ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲାପାଳ: ସେବା ସମ୍ପର୍କରେ ରୋଗୀଙ୍କୁ ପଚାରିଲେ, ସମସ୍ୟା ବୁଝିଲେ

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହାର ତଦାରଖ ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ମେଡିକାଲରେ ପହଞ୍ଚିଥିଲେ। ତାଙ୍କ ସହ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ଯାଇଥିଲେ। ଜିଲାପାଳ ପ୍ରଥମେ ଜଣେ ରୋଗୀଙ୍କୁ ଡାକି ମିଳୁଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରିଥିଲେ। ଏଥିସହ ପଞ୍ଜୀକରଣ ଓ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ବୁଝିଥିଲେ।
ଜିଲାପାଳ ପ୍ରଥମେ ତିନି ମହଲା ୱାର୍ଡକୁ ଯାଇ ରୋଗୀ ସେବା କିପରି ଚାଲିଛି ତାହା ବୁଲି ଦେଖିଥିଲେ। କେତେଜଣ ରୋଗୀଙ୍କ ନିରାମୟରେ ମିଳୁଥିବା ଔଷଧର ଚିଠା ଲେଖାଯାଉଛି କି ନାହିଁ ତାହା ପଚାରିଥିଲେ। ଏହାପରେ ୫ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି, ଶିଶୁ ବିଭାଗ ପରିଦର୍ଶନ କରିଥିଲେ। ଡାକ୍ତର ବା ନର୍ସ ଅର୍ଥ ମାଗୁଛନ୍ତି କି ନାହିଁ ସେ ସମ୍ପର୍କରେ ରୋଗୀଙ୍କୁ ପ୍ରଶ୍ନ କରିଥିଲେ। ଶିଶୁ ବିଭାଗରେ ପିଲାମାନେ ବାରଣ୍ଡାରେ ଶୋଇଥିବା ଦେଖି ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ୪ଜଣ ଡାକ୍ତରଙ୍କ ଚାମ୍ବରରେ ତାଲା ପଡ଼ିଥିବାରୁ ଜିଲାପାଳ ସମ୍ପୃକ୍ତ ଡାକ୍ତରମାନେ କେଉଁଠାରେ ତାହା ଜାଣିବାକୁ ଚାହିଁଥିଲେ। ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା ଡାକ୍ତରମାନେ ରାତିରେ ଡ୍ୟୁଟିରେ ଥିବାରୁ ଘରକୁ ଫ୍ରେସ୍‌ ହେବାକୁ ଯାଇଥିବା କହିଥିଲେ। ଏଥିରେ ଜିଲାପାଳ ବିରକ୍ତି ହେବା ସହ ଡାକ୍ତରମାନେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିଜ ବିଭାଗରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ୧୨ଟା ପରେ ରୋଗୀଙ୍କୁ ଦେଖିବାକୁ ୱାର୍ଡକୁ ଯିବା ସହ ଡାକ୍ତରଖାନାରେ ଥିବା ଅନ୍ୟ କାର୍ଯ୍ୟ କରିବେ ବୋଲି କହିଥିଲେ। ଏପରି କି ରାତିରେ ସ୍ପେଶାଲିଷ୍ଟମାନଙ୍କୁ ଡ୍ୟୁଟି ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଛୁଟି ଦିନ ହେଉ କି ସାଧାରଣ କାର୍ଯ୍ୟ ଦିବସ, ଡାକ୍ତରମାନେ ଜିଲା ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ଜିଲାପାଳ କହିଥିଲେ। ୫ ମହଲାର ଲିଫ୍ଟ୍ଟ ଅଚଳ ଥିବା ମେଡିକାଲ କର୍ତ୍ତୃପକ୍ଷ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦୁଇ ଦିନ ମଧ୍ୟରେ ମରାମତି କରାଯିବ ବୋଲି ଜିଲାପାଳ କହିଥିଲେ। ପରେ ମେଡିକାଲ ପଛରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଜିଲାପାଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ପରେ ଫେରି ଯାଇଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା, ଏଡିଏମ୍‌ଓ(ମେଡିକାଲ) ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ: ସେବା ବାଧାପ୍ରାପ୍ତ

ବଇଣ୍ଡା,୧୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ଥିବା ଏକ ଏଲଟିଲାଇନ ବିଦ୍ୟୁତ୍‌ ଖୁଣ୍ଟକୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ବିଦ୍ୟୁତ...

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରପାଳ ପଞ୍ଚାୟତ କେନ୍ଦୁନାଳୀ ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ହୋଇପାରୁ ନାହିଁ। ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଥିଲେ ବି...

କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫...

ମେଡିକାଲ, ଆର୍‌ଟିଓରୁ ଦଲାଲ୍‌ ଛୁ

ଅନୁଗୋଳ ଅଫିସ, ୨୯।୯ – ସରକାରୀ କାର୍ଯ୍ୟାଳୟ, ମେଡିକାଲରୁ ଦଲାଲଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁଗୋଳ ପୋଲିସର ଘନ ଘନ ଚଢ଼ାଉ କାମ...

ଭୋକରେ ଡହଳବିକଳ ମାନସିକ ରୋଗୀ

ପାଲଲହଡା,୨୭ା୩(ଡି.ଏନ.ଏ.): ଲକ୍‌ଡାଉନ୍‌ ପାଇଁ ବଜାର ବନ୍ଦ। ଚା’ ଦୋକାନଠାରୁ ହୋଟେଲ ଯାଏ ସବୁଥିରେ ପଡ଼ିଛି ତାଲା। ଲୋକେ ଘରୁ ବାହାରୁ ନ ଥିବା ବେଳେ କାମ...

ପ୍ରତିଶ୍ରୁତି ରଖୁନାହାନ୍ତି କର୍ତ୍ତୃପକ୍ଷ: ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ବଅଁରପାଳ, ୨୯।୫ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ନିର୍ମାଣାଧୀନ ଆଲୁମିନିୟମ ପାର୍କ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ସକାଳୁ ଗ୍ରାମର...

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି...

ମୃତଦେହରୁ ଆଖି ଗାଏବ ଘଟଣା: ଅଭିଯୋଗ ସଙ୍ଗିନ, ବଢ଼ାଇଲା ହୃତ୍‌ସ୍ପନ୍ଦନ

ଅନୁଗୋଳ ଅଫିସ, ୨୦।୭ – ବାରମ୍ବାର ବିବାଦ ଘେରକୁ ଆସୁଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। କେତେବେଳେ ପରିଚାଳନାଗତ ଅବ୍ୟବସ୍ଥା ତ ଆଉ କେତେବେଳେ ରୋଗୀ...

Advertisement
Archives

Model This Week