ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ଯୋଗୁ ସବୁଆଡେ ଲକଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଭରଣା କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସ୍ଥାନୀୟ ଜିଲା ପରିଷଦ ସଦସ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ ସୂଚନା ଦେଇଛନ୍ତି। ରକ୍ତ ଦାନ ଶିବିରରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ରକ୍ତଦାନ ଶିବିର ରେ ବିଜେଡି ରାଜ୍ୟ ମହିଳା ସମ୍ପାଦିକା ସୁଜାତା ଜେନା, ସରପଞ୍ଚ ସଦାଶିବ ଦାସ, ବନ୍ଦାଲୋ ସମିତିସଭ୍ୟ ପ୍ରଦୀପ ଜେନା, ଥାନାଧିକାରୀ ସନାତନ ସାହୁ, ଦେବେନ୍ଦ୍ର ଦାଶ, ଜଗନାଥ ଜେନା, ବ୍ଲକ ବିଜୁଛାତ୍ର ଜନତା ସଭାପତି ଦେବ୍ରତ ଜେନା, ସ୍ବାସ୍ଥ୍ୟକେନ୍ଦ୍ର ଡା ଦେବାଶିଷ ପତି, ଫାର୍ମାସିଷ୍ଟ ପ୍ରଣତି ପହି, ପ୍ରଶାନ୍ତ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ...

ଅତିଥିଙ୍କୁ ମିଳୁନି ଆତିଥ୍ୟ

ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ) ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର...

ବନ୍ଧା ହେଲେ ପୂର୍ବତନ ସରପଞ୍ଚ

ଭଦ୍ରକ ଅଫିସ, ୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ପୂର୍ତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି ।...

ପୁରୀ ସହରର ୩ ପରିବା ମାର୍କେଟ ବନ୍ଦ

ପୁରୀ ଅଫିସ,୫।୪: ପୁରୀ ସହରର ୩ଟି ଯାକ ପରିବା ମାର୍କେଟ ବନ୍ଦ କରିଦେଲା ଜିଲା ପ୍ରଶାସନ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଲାଗି...

୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର...

ଦୀପାଳିଙ୍କ ଖଣ୍ଡାବୁଲା ଭିଡିଓ ଭାଇରାଲ

ସମ୍ବଲପୁର, ୧।୪ (ବ୍ୟୁରୋ): ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ...

ଦସ୍ତଖତରେ ଶିଶୁ ଶ୍ରମିକ ନିରୋଧ ବାର୍ତ୍ତା

ବ୍ରହ୍ମପୁର ଅଫିସ,୧୨ା୬: ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ମୁଖ୍ୟ ରାସ୍ତାରେ ଏକ ଦସ୍ତଖତ ଅଭିଯାନ ବୁଧବାର ସକାଳେ ଅନୁଷ୍ଠିତ...

ପୁନଃନିର୍ମାଣ ପାଇଁ ପ୍ରଶାସନିକ ନିର୍ଦ୍ଦେଶ

କୁଆଁରମୁଣ୍ଡା,୧୦।୯(ଡି.ଏନ.ଏ.): ନବ ନିର୍ମିତ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରଠାରୁ କୁଆଁରମୁଣ୍ଡା ଯମୁନାନାକି ପର୍ଯ୍ୟନ୍ତ ପ୍ରାୟ ୧୮ କି.ମି ଢଳେଇ ରାସ୍ତାର ଅଧିକାଂଶ...

Advertisement
Archives

Model This Week