାରିବାରୁ ସେ କହିଲେ, ବରିଷ୍ଠ ନାଗରିକମାନଙ୍କ ବିଶ୍ରାମ ପାଇଁ ଏଠାରେ କୌଣସି ବ୍ୟବସ୍ଥା ହୋଇ ନ ଥିଲେ ା ମା’ଖରାର ଅଧିକ ସମୟ ଠିଆ ହେବା ପରେ ଏହି ଦୁଃଖଦ ଘଟଣା ଘଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକର ମ୍ୟାଚ୍‌ରେ ବାଂଲାଦେଶ ୩ ରନ୍‌ରେ ଜିତିଲା…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପରେ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ୨୮ ତମ ମ୍ୟାଚ୍‌ରେ ରୋମାଞ୍ଚକର ଭାବେ ବାଂଲାଦେଶ ୩ ରନ୍‌ରେ ଜିତିଛି।...

ବୁମରାଙ୍କ ସମକକ୍ଷ ସାମି

ବିଶାଖାପାଟଣା,୬୧୦- ଭାରତୀୟ ପେସର ମହମ୍ମଦ ସାମି ରବିବାର ନିଜ ସାଥୀ ପେସର ଯଶପ୍ରୀତ ବୁମରାଙ୍କ ସମକକ୍ଷ ହୋଇଛନ୍ତି ଏଠାରେ ଭାରତ ଓ ଦକ୍ଷିଣ ଅାଫ୍ରିକା ମଧ୍ୟରେ...

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ।...

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ...

ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ...

ପନ୍ତଙ୍କ ଅପରାଜିତ ଶତକ, ଶୁବମନ ୮୫

ସାଉଥାମ୍ପଟନ, ୧୩ା୬ (ପି.ଟି.)-ଏଠାରେ ଭାରତୀୟ କ୍ରିକେଟ ଦଳର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ୍‌ରେ ରିଷଭ ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଓପନର ଶୁବମନ ଗିଲ୍‌ ଆକର୍ଷଣୀୟ ୮୫ରନ...

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର...

ମ୍ୟାଚ୍‌ ପୂର୍ବରୁ ମହିଳା ଖେଳାଳିଙ୍କୁ ଶକ୍ତ ଚାପୁଡ଼ା ମାରିଲେ କୋଚ୍‌, ଜାଣନ୍ତୁ କାହିଁକି

ଜର୍ମାନୀର ମହିଳା ଜୁଡୋ ଖେଳାଳି ହଠାତ୍‌ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଫାଇଟ୍‌ ପୂର୍ବରୁ ମାର୍ଟେନା ଟ୍ରାଜଦୋସଙ୍କ ଏକ ଫଟୋ ଏବେ ଖୁବ୍‌...

Advertisement
Archives

Model This Week