ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଘରୋଇ ସେବା ଅଭିଯୋଗ : ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୧।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ଡାକ୍ତର ବୁଧବାର ମେଡିକାଲରେ ଥାଇ ବି ଏକ ଘରୋଇ ଚିକିତ୍ସାଳୟର କାର୍ଯ୍ୟ କରିବା ଅଭିଯୋଗ ହୋଇଛି। ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗେ ଏହି ଅଭିଯୋଗ ଆଣିଛନ୍ତି। ଘଟଣାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ଗୁରୁତ୍ୱର ସହ ନେଇଛନ୍ତି। ସେ କହିଛନ୍ତି, ମେଡିକାଲରେ ଘଟିଥିବା ଏହି ଘଟଣା ନଜରକୁ ଆସିଛି। ଗୁରୁବାର ତଦନ୍ତ କରାଯାଇ ସମ୍ପୃକ୍ତା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତନୁଜା ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ରାତିରେ ତପସ୍ବିନୀ ଏକ୍ସପ୍ରେସରେ ସେ ଝିଅ ପଦ୍ମିନୀ ଓ ସ୍ବାମୀଙ୍କ ସହ ଝାରୁସୁଗୁଡ଼ା ଫେରୁଥିବା ବେଳେ ଝିଅର ଅସୁସ୍ଥତା ଯୋଗୁ ତାକୁ ଅନୁଗୋଳ ମେଡିକାଲ ଶିଶୁରୋଗ ବିଭାଗରେ ଭର୍ତ୍ତି କରିଥିଲେ। ବୁଧବାର ମଧ୍ୟାହ୍ନ ବେଳକୁ ଝିଅ ସାମାନ୍ୟ ସୁସ୍ଥ ହେବାରୁ ସେ ଦାୟିତ୍ୱରେ ଥିବା ଡାକ୍ତର କଳ୍ପନା ଜେନାଙ୍କ ନିକଟକୁ ଯାଇ ଡିସ୍‌ଚାର୍ଜ କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତା ଡାକ୍ତର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କହି ତାଙ୍କୁ ରୁମ୍‌ ବାହାରେ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତନୁଜା ଝାରସୁଗୁଡ଼ା ଯିବେ ବୋଲି କହିଥିଲେ ମଧ୍ୟ ଡାକ୍ତର କିଛି ଶୁଣି ନ ଥିଲେ। ସେତେବେଳେ ଡାକ୍ତର କଳ୍ପନା ଏକ ଘରୋଇ ଡାକ୍ତରଖାନା ଫାଇଲ ଗୁଡ଼ିକରେ ଦସ୍ତଖତ କରୁଥିବା ତନୁଜା ଅଭିଯୋଗ କରିଛନ୍ତି। ଜଣେ ବ୍ୟକ୍ତି ଏ ସମ୍ପର୍କରେ ସମ୍ପୃକ୍ତା ମହିଳା ଡାକ୍ତରଙ୍କୁ ପଚାରିବାରୁ ସେ ତୁରନ୍ତ ଉକ୍ତ ଫାଇଲଗୁଡ଼ିକ ବନ୍ଦ କରିଦେଇଥିଲେ। ଏହି ସମୟରେ ଫାଇଲ ନେଇ ଆସିଥିବା ଏକ ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ ସେଠାରୁ ଦୌଡି ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତନୁଜା କହିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ମୋବାଇଲ ନଂ. ୯୪୩୭୨୧୩୬୦୮ରେ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ମତାମତ ମିଳିପାରି ନାହିଁ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବେହେରା କହିଛନ୍ତି, ଏଭଳି ଘଟଣା ଘଟିଥିଲେ କ୍ଷମା କରାଯିବ ନାହିଁ। ଜାତୀୟ ଫୁଟବଲ ଖେଳାଳି ହୁଅନ୍ତୁ କି ସାଧାରଣ ଲୋକ, ସେମାନଙ୍କ ଟଙ୍କାରେ ଦରମା ନେଇ ଅନ୍ୟ ଘରୋଇ ମେଡିକାଲ କାର୍ଯ୍ୟ କରିବା ବରଦାସ୍ତ କରାଯିବ ନାହିଁ। ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଘଣ୍ଟା ପରେ ଉଠାଗଲା ମୃତଦେହ

ଅନୁଗୋଳ ଅଫିସ୍‌, ୧୩ା୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ଦୀର୍ଘ ୧୪ ଘଣ୍ଟା ମୃତଦେହ ପକାଇ ରଖାଯାଇଥିଲା।...

ହାତୀ ଘଉଡ଼ାଇବାକୁ ରାତି ଅନିଦ୍ରା

ଖମାର,୫ା୧୧:  ହାତୀ ଖାଇଯାଉଛନ୍ତି ଧାନ ଫସଲ। ବାର୍‌ହା ମଧ୍ୟ ନଷ୍ଟ କରୁଛନ୍ତି ଚାଷ। ବାରମ୍ବାର ଅଭିଯୋଗ ପରେ ବି ବନ୍ୟଜନ୍ତୁ ଉପଦ୍ରବ ରୋକିପାରୁନି ବନ ବିଭାଗ। ତେଣୁ...

ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର...

୫ ବଖରା ଜଳିଗଲା

ଭୁବନ/ମାଧପୁର, ୨୫ା୩(ଡି.ଏନ.ଏ.)- ଅଗ୍ନିକାଣ୍ଡ ଘଟି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବର୍ଣ୍ଣାଳି ଗ୍ରାମର ଈଶ୍ୱର ମାହୁନ୍ତଙ୍କ ୨ ବଖରା ଘର ମଙ୍ଗଳବାର ରାତିରେ ଜଳିଯାଇଛି ।...

ରୋଟାରୀ କ୍ଲବ ଅନୁଗୋଳ ରୟାଲର ଅଧିଷ୍ଠାନ ଉତ୍ସବ:ସମାଜ ସେବା ବିସ୍ତାରିତ କରିବାକୁ ଆହ୍ବାନ

ଅନୁଗୋଳ ଅଫିସ, ୩୦।୭ଅନୁଗୋଳ ରୋଟାରୀ କ୍ଲବ ରୟାଲର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ କମଲେଶ କଣ୍ଟିନେଣ୍ଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ପ୍ରଭାତ କୁମାର...

ଯୋଜନ ଦୂରରେ ଯୋଜନା

ଖମାର,୨୦ା୭(ଡି.ଏନ.ଏ.) – ଗରିବ, ଅସହାୟଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଅନେକ ଯୋଜନା। ରହିବାକୁ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟ...

୮ରେ ମା’ ହିଙ୍ଗୁଳାଙ୍କ ରତ୍ନମୁଦ ଉତ୍ସବ:ଏକ ଲକ୍ଷ ଭକ୍ତଙ୍କ ହେବ ସମାଗମ

ତାଳଚେର,୨୯ା୬(ନି.ପ୍ର.) ଆଗାମୀ ଜୁଲାଇ ୮ ହେରା ପଞ୍ଚମୀ ଦିନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ।...

ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ

ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର...

Advertisement
Archives

Model This Week