ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥା। ଡାକ୍ତରଖାନାରେ ରୋଗୀଙ୍କୁ ଅପରିଷ୍କାର ବେଡ୍‌ଶିଟ ଦେବା ଏବଂ ଡାକ୍ତର ଟଙ୍କା ମାଗୁଥିବା ଅଭିଯୋଗ କରି ବୁଧବାର ରାତିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧାରଣାରେ ବସିଛନ୍ତି। ରୋଗୀଙ୍କୁ ଟଙ୍କା ମାଗିଥିବା ଡାକ୍ତରଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ମନ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ତାଙ୍କୁ ଟଙ୍କା ମାଗୁଥିବା ଜଣେ ରୋଗୀ ଫୋନ କରି ଜଣାଇବାରୁ କେନ୍ଦ୍ରମନ୍ତ୍ରୀ ରାତି ସାଢ଼େ ୯ଟା ପରେ ମେଡିକାଲରେ ପହଞ୍ଚିଥିଲେ। ସିଡିଏମ୍‌ଓଙ୍କୁ ଡାକି ରୋଗୀଙ୍କ ଅଭିଯୋଗକୁ ପ୍ରମାଣ କରିବା ସହିତ ବିଭିନ୍ନ ଓ୍ବାର୍ଡରେ ଥିବା ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଏହି ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ବେଡ୍‌ଶିଟଗୁଡ଼ିକୁ ଦେଖାଇ ପକାଇବାର ଦୁଇଦିନ ପରେ ପରିବର୍ତ୍ତନ କରାଯାଉଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗକୁ ସିଡିଏମ୍‌ଓ ସ୍ବୀକାର କରିବା ସହ ଯଥାଶୀଘ୍ର ବେଡ୍‌ଶିଟ ପରିବର୍ତ୍ତନ କରାଯିବ ବୋଲି କହିଥିଲେ। ବାରମ୍ବାର ଏହି ଅଭିଯୋଗ ପରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ମିଥ୍ୟା ପ୍ରତିଶ୍ରୁତି ଦେଇଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରି ଡାକ୍ତରଖାନା ପରିସରରେ ଧାରଣା ଦେଇଛନ୍ତି। ଖବର ଲେଖା ହେବା ବେଳକୁ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଚାଉଳ ଚୋରି ଅଭିଯୋଗ

ରେମୁଣା, ୯।୮(ଡି.ଏନ.ଏ.)-ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ୫୦ କିଲୋ ଚାଉଳ ବ୍ୟାଗ୍‌ରୁ ୫ରୁ ୧୦ କିଲୋ ପର୍ଯ୍ୟନ୍ତ ଯୋଗାଣକାରୀ ସଂସ୍ଥା ଦ୍ୱାରା ହେରଫେର...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍‌ ସର୍ଭେ

ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ...

ମତୁଆଲା କରେ ଐଶାନୀଙ୍କ ତବଲା ବାଦନ

ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି...

ନାଗାଲାଣ୍ଡରୁ ଫେରିଲେ ୭ ନିର୍ଯାତିତ ଶ୍ରମିକ

ନୀଳଗିରି, ୧୭ା୬(ଡି.ଏନ.ଏ.)-ନାଗାଲାଣ୍ଡକୁ ଦାଦନ ଖଟିବାକୁ ଯାଇଥିବା ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବିଭିନ୍ନ ଗାଁର ୭ଜଣ ଶ୍ରମିକ ସୋମବାର ଗଁାକୁ ଫେରିଛନ୍ତି। ସେଠାରେ ସେମାନେ...

ମୃତ ନାବାଳକଙ୍କୁ ବଞ୍ଚାଇବା ଲାଗି ପୂଜାର୍ଚ୍ଚନା

ଜଳେଶ୍ୱର, ୩ା୯(ରବିନାରାୟଣ ପାତ୍ର)ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେ ବି ଲୋକଙ୍କ ମନରେ ବସାବାନ୍ଧି ରହିଛି ଅନ୍ଧବିଶ୍ୱାସ। ଜଣେ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ ଦେଖାଦେଇଛି । ଏଥିଯୋଗୁ ଅସ୍ତ୍ରୋପଚାର ପାଇଁ ଆସିଥିବା...

ବାପ ଝିଅ ବିଷ ପିଇବା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ସୋର,୨୫।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜନୈକା ନାବାଳିକାଙ୍କୁ ଏକତରଫା ପ୍ରେମ କରି ଜଣେ ଯୁବକ ତାଙ୍କ ସହଯୋଗୀଙ୍କ ସହ ଅପହରଣ ଉଦ୍ୟମ କରିଥିଲେ। ଏନେଇ ନାବଳିକାଙ୍କ...

୮ ଶ୍ରେଣୀ ପାଇଁ ୪ ଶିକ୍ଷକ

ବାହାନଗା,୨୭ା୨(ଡି.ଏନ.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଳକ ପଥରପେଣ୍ଠ ପଞ୍ଚାୟତର ଶିବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବିଦ୍ୟାଳୟରେ ୮ ଶ୍ରେଣୀ ନିମନ୍ତେ...

Advertisement
Archives

Model This Week